ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କମାଣ୍ଡର ସହ କାର ମୁହାଁମୁହିଁ ଧକ୍କା : ଜଣେ ମୃତ , କାରରୁ ବନ୍ଧୁକ ଜବତ

ସୁନ୍ଦରଗଡ, ୧୮।୩ : ସୁନ୍ଦରଗଡ  ଧରୁଆଡ଼ିହି ଥାନା ଅନ୍ତର୍ଗତ କେନ୍ଦମାଲ ବ୍ରିଜ ପାଖରେ ଦୁର୍ଘଟଣା।ଯାତ୍ରୀବାହୀ କମାଣ୍ଡରକୁ ଦ୍ରୁତଗତିରେ ଆସୁଥିବା କାର ପିଟିବା ଫଳରେ ଜଣକର ମୃତ୍ୟୁ ଘଟିବା ସହ ୫ଜଣ ଆହତ ହୋଇଛନ୍ତି । ଆହତ ପାଞ୍ଚ ଜଣ  ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ଜଣକ ବିରବିରା ଗାଁର ମହେଶ୍ୱର ପଟେଲ ।

 କମାଣ୍ଡରଟି ଲୋକଙ୍କୁ ନେଇ  ସୁନ୍ଦରଗଡ଼ରୁ  କେନ୍ଦମାଲ ଆସୁଥିଲା।   କେନ୍ଦମାଲ ବ୍ରିଜ ପାଖରେ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ କମାଣ୍ଡର ରେ ଥିବା ୫ ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।ଅନ୍ୟପଟେ ପୋଲିସ୍ ଯାଞ୍ଚ ସମୟରେ କାର  ମାଲିକଙ୍କ ଠାରୁ ଏକ ପିସ୍ତଲ ଜବତ କରିଛି।ପିସ୍ତଲ କେଉଁଠୁ ଆସିଲା ଓ କାହିକି କାର ମାଲିକ ପିସ୍ତଲ ଧରିଥିଲେ ତାକୁ ନେଇ  ପୋଲିସ ପଚରା ଉଚରା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.