ପ୍ରମୂଖ ଖବର
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ନିଟ୍-ୟୁଜି ପେପର ଲିକ୍‌ ମାମଲା: ସିବିଆଇ ଓ କେନ୍ଦ୍ରକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ, ୧୧ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୮।୭:  ବିବାଦୀୟ ମେଡିକାଲ ପ୍ରବେଶିକ ପରୀକ୍ଷା ନିଟ୍-ୟୁଜି ୨୦୨୪କୁ ରଦ୍ଦ କରିବା ନେଇ ଆବେଦନ ଉପରେ ସୋମବାର ସୁପୟିମକୋର୍ଟରେ ଶୁଣାଣି ହୋଇଛି। ପ୍ରଧାନ ବିଚାରପତି( ସିଜେଆଇ )ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧିନ ତିନି ଜଣିଆ ଖଣ୍ଡପୀଠ ନିଟ୍‌ ଆବେଦନକାରୀଙ୍କ ଶୁଣାଣି କରିଛନ୍ତି। ସିଜେଆଇ କଡା ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି ନିଟ୍‌ ୟୁଜି ପରୀକ୍ଷାରେ ପେପର ଲିକ୍‌ ହୋଇଥିବା କଥାକୁ ସ୍ୱୀକାର କରିବାକୁ ପଡ଼ିବ । ପେପର ଲିକ୍ ପରିଣାମ ଉପରେ ଆମେ ବିଚାର କରୁଛୁ। ଆମେ ଏକ ଆଦର୍ଶ ଦୁନିଆରେ ରହୁଛୁ, କିନ୍ତୁ ପୁଣିଥରେ ପରୀକ୍ଷା କରିବା ଉପରେ ନିଷ୍ପତ୍ତି ନେବା ପୂର୍ବରୁ ସବୁ ଦିଗକୁ ଦେଖିବାକୁ ହେବ, କାରଣ ଆମେ ଜାଣିଛୁ ଆମ ଉପରେ ୨୩ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ଭର କରେ।’

ସୁପ୍ରିମକୋର୍ଟ କହିଛନ୍ତି, ପରୀକ୍ଷାରେ ଅନିୟମିତତା ହେବା ପରେ ଘଟଣାର ତଦନ୍ତ ସିବିଆଇ ଆରମ୍ଭ କରିଥିଲା। ତେଣୁ ସର୍ବୋଚ୍ଚ ଅଦାଲତ ସିବିଆଇ, ପରୀକ୍ଷା ଆୟୋଜନ କରିଥିବା ଏନଟିଏ ଓ କେନ୍ଦ୍ର ସରକାରଙ୍କୁ ପୂରା ଘଟଣାର ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ୧୦ ତାରିଖ ସୁଦ୍ଧା  ରିପୋର୍ଟ  ଦେବାକୁ ନିର୍ଦେଶ ଦେଇଛନ୍ତି। ଏହାଛଡା ସିଜେଆଇ କହିଛନ୍ତି କେତେ ଛାତ୍ରଙ୍କ ରେଜଲ୍ଟ ରୋକା ଯାଇଛି ? ଛାତ୍ରମାନେ କେଉଁଠି ଅଛନ୍ତି ? ୨୩ ଜୁନ୍‌ରେ ୧୫୬୩ ଛାତ୍ରଙ୍କ ପରୀକ୍ଷା ପୁଣିଥରେ ହୋଇସାରିଛି। କ’ଣ ଏବେ ବି ଭୁଲ କାମ କରଥିବା ଲୋକଙ୍କୁ ଖୋଜାଯାଉଛି। ଏବେ କେବଳ ପରୀକ୍ଷା ରଦ୍ଦ କରିବା ଅନ୍ତିମ ଉପାୟ ହେବ, କାରଣ ଏଥିରେ ବହୁ ଛାତ୍ର ସାମିଲ ଅଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର ଅର୍ଥାତ ଜୁଲାଇରେ ୧୧ରେ ହେବ। 

ଉଲ୍ଲେଖନୀୟ ଯେ, କୋର୍ଟରେ ମୋଟ ୩୮ ଜଣ ଆବେଦନକାରୀଙ୍କ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏଥିରେ ୩୪ ଆବେଦନ ଛାତ୍ର, ଶିକ୍ଷକ,କୋଚିଂ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଦାଖଲ କରାଯାଇଛି। ସେଭଳି ୪ଟି ଆବେଦନ ନ୍ୟାନସାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ ) ପକ୍ଷରୁ କରାଯାଇଛି। କେନ୍ଦ୍ର ସରକାର ଏହା ପୂର୍ବରୁ ଶୁକ୍ରବାର ସୁପ୍ରିମକୋର୍ଟରେ ନିଜର ପକ୍ଷ ରଖିଥିଲେ। ଶିକ୍ଷା ମନ୍ତ୍ରଣାଳୟ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ନିଟ୍ ପରୀକ୍ଷା ରଦ୍ଦ କରିବା ଦାବିକୁ ବିରୋଧ କରିଥିଲା।ସରକାର ସତ୍ୟପାଟରେ କହିଥିଲେ, ଏହି ପେପର ଲିକ୍ କେବଳ ପାଟନା ଓ ଗୋଧ୍ରା କେନ୍ଦ୍ରରେ ହୋଇଛି। ବ୍ୟକ୍ତିଗତ ଉଦାହରଣ ଆଧରରେ ପରୀକ୍ଷା ରଦ୍ଦ କରିବା ଅନୁଚିତ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.