ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ପୋଲ ଉପରେ ମୋବାଇଲ ଦେଖିବା ହେଲା କାଳ, ବଜ୍ରପାତ ନେଲା ଜୀବନ

ବ୍ରହ୍ମବରଦା,୧୮/୦୯ :  ପୋଲ ଉପରେ ମୋବାଇଲ ଦେଖିବା ହେଲା କାଳ । ବଜ୍ରାଘାତ ଘଟି ଜଣେ ଯବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ପଂଚାୟତସ୍ଥ ଚଇନିହୁଡା ନିକଟରେ ଏଭଳି ଘଟଣା ଘଟିଛି । 

 ଚଇନିହୁଡ-ଦେଓଦା ରାସ୍ତା ମଝିରେ ଥିବା ଏକ ପୋଲ ଉପରେ ୨ଜଣ ଯୁବକ ମୋବାଇଲରେ ଚ୍ୟାଟିଂ କରୁଥିବା ବେଳେ ହଠାତ ବଜ୍ରାଘାତ ହୋଇଥିଲା । ଏହି ଘଟଣାରେ ଚଇନିହୁଡା ଗ୍ରାମର ନୀଳମଣୀ ନାୟକଙ୍କ ପୁଅ ମନୋରଞ୍ଜନ (୨୦)ଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଗ୍ରାମର ବଟକୃଷ୍ଣ ତରାଇଙ୍କ ପୁଅ ମନୋଜ ଗୁରୁତର ଆହତ ହୋଇ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସେଠାରେ ମନୋଜଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ପଠାଇ ଦେଇଥିବା ଜଣାପଡିଛି ।

ଆହୁରି ପଢନ୍ତୁ : ଫୁଟବଲ ମ୍ୟାଚ ଦେଖୁଥିବା ବେଳେ ବଜ୍ରପାତରେ ୩ ମୃତ, ୪ ଗୁରୁତର

Copyright © 2022 - Summa Real Media Private Limited. All Rights Reserved.