ପ୍ରମୁଖ ଖବର
  • ଜୟପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆରମ୍ଭ କରିବେ ପ୍ରଚାର
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟଶଙ୍କର
  • ||
  • ରାଜଧାନୀରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ରୁମ୍‌ରେ ଥିବା ଅନ୍ୟ ଜଣେ ଯୁବତୀ ଫେରାର
  • ||
  • ବ୍ରହ୍ମଗିରି ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର
  • ||
  • କଂଗ୍ରେସ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତ ଫେରାଇଲେ ଟିକେଟ୍
  • ||
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର, ୫ରେ ପୁଣି ଆସିବେ ଜେପି ନଡ୍ଡା
  • ||
  • ଶନିବାର ୪ ଜିଲ୍ଲାରେ ପ୍ରଚାର କରିବେ ନବୀନ, ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କମ୍ପିବ ମଇଦାନ୍
  • ||
  • IPL 2024: ଚିନ୍ନାସ୍ୱାମୀରେ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ, ଦେଖିବାକୁ ମିଳିବ ରୋଚକ ଲଢ଼େଇ
  • ||
  • ତାତିରେ ଲାଗିବ ବ୍ରେକ୍: ଆଜିଠୁ ଉପକୂଳ, ୭ରୁ ସାରା ଓଡ଼ିଶାରେ ଖସିବ ପାରଦ, ୧୨ ଯାଏଁ ବିକ୍ଷିପ୍ତ ବର୍ଷା ଆଶାଙ୍କା
  • ||

ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌, ଓଡିଶାର ପ୍ରଥମ ହସ୍ପିଟାଲ ଭାବେ ଏହି ସଫଳତା

ଭୁବନେଶ୍ୱର,୨୫/୦୪: ରାଜ୍ୟର ପ୍ରତିଷ୍ଠିତ ଚିକିତ୍ସାଳୟ ସମ୍‌ ଅଲ୍ଟିମେଟ୍‌ ମେଡିକେୟାର(ସମ୍ମମ)କୁ ଯୁଗ୍ମ କମିଶନ ଇଣ୍ଟରନ୍ୟାସନାଲ (ଜେସିଆଇ)ପ୍ରାଇମ୍‌ ସାର୍ଟିଫିକେଟ ମିଳିଛି । ରାଜ୍ୟରେ ପ୍ରଥମ ହସ୍ପିଟାଲ ଭାବେ ସମ୍ମମକୁ ଏହି ସଫଳତା ପ୍ରାପ୍ତ ହୋଇଛି । ରୋଗୀଙ୍କୁ ଗୁଣବତ୍ତା ଓ ସୁରକ୍ଷିତ ଚିକିତ୍ସା ସେବା ଯୋଗାଉଥିବା ସମ୍ମମକୁ ଏହି ସଫଳତା ମିଳିବାପରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି ।

ବୁଧବାର ହସ୍ପିଟାଲ ପରିସରରେ ସାର୍ଟିଫିକେସନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରମୁଖ ମେଡିକାଲ୍‌ ଟେକ୍‌ନୋଲୋଜି କମ୍ପାନୀ ବେକ୍ଟନ୍‌, ଡିକିନ୍‌ସନ୍‌ ଆଣ୍ଡ କୋ (ବିଡିଏ)ର ସହଯାଗରେ ଏହି ମାନ୍ୟତା ପ୍ରଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସମ୍ମମ୍‌ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ପୂରଣ କରିବା ସହ ୯୮.୪ ପ୍ରତିଶତ ଅନୁପାଳନ କରି ଏହି ମାନ୍ୟତା ପ୍ରାପ୍ତ କରିଛି । ସମ୍ମମ୍‌ର ସିଇଓ ଡା. ଶ୍ୱେତପଦ୍ମା ଦାଶ ହସ୍ପିଟାଲ ପକ୍ଷରୁ ଏହି ପ୍ରମାଣପତ୍ର ଗ୍ରହଣ କରିଥିଲେ । ଏହି ଅବସରରେ ହସ୍ପିଟାଲର ନର୍ସିଂ ଟିମ୍‌ , ଫାର୍ମାସୀ ଟିମ୍‌ , ବିଭିନ୍ନ ବିଭାଗର ମୁଖ୍ୟଙ୍କ ସମେତ ବିଡିର ଇଣ୍ଡିଆ ଓ ଦକ୍ଷିଣ ଏସିଆର ମେଡିକାଲ ପ୍ରତିନିଧି ଦଳର ମୁଖ୍ୟ ଡା. ପଙ୍କଜ ରାଇନା ଓ ଅନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ  । 

ପ୍ରକାଶ ଥାଉକି, ୨୦୨୨ ମସିହାରେ ହସ୍ପିଟାଲରେ ଜେସିଆଇ ପ୍ରାଇମ୍‌ ପ୍ରୋଗ୍ରାମ୍‌ ଆରମ୍ଭ ହୋଇଥିବା ବେଳେ ହସ୍ପିଟାଲର ଉପରିସ୍ଥ ଅଧିକାରୀମାନଙ୍କ ସହଯୋଗ ଓ ତତ୍ତ୍ୱାବଧାନରେ ସଂକ୍ରମଣ ନିୟନ୍ତ୍ରଣ ବିଭାଗ, ନର୍ସିଂ, ଫାର୍ମାସୀ, ଇନ-ପେସେଣ୍ଟ ସର୍ଭିସ ଓ କ୍ୱାଲିଟି ମ୍ୟାନେଜମେଣ୍ଟ ଟିମ୍‌ ମିଳିତ ଭାବେ କାର୍ଯ୍ୟ କରିଥିଲେ । ଏହି ସାର୍ଟିଫିକେଟ୍‌ ପ୍ରୋଗ୍ରାମ୍‌ ସହିତ ‘ଇନଭ୍‌ାସିଭ ଫଙ୍ଗାଲ ଇନେ୍‌ଫକ୍ସନ ଇନ୍‌ ଆଇସିୟୁ' ଏବଂ  "ଇନଫେକ୍ସନ୍‌ କଣ୍ଟ୍ରୋଲ କେୟାର୍‌ ବଣ୍ଡଲ୍‌' ଭଳି ଦୁଇଟି ପ୍ରସଙ୍ଗରେ ଏକାଡେମିକ ସେସନ୍‌ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଦୁଇଟି ସେସନ୍‌ରେ ସମ୍ମମ୍‌ର କ୍ରିଟିକାଲ୍‌ କେୟାର ମେଡିସନ୍‌ ବିଭାଗର ସିନିୟର କନ୍‌ସଲଟାଣ୍ଟ ଡାକ୍ତର ଆନନ୍ଦ ମିଶ୍ର ଓ ଡାକ୍ତର ଅରୁଣ ରଥ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.