ଚନ୍ଦାହାଣ୍ଡି, ୧୩।୯ (ଆ ପ୍ର )-ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରାସ୍ତା ରେ ପଡ଼ିଥିବା ଜଣେ ଅସହାୟ ବୃଦ୍ଧକୁ ପୋଲିସ ଉଦ୍ଧାର କରି ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ। ବୃଦ୍ଧ ସୁସ୍ଥ ହୋଇଥିଲେ ମଧ୍ୟ ସମ୍ପର୍କୀୟ ବୃଦ୍ଧଙ୍କୁ ନେବାକୁ ମନା କରି ଦେଇଥିଲେ। ଏହାକୁ ନେଇ ମେଡିକାଲ କର୍ତ୍ତୃପକ୍ଷ ଥାନାକୁ ଲିଖିତ ଜଣାଇଥିବା ନେଇ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ଧିପ କୁମାର ଶତପଥି ପ୍ରକାଶ କରିଛନ୍ତି l
ଛତିଶଗଡ ରାଜ୍ୟ ଦେଭୋଗ ଥାନା ଅଧିନ ସିନାପାଲି ଗ୍ରାମରେ ଶୁକଚନ୍ଦ ୟାଦବ (୭୬) ଙ୍କ ଘର l ନିଜ ସ୍ତ୍ରୀ ସହିତ ସେ କୁଲି ମଜୁରୀ କରି ହସ ଖୁସୀ ରେ ରହିଥିଲେ l ହଠାତ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ସବୁଦିନ ପାଇଁ ଆରପାରିକୁ ଚାଲିଗଲେ l ସେ ଏକା ହୋଇପଡି ବାରୁ ସେ ଗାଁ ରେ ନିଜ ଘର ଦ୍ଵାର ଛାଡି ଛତିଶଗଡ଼ ର ଧୁରୁଆଗୁଡ଼ି ଏକ ହୋଟେଲ ରେ କାମ କରି ନିଜ ପେଟ ପୋଷୁଥିଲେ l ବୟସ ବଢ଼ିବା ରୁ ସେ ଆଉ କାମ ଧନ୍ଦା କରି ନ ପାରିବାରୁ ସମ୍ପର୍କୀୟ ଲୋକ ତାଙ୍କୁ ନ ପଚାରିବାରୁ ସେ ମାଗି ଯାଚି ଖାଇ ଏଆଡ଼େ ସେଆଡେ଼ ବୁଲୁ ଥିଲେ l ଗତ ସେପ୍ଟେମ୍ବର ୫ ତାରିଖରେ ଶୁକଚନ୍ଦ ଅଚେତ ଭାବରେ ରାସ୍ତା ରେ ପଡି ଥିବା ଦେଖି କିଛି ଲୋକ ଚନ୍ଦାହାଣ୍ଡି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତୀ କରି ଥିଲେ lପୋଲିସ ତାଙ୍କ ସମ୍ପର୍କୀୟ ଙ୍କୁ ଯୋଗା ଯୋଗ କରିବାରୁ ସେମାନେ ତାଙ୍କୁ ନେବା କୁ ମନା କରିଦେଇ ଥିବା ସୂଚନା ଦେଇଛି l
ବର୍ତ୍ତମାନ ଶୁକଚନ୍ଦ ସୁସ୍ଥ ହୋଇ ଥିଲେ ମଧ୍ୟ ତାଙ୍କ ଲୋକ କେହି ନେଉ ନ ଥିବା ରୁ l ଶୁକଚନ୍ଦ ମେଡିକାଲ ର ଏ ବେଡ଼ ରୁ ସେ ବେଡ଼ କୁ ଯାଇ ପରିଶ୍ରା କରି ଦେଉ ଥିବା ରୁ ରୋଗୀ ହଇରାଣ ହେଉଛନ୍ତି l ଏହା ଛଡା ସେ ବେଳେ ବେଳେ ପାଟି କରିବା ରୁ ରୋଗୀ ଶୋଇ ପାରୁ ନ ଥିବା ନେଇ କେତେ ଜଣ ରୋଗୀ ପ୍ରକାଶ କରିଛନ୍ତି l ସେ ସବୁ ଦିନ ବେଡ଼ ରେ ପରିସ୍ରା କରି ଦେଉ ଥିବା ରୁ ନାକେଦମ ହୋଇ ପଡିଲେଣି ମେଡିକାଲ କର୍ମଚାରୀ l ଶୁକଚନ୍ଦ ର ସମ୍ପର୍କୀୟ ଙ୍କୁ ଆଣିବା ପାଇଁ ପୋଲିସ କୁ ଲିଖିତ ଅଭିଯୋଗ ଦେବା ସହ ଏହାର ତୁରନ୍ତ ବ୍ୟବସ୍ଥା କରିବା କୁ ଚନ୍ଦାହାଣ୍ଡି ବିଡି ଓ ଧର୍ମରାଜ ମାଝି ଙ୍କୁ ଅବଗତ କରେଇ ଥିବା ନେଇ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ଧିପ କୁମାର ଶତପଥି ପ୍ରକାଶ କରି ଛନ୍ତି l ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ବିଭିନ୍ନ ମହଲ ରେ ଦାବୀ କରାଯାଇଛି l