ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନନ୍ଦନକାନନ ଛାଡ଼ି ‘ମାମା’ ଗଲା ଚନ୍ଦକା ପାଠଶାଳା, ଆଉ ଦେଖିବାକୁ ମିଳିବନି ଫୁଟବଲ ଖେଳ

ବାରଙ୍ଗ,୦୪/୦୩: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଉ ଦେଖିବାକୁ ମିଳିବନି ଫୁଟବଲ ଖେଳ । ଯେଉଁ  ଫୁଟବଲ ଖେଳ ଦେଖି ପର୍ଯ୍ୟଟକ ଘଡ଼ିଏ ଚାହିଁ ରହୁଥିଲେ । ହଁ ଏହି  ଖେଳ କେହି ମଣିଷ ଖେଳୁନଥିଲେ । ଖେଳୁଥିଲା ୭ ବର୍ଷିୟ ମାଈ ହାତୀ ‘ ମାମା’ । ପଶୁ ଟିଏ ହେଲେ ମଧ୍ୟ ଫୁଟବଲ ପାଇଁ ସେ ପାଗଳ । ଛୋଟ ବେଳୁ କାଠ ବଲ ଖେଳୁଥିବା ବେଳେ ବଡ଼ ହେବା ପରଠାରୁ ଫୁଟବଲ ତାର ଥିଲା ସବୁକିଛି । ବଲକୁ କେହି ଲୁଚାଇ ଦେଲେ ସେ ହେଇଯାଉଥିଲା ପାଗଳ ପ୍ରାୟ । ଏବେ ତାର ଠିକଣା ବଦିଳି ଯାଇଛି । ନିୟମ ଅନୁଯାଇ ଜଙ୍ଗଲୀ ଜନ୍ତୁକୁ ପୁଣି ଜଙ୍ଗଲକୁ ଛଡ଼ାଯାଇଛି ।  ପିସିସିଏଫ ଏବଂ ଚିଫ ୱାଇଲ୍ଡଲାଇଫ  ୱାଡ଼େନଙ୍କ ନିର୍ଦ୍ଦେଶ କ୍ରମେ ରବିବାର ଭୋରୁ ମାମାକୁ ଏକ ସ୍ୱତନ୍ତ୍ର ଗାଡ଼ିରେ ମାହାୁନ୍ତ ଚନ୍ଦକା କୁମାର ଖୁଣ୍ଟି ହାତୀ  ପ୍ରଶିକ୍ଷଣ କେନ୍ଦ୍ରକୁ ନେଇଥିଲେ ।  ସେଠାରେ ଅନ୍ୟ ହାତୀ ମାନଙ୍କ ସହିତ  ମାମା ବିଭିନ୍ନ କୌଷଳ ପ୍ରଶିକ୍ଷଣ ନେବ ।  

ସୂଚନା ଯୋଗ୍ୟ ହାତୀ ‘ମାମା’ ୫ ମାସର  ହୋଇଥିବା ବେଳେ ୨୦୧୭ ଜୁନ ୩  ତାରିଖରେ ଖୋର୍ଦ୍ଧା ରେଞ୍ଜ ଅନ୍ତର୍ଗତ  ଟାଙ୍ଗି ନିରାକାରପୁର ଗ୍ରାମ ନିକଟସ୍ଥ  ଜଙ୍ଗଲରୁ ତାର ମା’ ଛାଡ଼ି ଚାଲିଯାଇଥିବା  ବେଳେ ଉଦ୍ଧାର ହୋଇ ନନ୍ଦନକାନନକୁ  ଆସିଥିଲା । ପ୍ରାଣୀ ଉଦ୍ୟାନର ଶିଶୁ ଯତ୍ନ କେନ୍ଦ୍ରରେ ଅସ୍ତାଇ ମାହୁନ୍ତ ସୁବ୍ରତ ସିଂ ଓ  ଦୁଃଖିଶ୍ୟାମ ବେହେରା ତାର ସେବା ଯତ୍ନ  କରି ବଡ଼ କରିଥିଲେ । ମାହୁନ୍ତ ସୁବ୍ରତ  ସିଂ ଛୋଟ ବେଳୁ ତାକୁ ଏକ ଗୋଲାକାର  କାଠ ଧରାଇ ଦେଇଥିଲେ । ସେବେ ଠାରୁ  ବାହାରେ ବୁଲିବା ଛାଡ଼ି ଦେଲେ ସେହି  କାଠ ବଲଟି ଥିଲା ତାର ଅତି ପ୍ରିୟ । ବଲଟି ତାର ସ୍ଥାନରେ ନଥିଲେ ରାଗି  ଯାଇଥାଏ । ତେବେ ୪ ବର୍ଷ ପର୍ଯ୍ୟନ୍ତ  ତାକୁ ଶିଶୁ ଯତ୍ନ କେନ୍ଦ୍ରରେ ରଖିବା  ପରେ ପ୍ରାଣୀ ଉଦ୍ୟାନର ହାତୀ ଶାଳରେ ରଖାଯାଇଥିଲା । ସେଠାରେ ତାକୁ କାଠ ବଲ ପରିବର୍ତ୍ତେ ଏକ ଫୁଟବଲ  ଦିଆଗଲା । ଅପରାହ୍ନରେ ସବୁଦିନ ସେହି ବଲଟିକୁ ଧରି ହାତୀ ଶାଳ ପଡ଼ିଆରେ ଖେଳିଥାଏ । ଯାହାକୁ ଦେଖି ଛୋଟ ଠାରୁ ବଡ଼ ପର୍ଯ୍ୟଟକ ଭରପୁର ମନୋରଞ୍ଜ କରିଥାନ୍ତି । ଯାହା ଏବେ  ପର୍ଯ୍ୟଟକ ଏଥିରୁ ବଞ୍ଜିତ ହେବେ । ରବିବାର ମାମା ପ୍ରାଣୀ ଉଦ୍ୟାନରୁ ଯିବା ସମୟରେ  କର୍ମଚାରୀ ମାନେ ତାର ପ୍ରିୟ ଫୁଟବଲ ଟିକୁ ସଙ୍ଗରେ ଧରି ଯାଇଛନ୍ତି । ଏହି ହାତୀ ଯିବା ପରେ ପ୍ରାଣୀ ଉଦ୍ୟାନରେ  ହାତୀ ସଂଖ୍ୟା ୫ କୁ ଖସିଆସିଛି । ହାତୀ  ଶାଳରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଦୁଇଟି ମାଈ ହାତୀ ବାସନ୍ତୀ(୫୯)  ଓ ହାତୀ ହୀରା(୨୫) ଅଛନ୍ତି । ଅନ୍ୟ  ତିନୋଟି(ଦୁଇଟି ମାଈ ,ଗୋଟିଏ ଅଣ୍ଡିରା) ହାତୀ ଛୁଆଙ୍କୁ ଶିଶୁ ଯତ୍ନ କେନ୍ଦ୍ରରେ ରଖି ଲାଳନ ପାଳନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.