ପ୍ରମୂଖ ଖବର

ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଭିଡ଼, ଆଗାମୀ ରଣନୀତି ପାଇଁ ଚାଲିଛି ସମୀକ୍ଷା

ଭୁବନେଶ୍ୱର ୦୮/୦୬: ଭୁବନେଶ୍ୱର ନବୀନ ନିବାସ ପୁଣି ଲାଗିଲା ଗହଳଚହଳ। ପ୍ରେମ ପଟ୍ଟନାୟକ ଓ ଅରୁଣ ପଟ୍ଟନାୟକ ଓଡିଶା ଆସିବା ଚର୍ଚ୍ଚା ଭିତରେ ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଜମୁଛି ଭିଡ଼। ବରିଷ୍ଠ ଉପ ସଭାପତି ଦେବୀ ମିଶ୍ର, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ବିଧାୟକ ପ୍ରତାପ ଦେବ ଏବଂ ଭି କେ ପାଣ୍ଡିଆନ ନବୀନ ନିବାସରେ ପହଁଚିଥିବା ବେଳେ  ଲୋପାମୁଦ୍ରା ବକ୍ସିପାତ୍ର , ସଞ୍ଜୟ ଦାସବର୍ମା , କଳିକେଶ ସିଂ ବି ଉପସ୍ଥିତ ରହିଥିବା ଜଣାପଡିଛିି। 

ସୂଚନା ମୁତାବିକ, ଶୁକ୍ରବାର ସନ୍ଧ୍ୟାରେ ଅରୁଣ ପଟ୍ଟନାୟକ ଭୁବନେଶ୍ୱରରେ ପହଞ୍ଚିଥିଲେ । ସେ ସିଧା ନବୀନ ନିବାସ ଯାଇଥିଲେ । ଏହି ସମୟରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଓ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ନବୀନ ନିବାସରେ ପହଞ୍ଚିଥିଲେ । କିଛି ସମୟ ପରେ ନବୀନ ନିବାସରୁ ଫେରିଥିଲେ ପାଣ୍ଡିଆନ ଓ ପ୍ରଣବ । ହେଲେ ଅରୁଣ ନବୀନ ନିବାସରେ ରହିଥିବା ଜଣାପଡ଼ିଛି । ନିର୍ବାଚନରେ ବିଜେଡିର ପରାଜୟ ପରେ ଅରୁଣଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜନୈତିକ ମହଲରେ ନାନା ଆକଳନ କରାଯାଉଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.