ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗ୍ରୀଷ୍ମ ଛୁଟିରେ ଅନ୍‌ଲାଇନ୍‌ କ୍ଲାସ୍‌, ଆଜି ପ୍ରଧାନଶିକ୍ଷକମାନଙ୍କ ବୈଠକରେ ହେବ ଆଲୋଚନା

ଭୁବନେଶ୍ୱର,୧୨/୦୪: ଖରା ଛୁଟିରେ ପିଲାଙ୍କର ଯେପରି ପାଠପଢ଼ା ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ଅନ୍‌ଲାଇନ୍‌ କ୍ଲାସ୍‌ କରାଯିବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯିବ । 

ଶୁକ୍ରବାର ହେବାକୁ ଥିବା ପ୍ରଧାନଶିକ୍ଷକମାନଙ୍କ ବୈଠକରେ ଏ ନେଇ ଆଲୋଚନା କରାଯିବ।  ଏହି ବୈଠକରେ ଚଳିତବର୍ଷର ଏକାଡେମିକ୍‌ ପ୍ଲାନ୍‌ କରାଯିବ । ଗୁଣାତ୍ମକ  ଶିକ୍ଷାକୁ ପ୍ରାଧାନ୍ୟ ଦିଆଯିବ । ଏହି ବୈଠକ ଚଳିତ ଶିକ୍ଷା ବର୍ଷର ପ୍ରଥମ ବୈଠକ ହୋଇଥିବାରୁ ପାଠପଢ଼ା ଉପରେ ବିଶେଷ ଆଲୋଚନା ହେବ। ଗ୍ରୀଷ୍ମ ଛୁଟି ପୂର୍ବରୁ  ପାଠପଢ଼ା କିପରି ହେବ ତାକୁ ନେଇ ଆଲୋଚନା କରାଯିବ । ସେହିପରି ଗ୍ରୀଷ୍ମ ଛୁଟିରେ ପିଲାଙ୍କ ପାଠପଢ଼ା ନଷ୍ଟ ନ ହେବା ପାଇଁ ସେମାନଙ୍କୁ ହୋମ୍‌ ୱାର୍କ ଦିଆଯିବ ।  

ସେହିପରି ହ୍ୱାଟସ୍‌ ଆପ୍‌ ଗ୍ରୁପ୍‌ରେ ଶିକ୍ଷକ ପାଠପଢ଼ା ଯାଞ୍ଚ କରିବେ । ସେହିପରି ଚଳିତ ବର୍ଷ ରାଜ୍ୟର ସମସ୍ତ ସ୍କୁଲ୍‌ ଲାଇବ୍ରେରୀରେ ବୁକ୍‌ ବ୍ୟାଙ୍କ କରାଯିବ । ପରୀକ୍ଷାରେ ଉତ୍ତୀର୍ଣ୍ଣ ପିଲାମାନଙ୍କଠାରୁ ପାଠ୍ୟପୁସ୍ତକ ସଂଗ୍ରହ କରାଯିବ। ଏହି ବୁକ୍‌ ବ୍ୟାଙ୍କ ବିଶେଷ ଭାବେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ କରାଯିବ । ଏହି ବହିଗୁଡିକୁ ପିଲାମାନଙ୍କ ମଧ୍ୟରେ ବଣ୍ଟାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.