ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ପିଏମ୍ ମୋଦିଙ୍କ ବାସଭବନକୁ ଆସିଲା କୁନି ଅତିଥି, ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି କହିଲେ ଏଭଳି…

ନୂଆଦିଲ୍ଲୀ,୧୪।୯:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନକୁ ଆସିଲେ କୁନି ଅତିଥି। ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ମୋଦି କହିଛନ୍ତି, ଗୋ ମାତା ଏକ କୁନି ସନ୍ତାନକୁ ଜନ୍ମଦେଲେ। ତା’ର ନାମକରଣ ‘ଦୀପଜ୍ୟୋତି’ ରଖାଯାଇଛି। ମୋଦି ଖୁସି ପ୍ରକାଶ କରି କହିଛନ୍ତି, ଲୋକ କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ପରିସରରେ ନୂଆ ସଦସ୍ୟଙ୍କ  ଶୁଭ ଆଗମନ ହୋଇଛି। ପ୍ରିୟ ଗୋ’ମାତା ଏକ ନୂଆ ବାଛୁରୀଙ୍କୁ ଜନ୍ମ ଦେଇଛନ୍ତି, ଯାହାର ମସ୍ତକରେ ଜ୍ୟୋତିର ଚିହ୍ନ ରହିଛି। 

ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ଏକ ଛୋଟ ବାଛୁରୀକୁ ଖୁବ୍ ଗେହ୍ଲା କରୁଥିବାର ଦେଖାଯାଉଛନ୍ତି। ବାଛୁରୀର ତିଳକ କରିବା ସହ ଫୁଲ ହାର ପିନ୍ଧାଉଛନ୍ତି। ଏହାପରେ କୋଳରେ ଧରି ବଗିଚାରେ ବୁଲୁଛନ୍ତି।

ପିଏମ୍ ମୋଦି ଏକ୍ସରେ ନିଜ ପୋଷ୍ଟରେ କହିଛନ୍ତି, ଆମ ଶାସ୍ତ୍ରରେ କୁହାଯାଇଛି, ଗାଈ ସର୍ବସୁଖ ପ୍ରଦ’। ଲୋକ କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀ ବାସଭବନ ପରିବାରରେ ଏକ ନୂଆ ସଦସ୍ୟର ଶୁଭ ଆଗମନ ହୋଇଛି। ପ୍ରଧାନମନ୍ତ୍ରୀ ବାସଭବନରେ ପ୍ରିୟ ଗୋ’ ମାତା ଏକ ବାଛୁରୀ ଜନ୍ମ ଦେଇଛନ୍ତି। ଯାହାର ମସ୍ତକରେ ଜ୍ୟୋତି ଚିହ୍ନ ରହିଛି। ସେଥିପାଇଁ ମୁଁ ଏହାର ନାଁ ‘ଦ୍ବୀପଜ୍ୟୋତି’ ରଖିଛି।’

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.