ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏକ୍‌ଜିଟ୍ ପୋଲ୍‌ରେ ଉପରେ କଟକଣା, ଇସିଙ୍କ ନିର୍ଦ୍ଦେଶ ଏପ୍ରିଲ ୧୯ରୁ ଜୁନ୍ ୧ ଯାଏ ଜନମତ ସର୍ଭେ ବନ୍ଦ

ନୂଆଦିଲ୍ଲୀ,୩୦/୦୩: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତର ନିର୍ବାଚନ କମିଶନ (ଇସିଆଇ) ଏକ୍‌ଜିଟ ପୋଲ ଆୟୋଜନ, ପ୍ରକାଶନ ଓ ପ୍ରସାରଣ ଉପରେ ରୋକ୍‌ ଲଗାଇଛନ୍ତି । 

ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରି କମିଶନ କହିଛନ୍ତି ଯେ ଆସନ୍ତା ଏପ୍ରିଲ ୧୯ ତାରିଖ ସକାଳ ୭ଟାରୁ ଜୁନ ୧ ତାରିଖ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଏକଜିଟ୍‌ ପୋଲ ଉପରେ କଟକଣା ରହିବ । ଲୋକ ପ୍ରତିନିଧି ଆଇନ ଅନୁସାରେ ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ ଜନମତ ସର୍ବେକ୍ଷଣ ଫଳାଫଳ ଓ ନିର୍ବାଚନୀ ସର୍ଭେ ରିପୋର୍ଟ ଭଳି କୌଣସି ପ୍ରକାର ନିର୍ବାଚନ ସହ ଜଡିତ ବିଷୟବସ୍ତୁ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରଣ କରାଯାଇପାରିବ ନାହିଁ । 

ସେହିଭଳି ବିଜ୍ଞପ୍ତିରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏକ୍‌ଜିଟ ପୋଲ ଆୟୋଜନ, ପ୍ରକାଶନ ଓ ପ୍ରସାରଣ ଉପରେ ମଧ୍ୟ କଟକଣା ଲଗାଯାଇଛି । ଏହି କଟକଣା ସମସ୍ତ ପ୍ରକାର ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଏବଂ ଅନ୍ୟ ପ୍ରଚାର ପ୍ରସାର ବ୍ୟବସ୍ଥା ସହିତ ସମସ୍ତ ପ୍ରକାର ମିଡିଆ ଉପରେ ଲାଗୁ ହେବ । 

ସୂଚନାଯୋଗ୍ୟ ଯେ ଏପ୍ରିଲ ୧୯ରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ସହ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ସେହିଭଳି ୧୨ଟି ରାଜ୍ୟର ୨୫ଟି ବିଧାନସଭା ଆସନରେ ଉପନିର୍ବାଚନ ଲାଗି ମଧ୍ୟ ଭୋଟ ଗ୍ରହଣ କରାଯିବ। ଜୁନ ୪ ତାରିଖରେ ଭୋଟ ଗଣତି ହେବ ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.