ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୀତୀଶ- ନାଇଡୁଙ୍କ ଉପରେ ନିର୍ଭର କରୁଛି ମୋଦିଙ୍କ ତୃତୀୟ ପାଳି ! ଜାଣନ୍ତୁ ‘ଏନ୍ ଫାକ୍ଟର’ ସମୀକରଣ କ’ଣ ?

ନୂଆଦିଲ୍ଲୀ,୪।୬: ଦେଶର ସବୁଠାରୁ ବଡ ନିର୍ବାଚନ ଫଳାଫଳ ସାମନାକୁ ଆସିଛି। ବିଜେପି ନେତୃତ୍ବାଧିୀନ ଏନଡିଏ୍ ୨୯୫ ଆସନ ସହ ତୃତୀୟ ଥର ସରକାର ଗଠନ କରିବାକୁ ଯାଉଛି। ୨୦୨୪ ଓ ୨୦୧୯ ନିର୍ବାଚନ ଫଳାଫଳର ବିପରୀତରେ ଏଥର ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିବାର ମ୍ୟାଜିକ୍ ନମ୍ବରର ପଛରେ ପଡି ଯାଇଛି। ‘ଏନ୍ ଫାକ୍ଟର’ ର ସହିତ ଆରମ୍ଭ ହୋଇଥିବା ଏହି ନିର୍ବାଚନ ଫଳାଫଳ ମଧ୍ୟ ‘ଏନ୍‌ ଫାକ୍ଟର ’ ହୋଇ ରହିଯାଇଛି।

ନିର୍ବାଚନ ଆରମ୍ଭରୁ ଯୋଡି ହୋଇଥିଲା ‘ଏନ୍ ଫାକ୍ଟର’। ସ୍ବାଧିନତା ପରଠାରୁ ଏପର୍ଯ୍ୟନ୍ତ ପଣ୍ଡିତ ଜବାହାରଲାଲ ନେହରୁଙ୍କୁ ଛାଡି ଦେଲେ କୌଣସି ପ୍ରଧାନମନ୍ତ୍ରୀ ତୃତୀୟ ଥର ସରକାର ଗଠନ କରିବାରେ ସଫଳ ହୋଇ ନାହାନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ନିର୍ବାଚନରେ ତୃତୀୟ ଥର ସରକାର ଗଠନ କରି ପଣ୍ଡିତ ନେହରୁଙ୍କ ରେକର୍ଡର ସମକକ୍ଷ ହେବାର ସୁଯୋଗ ମିଳିଥିଲା।

ଲୋକସଭା ନିର୍ବାଚନର ଫଳାଫଳ ଆସିବା ଆରମ୍ଭ ହେବାକୁ ଏହି ଫଳାଫଳ ମଧ୍ୟ ଏନ୍‌ ଫାକ୍ଟର ହୋଇଯାଇଛି। ନମୋ, ନୀତୀଶ ଓ ନାଇଡୁ। ନମୋ ଅର୍ଥାତ ନରେନ୍ଦ୍ର ମୋଦିଙ୍କ ଚେହେରାକୁ ଆଗକୁ ଆଣି ନିର୍ବାଚନ ମୈଦାନରେ ଓହ୍ଲାଇଥିବା ଏନ୍‌ଡିଏକୁ ସରକାର ଗଠନ କରିବାର ଜନାଦେଶ ମିଳୁଥିବାର ନଜର ଆସୁଛି। ତାଜା ଫଳାଫଳ ଅନୁସାରେ, ଏନ୍‌ଡିଏକୁ ୨୯୬ ଆସନ ମିଳିଛି, କିନ୍ତୁ ବିଜେପି ଲଗାତାର ତୃତୀୟ ଥର ବହୁମତ ସହିତ ମୋଦି ସରକାର ଗଠନ କରିବାର ସୁଯୋଗ ହରାଇ ବସୁଥିବାର ଦେଖିବାକୁ ମିଳୁଛି। 

ଏପର୍ଯ୍ୟନ୍ତ ଏନ୍ ଅର୍ଥାତ ନେହରୁଙ୍କ ସମକକ୍ଷ କରି ଲଗାତାର ତୃତୀୟ ଥର ସରକାର ଗଠନ କରିବା ପାଇଁ ମୋଦିଙ୍କୁ ଦୁଇ ଅନ୍ୟ ଏନ୍ – ନୀତୀଶ କୁମାର ଓ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ଉପରେ ନିର୍ଭର କରିବାକୁ ପଡିବ। ନୀତୀଶ ଓ ନାଇଡୁଙ୍କ ଆଭିମୁଖ୍ୟ ହିଁ ସରକାର ଗଠନ କରିପାରିବ। ନୀତୀଶଙ୍କ ନେତୃତ୍ବାଧୀନ ଜେଡିୟୁକୁ ୧୪ ଓ ନାଇଡୁଙ୍କୁ ତେଲଗୁ ଦେଶମ ପାର୍ଟି(ଟିଡିପି)କୁ ୧୬ଟି ଆସନ ମିଳିଛି। ଏହି ଦୁଇ ଦଳ ମଧ୍ୟ ଏନ୍‌ଡିଏରେ ଅଛନ୍ତି। ଏବେ ଯଦି ଏନ୍‌ଡିଏକୁ ମିଳୁଥିବା ୨୯୫ ରୁ ଏହି ଦୁଇ ପାର୍ଟିକୁ ମିଳିଥିବା ୩୦ ଆସନ କଟିଯାଏ ତେବେ ଶାସକ ମେଣ୍ଟ ୨୬୫ ଆସନରେ ଆସିଯିବ। କାରଣ ବହୁମତ ପାଇଁ ୨୭୨ ମ୍ୟାଜିକ୍ ନମ୍ବର ଦରକାର। ମୋଦିଙ୍କ ତୃତୀୟ ପାଳି ନୀତୀଶ ଓ ନାଇଡୁଙ୍କ ଉପରେ ନିର୍ଭର କରିବ। ସ୍ଥିତିକୁ ଦୃଷ୍ଟିରେ ରଖି ଏନ୍‌ଡିଏ ସହିତ ବିରୋଧି ଇଣ୍ଡିଆ ମଧ୍ୟ ଆକ୍ଟିଭ ମୋଡ୍‌ରେ ଆସିଯାଇଛି। ପ୍ରଧାନମନ୍ତ୍ରୀ ମୋଦି ନିଜେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ସହ କଥା ହୋଇଛନ୍ତି। ସେଭଳି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବାକୁ ବିଜେପି ଅଧ୍ୟକ୍ଷ ଓ ତାଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ସମ୍ରାଟ ଚୌଧୁରୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଁଞ୍ଚିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.