ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

୨୦୩୬ ଯାଏ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା, ଅଧିକ ୩ ବର୍ଷ ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ୱର, ୨୨/୦୬: ୨୦୩୬ରେ ଓଡ଼ିଶା ପ୍ରଦେଶ ଗଠନକୁ ଶହେ ବର୍ଷ ପୂରଣ ହେବ । ରାଜ୍ୟ  ସରକାରଙ୍କ ପକ୍ଷରୁ ଶହେ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି । ଏହାକୁ  ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ ହକି ପାଇଁ  ବଡ଼ ଘୋଷଣା କରିଛନ୍ତି । ଓଡ଼ିଶା  ୨୦୩୬ ପର୍ଯ୍ୟନ୍ତ ଭାରତୀୟ ଦଳର  ମୁଖ୍ୟ ପ୍ରାୟୋଜକ ରହିବ । ଟୋକିଓରେ  ଦୀର୍ଘ ଚାରି ଦଶନ୍ଧି ପରେ ପୁରୁଷ ଦଳ  ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିଲା । ଏହାପରେ ପୂର୍ବ ସରକାର ୨୦୨୩ରୁ  ୨୦୩୩ ପର୍ଯ୍ୟନ୍ତ ପ୍ରାୟୋଜକ ଅବଧି  ବୃଦ୍ଧି କରାଇଥିଲେ । ଏବେ ତାହା ଆଉ  ୩ ବର୍ଷ ବୃଦ୍ଧି ହେବାକୁ ଯାଉଛି । ଶୁକ୍ରବାର ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କ ସହ ହକି ଇଣ୍ଡିଆର  ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ  ସମ୍ପାଦକ ଭୋଳାନାଥ ସିଂ ସୌଜନ୍ୟମୂଳକ  ସାକ୍ଷାତ କରି ଆଲୋଚନା କରିଥିଲେ ।  

ମୁଖ୍ୟମନ୍ତ୍ରୀ କହିଥିଲେ, ‘ରାଜ୍ୟ  ସରକାରଙ୍କ ପକ୍ଷରୁ ୨୦୩୬ରେ  ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର  ଶହେ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି । ସେଥିପାଇଁ ଭାରତୀୟ ହକି  ଦଳର ପ୍ରାୟୋଜକ ଅବଧି ସମୟକୁ  ୨୦୩୩ରୁ ଆଉ ତିନି ବର୍ଷ ପାଇଁ ବୃଦ୍ଧି  କରାଯିବ । ହକିର ଉନ୍ନତି ପାଇଁ ରାଜ୍ୟ  ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ  ଯୋଗାଇ ଦିଆଯିବ ।’ ‘ଓଡ଼ିଶାବାସୀଙ୍କ  ଭାବାବେଗକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି  ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବସେବା  ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି । 

ଆଲୋଚନା ପ୍ରସଙ୍ଗରେ ହକି ଇଣ୍ଡିଆ  ସଭାପତି ଓ ସମ୍ପାଦକ କହିଥିଲେ, ‘ହକି  ପାଇଁ ଓଡ଼ିଶାକୁ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ମିଳିଛି । ଭାରତୀୟ ହକି ଦଳର ବିକାଶରେ  ରାଜ୍ୟର ଅବଦାନ ପ୍ରଶଂସନୀୟ । ଭବିଷ୍ୟତରେ ଓଡ଼ିଶା ସରକାରଙ୍କ  ସହ ମିଶି ହକିକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ପାଇଁ ମିଳିମିଶି କାର୍ଯ୍ୟ କରିବୁ । 

ସୂଚନାଯୋଗ୍ୟ, ଓଡ଼ିଶା ସରକାର ୨୦୧୮ରୁ ଭାରତୀୟ  ହକି ଦଳର ମୁଖ୍ୟ ପ୍ରାୟୋଜକ ରହିଛନ୍ତି । ୨୦୨୧ରେ ପୂର୍ବ ସରକାର  ଆଉ ୧୦ ବର୍ଷ ବୃଦ୍ଧି କରାଯିବା ବିଷୟରେ ଘୋଷଣା କରିଥିଲେ ।  ମୁଖ୍ୟମନ୍ତ୍ରୀଙ୍କ ସହ ହକି ଇଣ୍ଡିଆ କର୍ମକର୍ତ୍ତାଙ୍କର ସୌଜନ୍ୟମୂଳକ  ସାକ୍ଷାତକାର ସମୟରେ ମୁଖ୍ୟଶାସନ ସଚିବ ପି.କେ ଜେନା,  କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ  ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.