ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପରିବାରର ୮ ଜଣଙ୍କୁ ହତ୍ୟା କଲେ, ଶେଷରେ ନିଜେ ଜୀବନ ହାରିଲେ

ଭୋପାଳ,୨୯/୫:  ନିଜ ପରିବାରକୁ ନୃଶଂସ ଭାବେ ହାଣି ହତ୍ୟା କଲା ପୁଅ । ନିଜ ହାତରେ ନିଜର ଜନ୍ମକଲା ବାପାମାଆ ଓ ଭାଇ-ଭଉଣୀକୁ ହାଣି ପକାଇଲା । ଏଭଳି ଚାଞ୍ଚଲ୍ୟକର ଗଣହତ୍ୟା ଘଟଣା ଘଟିଛି ଛିନ୍ଦୱାଡା ଜିଲ୍ଲାର ଏକ ଆଦିବାସୀ ବହୁଳ ଗାଁରେ । ପରିବାରର ୮ ଜଣ ସଦସ୍ୟଙ୍କୁ ହାଣିବା ପରେ ଅଭିଯୁକ୍ତ ନିଜେ ମଧ୍ୟ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଏନେଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ଅଭିଯୁକ୍ତ ଜଣକ ନିଜର ମାଆ, ଭାଇ, ଭାଉଜ,  ଭଉଣୀ,ପୁତୁରା ଓ ଦୁଇ ଝିଆରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ଆଜି ଭୋର୍ ପ୍ରାୟ ୩ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ଅଭିଯୁକ୍ତ ପରିବାର ଲୋକଙ୍କୁ ଟାଙ୍ଗିଆରେ ହାଣିବା ବେଳେ ସେମାନଙ୍କ ଚିତ୍କାର ଶୁଣି ଆଖପାଖର ଲୋକେ ଧାଇଁ ଆସିଥିଲେ । ଏହାପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍ ହୋଇଯାଇ ଘରଠୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଗଛରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡିଛି । 

ତେବେ ଏହି ଘଟଣାରେ ଜଣେ ୧୦ ବର୍ଷୀୟ ନାବାଳକର ଜୀବନ ବଞ୍ଚିଯାଇଛି । ଗୁରୁତର ଅବସ୍ଥାରେ ପିଲାଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଛିନ୍ଦୱାଡା ଏସପି ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ପୋଲିସର କହିବା ଅନୁସାରେ,ହତ୍ୟା ଅଭିଯୁକ୍ତଜଣକ ପରିବାରର ସଦସ୍ୟ ହୋଇଥିବା ବେଳେ ଦୀର୍ଘ ଦିନ ହେବ ମାନସିକ ରୋଗରେ ପୀଡ଼ିତ ଥିଲେ। ହେଲେ କିଛି ଦିନ ତଳେ ଅଭିଯୁକ୍ତର ବାହାଘର ହୋଇଥିବା ବେଳେ ବାହାହେବା ପରେ ତା'ର ପାଗଳାମି ବଢି ଯାଇଥିଲା । ସେଥିପାଇଁ ସେ ଏମିତି ନିଜ ପରିବାର ଲୋକଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।





  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.