ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଜି ଆସୁଛନ୍ତି ରାହୁଲ, ଶାହ ଓ ନଡ୍ଡା : ରାଉରକେଲା, ଦେବଗଡ଼ ଓ ଅନୁଗୁଳରେ ନବୀନଙ୍କ ବିଶାଳ ସଭା

ଭୁବନେଶ୍ୱର, ୧୫/୫ : କେନ୍ଦ୍ରୀୟ ନେତାଙ୍କ ଫୋକସ୍‌ରେ ଓଡ଼ିଶା। ଜାତୀୟ ରାଜନୀତିର ତିନି ବଡ଼ ଚେହେରା ବୁଧବାର ଓଡ଼ିଶା ଆସୁଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ବୁଧବାର ଓଡ଼ିଶା ଆସି ଆସ୍କା ସଂସଦୀୟ କ୍ଷେତ୍ରର ସୋରଡ଼ାଠାରେ ବିଜୟ ସଂକଳ୍ପ ସମାବେଶରେ ସାମିଲ ହେବେ । ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବି ଆଜି ଓଡ଼ିଶାରେ ପହଞ୍ଚି ବଲାଙ୍ଗୀରରେ ବିରାଟ ସଭା କରିବେ। ସନ୍ଧ୍ୟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ଦଳୀୟ କର୍ମଶାଳାରେ ଯୋଗ ଦେବେ । ଦିନ ସାଢ଼େ ୧୨ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ଶାହ । ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ଗଞ୍ଜାମର ସୋରଡ଼ା ଯିବେ । ସୋରଡ଼ାରେ ଆସ୍କା ସଂସଦୀୟ କ୍ଷେତ୍ର ପାଇଁ ବିରାଟ ପ୍ରଚାର ସଭା କରିବେ । ସଭା ପରେ ସିଧା ବୌଦ୍ଧ ଯିବେ । ଅପରାହ୍ନ ସାଢ଼େ ୩ଟାରେ ସେଠାରେ ପହଞ୍ଚି ଜନସଭାରେ ସାମିଲ ହେବା ସହ ବିଜେପି ପାଇଁ ଭୋଟ୍‌ ମାଗିବେ । ବୌଦ୍ଧରୁ ପୁଣି କଟକ ଆସିବେ । ଅପରାହ୍ନ ୫ଟାରେ କଟକରେ ରୋଡ୍‌ ସୋ କରିବେ । 

କଂଗ୍ରେସ ନେତା ରାହୁଲ ଗାନ୍ଧୀ ବି ବୁଧବାର ଓଡ଼ିଶା ଆସୁଛନ୍ତି । ସେ ଦିନ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ସିଧା ବଲାଙ୍ଗିର ଯିବେ । ବଲାଙ୍ଗିରରେ ଆୟୋଜିତ ବିରାଟ ସାଧାରଣ ସଭାରେ ଯୋଗ ଦେଇ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବେ । ସଭା ପରେ ପୁଣି ଭୁବନେଶ୍ୱର ଆସି ଦିଲ୍ଲୀକୁ ଫେରିଯିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଉରକେଲା ଯାଇ ପ୍ରଚାର କରିବେ । ଦିନ ସାଢ଼େ ୧୧ଟାରେ ସେଠାରେ ପହଞ୍ଚି ବିଶାଳ ସଭାରେ ସାମିଲ ହୋଇ ବିଜେଡି ପାଇଁ ଭୋଟ୍‌ ମାଗିବେ । ରାଉରକେଲାରୁ ସିଧା ଦେବଗଡ଼ ଯିବେ । ମଧ୍ୟାହ୍ନ ଗୋଟାଏ ବେଳେ ଦେବଗଡ଼ରେ ବିରାଟ ସଭା କରିବେ । ଅପରାହ୍ନ ୪ଟାରେ ଛେଣ୍ଡିପଦା ଓ ୫ଟାରେ ଆଠମଲ୍ଲିକରେ ଜନସଭାକୁ ସମ୍ବୋଧିତ କରିବେ ନବୀନ । 

ସେହିଭଳି କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଗୁରୁବାର ଓଡ଼ିଶା ଆସିବେ । କନ୍ଧମାଳରେ ଆୟୋଜିତ ସାଧାରଣ ସଭାରେ ପ୍ରଚାର କରିବେ । ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ବୁଧବାର ଦଳୀୟ କର୍ମଶାଳାରେ ଯୋଗ ଦେବେ । ୧୬ରେ ବରଗଡ଼ ଜିଲ୍ଲା ପଦ୍ମପୁର ଓ ସୁନ୍ଦରରଗଡ଼ରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ୨୦ରେ ପ୍ରଧାନମନ୍ତ୍ରୀ ମୋଦି ପୁଣି ଆସିବେ । ସେ ସକାଳୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ପୁରୀ ବଡ଼ଦାଣ୍ଡରେ ରୋଡ୍‌ ସୋ’ କରିବେ । କଟକ ଓ ଅନୁଗୁଳରେ ଆୟୋଜିତ ବିଶାଳ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଅଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.