ପୁରୀ, ୦୩/୦୪ : ସମୂଦ୍ର କୂଳ ଥାନା ଅଧୀନ ସିଟି ରୋଡ ନରେନ ପ୍ୟାଲେସ ଛକ ସ୍ଥିତ ଲେପର୍ସ ହସ୍ପିଟାଲ ପାର୍ଶ୍ଵରେ ବିଭତ୍ସ ହତ୍ୟା। ବେକ ଓ ହାତ କାଟି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ପେଣ୍ଠକଟା ମେରାଇନ ଥାନା ଅଧୀନ ବାଳିଗୁଆଳିର ବିକ୍ରମ କେଶରୀ ପ୍ରଧାନ ରହ ରାଜା (୩୨ ବର୍ଷ)।
ମଙ୍ଗଳବାର ରାତିରେ ରାଜାଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ହତ୍ୟାର କାରଣ ଜଣା ପଡିନଥିବାବେଳେ ପୁଲିସ, ସାଇଣ୍ଟିଫିକ ଟିମ୍ ଓ ଡଗ ସ୍କ୍ଵାଡ୍ ପହଞ୍ଚି ଛାନଭିନ୍ କରୁଛନ୍ତି। ରାଜା ସିଟି ରୋଡ ସ୍ଥିତ ଏକ ହୋଟେଲରେ ଖାଦ୍ୟ ଓ ପାନୀୟ ବିଭାଗ ପରିଚାଳକ ଭାବେ କାମ କରୁଥିଲେ ବୋଲି ତାଙ୍କ ଦାଦାପୁଅ ଭାଇ ପ୍ରଦୀପ କୁମାର ପ୍ରଧାନ କହିଛନ୍ତି।