ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ନୂଆପାଟଣାରୁ ଶ୍ରୀକ୍ଷେତ୍ର ଗଲା ଗୀତଗୋବିନ୍ଦ ଖଣ୍ଡୁଆ ପାଟ, ଘୋଷ ଯାତ୍ରାରେ ମହାପ୍ରଭୁଙ୍କ ଅଙ୍ଗ ଲାଗି ହେବ

ତିଗିରିଆ,୨୫/୦୬: ପାଖେଇ ଆସୁଛି ଶ୍ରୀକ୍ଷେତ୍ରରେ ପବିତ୍ର ଘୋଷ ଯାତ୍ରା । ଶ୍ରୀଜିଉ ବଡ଼ଦାଣ୍ଡରେ ଭକ୍ତଙ୍କ ସହ ମିଶିବେ । ଚାଲିଛି ପ୍ରସ୍ତୁତି । ଏ ପରିପ୍ରେକ୍ଷୀରେ ଶ୍ରୀଜଗନ୍ନାଥଙ୍କ ପ୍ରଧାନ ଅଙ୍ଗ ବସ୍ତ୍ର ଖଣ୍ଡୁଆ ପାଟ ପ୍ରସ୍ତୁତ ହୋଇ ଶ୍ରୀକ୍ଷେତ୍ର ପଠା ଯାଇଛି । ପୁଣି ପ୍ରସ୍ତୁତି ଚାଲିଛି । ବର୍ଷ ତମାମ ଶ୍ରୀଧାମରେ ଚତୁର୍ଦ୍ଧା ବିଗ୍ରହଙ୍କ ବିଭିନ୍ନ ବେଶ ଓ ନିତିକାନ୍ତି ପାଇଁ ଖଣ୍ଡୁଆ ପାଟ ଲୋଡ଼ା  ହେଉଥିବା ବେଳେ କଟକ ଜିଲ୍ଲା ତିଗିରିଆ ବ୍ଲକ୍‌ ଅନ୍ତର୍ଗତ ହସ୍ତତନ୍ତ ପ୍ରସିଦ୍ଧ ନୂଆପାଟଣାର  ବୁଣାକାର ଏହାକୁ ପ୍ରସ୍ତୁତ କରିଥାନ୍ତି । ନୂଆପାଟଣାର ୬/୭ ଟି ପରିବାର ଗୀତ ଗୋବିନ୍ଦ ଖଣ୍ଡୁଆ  ପ୍ରସ୍ତୁତି କରୁଛନ୍ତି । 

ଶତାବ୍ଦୀ ଶତାବ୍ଦୀ ଧରି ପୁରୀ ଶ୍ରୀକ୍ଷେତ୍ରକୁ ନୂଆପାଟଣାରୁ ଖଣ୍ଡୁଆ ଯିବାର  ପରମ୍ପରା ଏବେ ବି ଜାରି ରହିଛି । ଶ୍ରୀମନ୍ଦିର ପ୍ରଶାସନ ଜରିଆରେ ଏହି ବସ୍ତ୍ର ମହାପ୍ରଭୁଙ୍କ ଅଙ୍ଗ ସେବାରେ ଲାଗିଥାଏ । ଗୀତଗୋବିନ୍ଦ ଖଣ୍ଡୁଆ ପାଟ ପ୍ରସ୍ତୁତି ବେଳେ ସମ୍ପୂର୍ଣ୍ଣ ପରିବାର  ହବିଷ୍ୟାନ୍ନ ଖାଇଥାଆନ୍ତି ବୋଲି ବୟୋଜ୍ୟେଷ୍ଠ ବୁଣାକାର ତ୍ରିଲୋଚନ ଦାସ କହିଛନ୍ତି । ପୁରୁଷ  ପୁରୁଷ ଧରି ଏହି ବସ୍ତ୍ର ସେବାରେ ସେମାନେ ନିୟୋଜିତ ରହିଛନ୍ତି । ଗୀତଗୋବିନ୍ଦ ପଦାବଳିକୁ  ପାଟ ସୂତାରେ ବୁଣି ବୁଣି ଅକ୍ଷର ସୃଷ୍ଟି କରିବା କଷ୍ଟକର ହୋଇଥିଲେ ମଧ୍ୟ ମହାପ୍ରଭୁଙ୍କ  ପାଇଁ ଶ୍ରଦ୍ଧାର ସହିତ କରିଥାନ୍ତି ବୋଲି ଖଣ୍ଡୁଆ ବୁଣାକାର ପରିବାର କହିଛନ୍ତି । କ୍ଷୁଦ୍ରତମ ଗଡ଼ଜାତ ତିଗିରିଆ ପୁରୁଷୋତ୍ତମ କ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଗୀତଗୋବିନ୍ଦ ଖଣ୍ଡୁଆ ଯାଉଛି । ତିଗିରିଆ ଅଞ୍ଚଳର ଆରାଧ୍ୟ ଦେବତା ହେଉଛନ୍ତି ପ୍ରସନ୍ନ ପୁରୁଷୋତ୍ତମ ଦେବ । ଏଣୁ ଶ୍ରୀକ୍ଷେତ୍ର  ସହ ସମ୍ପର୍କ ରହିଛି । ଏହାର ବୁଣାକାରଙ୍କୁ ସରକାର ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ସହିତ  ଆର୍ଥିକ ବିକାଶ ଦିଗରେ ଯୋଜନା ପ୍ରସ୍ତୁତ କରିବା ଏବେ ଜରୁରି ହୋଇପଡ଼ିଛି । ଏ ଦିଗରେ  ନୂଆ ସରକାର ପଦକ୍ଷେପ ନେବେ ବୋଲି ବୁଣାକାର ପରିବାର ଆଶା ବ୍ୟକ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.