ନୂଆଦିଲ୍ଲୀ: ଏବେ ନ୍ୟୁୟର୍କର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲରେ ଦୀପାବଳି ପାଇଁ ମିଳିବ ଛୁଟି । ଏକ ଐତିହାସିକ ନିଷ୍ପତ୍ତି ନେଇ ନ୍ୟୁୟର୍କ ରାଜ୍ୟପାଳ କୈଥି ହୋଚୁଲ ଏକ ଆଇନ୍ରେ ସ୍ବାକ୍ଷର କରିଛନ୍ତି । ହୋଚୁଲ କହିଛନ୍ତି ଯେ, ନ୍ୟୁୟର୍କ ସହର ବିଭିନ୍ନ ଧର୍ମ ଏବଂ ସଂସ୍କୃତିରେ ସମୃଦ୍ଧ । ଏବେ ସ୍କୁଲ କ୍ୟାଲେଣ୍ଡରରେ ଏହି ପର୍ବକୁ ଚିହ୍ନିବା ଏବଂ ପାଳନ କରିବା ପାଇଁ ଏମେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛୁ ।
ହୋଚୁଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଦିୱାଲୀ ପାଇଁ ନ୍ୟୁୟର୍କ ସହରର ସମସ୍ତ ସରକାରୀ ବିଦ୍ୟାଳୟ ପ୍ରତିବର୍ଷ ବନ୍ଦ ହେବା ଆବଶ୍ୟକ। ହୋଚୁଲ କହିଛନ୍ତି ଯେ, ଦିୱାଲୀକୁ ନ୍ୟୁୟର୍କ ସିଟି ସ୍କୁଲରେ ଛୁଟିଦିନ ଭାବରେ ନାମିତ କରିବା ଆବଶ୍ୟକ । କାରଣ ଆମ ପିଲାମାନଙ୍କ ପାଇଁ ସାରା ବିଶ୍ୱରୁ ପରମ୍ପରା ବିଷୟରେ ଜାଣିବା ଏବଂ ପାଳନ କରିବା ପାଇଁ ଏହା ଏକ ସୁଯୋଗ ।
ଦିୱାଲୀ ପାଳନ କରିବା ପାଇଁ ଫ୍ଲୁସିଂରେ ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସୋସାଇଟିରେ ଏକ ସ୍ୱତନ୍ତ୍ର ରିସେପ୍ସନ୍ ସମୟରେ ହୋଚୁଲ୍ ଏହି ନିୟମ ସ୍ୱାକ୍ଷର କରିଥିଲେ । ସୋସିଆଲ ମିଡିଆ X ରେ ଏକ ପୋଷ୍ଟରେ ହୋଚୁଲ କହିଛନ୍ତି ଯେ, ସେ ବିଶ୍ୱାସ କରନ୍ତି ଯେ ଆଲୋକର ଉତ୍ସବ ଅନ୍ଧକାରରେ ପାଳନ କରାଯିବା ଉଚିତ ନୁହେଁ।
ସେଥିପାଇଁ ଆଜି ରାତିରେ, ଆମେ ଲୋକଙ୍କୁ ଏକାଠି କରିବା ପାଇଁ ଏହି ପଦକ୍ଷେପ ନେଇଛୁ । ଦିୱାଲୀ ପାଳନ କରିବାକୁ ଆମେ ଏକାଠି ହେବାବେଳେ, ଦିୱାଲୀଙ୍କୁ ନ୍ୟୁୟର୍କ ସହରର ସରକାରୀ ସ୍କୁଲରେ ଛୁଟିରେ ପରିଣତ କରିବା ପାଇଁ ଐତିହାସିକ ନିୟମରେ ସ୍ୱାକ୍ଷର କରି ମୁଁ ଗର୍ବିତ।