ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

ଆଜି ଗୁରୁ ଦିବସ: ବଢୁଛି ଅନ୍‌ଲାଇନ୍‌ ଗୁରୁଙ୍କ ସଂଖ୍ୟା, ଛାତ୍ରଛାତ୍ରୀଙ୍କ ଖର୍ଚ୍ଚ ବି କମୁଛି

ଭୁବନେଶ୍ୱର,୦୫/୦୯: ବିଦ୍ୟାଳୟର ଗଣିତ ବୁଝିବା ହେଉ ଅବା ୟୁପିଏସ୍‌ସି ପାଠ  କିମ୍ବା ହେଉ ବ୍ୟବସାୟିକ ପାଠ । ସବୁ କିଛି ଅନଲାଇନ୍‌ ଶିକ୍ଷାନୁଷ୍ଠାନ ଯୋଗୁ ବୁଝିବା ସହଜ  ହେଉଛି । ଯେଉଁଠାରେ ଅନେକ ଡିଗ୍ରୀଧାରୀ  ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ଏଥିପାଇଁ  ଶିକ୍ଷାର୍ଥୀଙ୍କୁ ଦୂର ଯାତ୍ରା କରି ଟିଉସନ୍‌ ଯିବାକୁ  ପଡ଼ୁନାହିଁ । ମୋବାଇଲରେ ଗୋଟିଏ କ୍ଲିକ୍‌  କରିବା ମାତ୍ରେ ବିଭିନ୍ନ ରାଜ୍ୟର ଶିକ୍ଷକମାନେ  ଶିକ୍ଷାର୍ଥୀମାନଙ୍କର ସମସ୍ତ ସମସ୍ୟା ତୁରନ୍ତ  ସମାଧାନ କରୁଛନ୍ତି । ଫଳରେ ଅନଲାଇନ୍‌  ଶିକ୍ଷାନୁଷ୍ଠାନରେ ଦିନକୁ  ଦିନ ଛାତ୍ରସଂଖ୍ୟା  ବଢିବାରେ ଲାଗିଛି । ପୂର୍ବରୁ ପିଲାମାନେ  ଶିକ୍ଷକଙ୍କ ଘରକୁ ଯାଇ  ଟ୍ୟୁସନ୍‌ ହେଉଥିଲେ ।  

ସେସବୁ ଏବେ କମ୍‌  ଦେଖିବାକୁ ମିଳୁଛି ।  ଅନ୍‌ଲାଇନ୍‌ ଟ୍ୟୁସନ୍‌ର ଚାହିଦା ଦେଖି  କେତେକ ଶିକ୍ଷକ ଘରେ ଟ୍ୟୁସନ୍‌ କରିବା ସହ  ଅନଲାଇନ୍‌ରେ ମଧ୍ୟ ଶିକ୍ଷା ଦେବା ଆରମ୍ଭ  କଲେଣି । ପୂର୍ବରୁ ବିଦ୍ୟାଳୟ ତଥା ମହାବିଦ୍ୟାଳୟର  ପଢା ହୋଇଥିବା  କୌଣସି ପାଠ  ବୁଝିବାକୁ ହେଲେ  ଟ୍ୟୁସନ୍‌ ଯିବାକୁ ପଡ଼ୁଥିଲା । ଯେଉଁଠାରେ  ନିର୍ଦ୍ଦିଷ୍ଟ ବିଷୟରେ ଶିକ୍ଷକମାନେ ଶିକ୍ଷା  ଦେଉଥିଲେ । କେତେକ ଟ୍ୟୁସନ୍‌ରେ ତ  ଜଣେ ଶିକ୍ଷକ ବିଦ୍ୟାଳୟର ସମସ୍ତ ବିଷୟ  ପଢାଉଥିଲେ । ତେବେ ସମୟ ବଦଳିବା ସହ  ବଦଳିଛି ଶିକ୍ଷାଦାନର ମାଧ୍ୟମ । ପାଠ ବୁଝିବା  ପାଇଁ ଆଉ ପିଲାଙ୍କୁ ସାର୍‌ଙ୍କ ଘରକୁ ଯିବାକୁ  ପଡୁନି । ଶିକ୍ଷାର୍ଥୀ ଚାହିଁଲାମାତ୍ରେ ଘରେ ବସି  ଦେଶର ବିଭିନ୍ନ ଶିକ୍ଷକଙ୍କଠାରୁ ମୋବାଇଲ୍‌ରେ  ଯେ କୌଣସି ମୁହୂର୍ତ୍ତରେ ଅନ୍‌ଲାଇନରେ  ଶିକ୍ଷାଗ୍ରହଣ କରିପାରୁଛନ୍ତି । 

ଏଥିପାଇଁ ଅନେକ  ୟୁଟ୍ୟୁବ୍‌ ଚାନେଲ ତଥା ଆପ୍‌ ଏବଂ ୱେବସାଇଟ୍‌  ରହିଛି ଯେଉଁଠି ପିଲାମାନେ ଟଙ୍କା ଦେଇ ତଥା  ବିନା ମୂଲ୍ୟରେ ଶିକ୍ଷାଗ୍ରହଣ କରିପାରୁଛନ୍ତି ।  ବିଶେଷ କରି ୟୁଟ୍ୟୁବ୍‌ରେ ଅପଲୋଡ୍‌  ହେଉଥିବା ଭିଡିଓରୁ ପିଲାମାନେ ପଢିବାକୁ  ଆଗ୍ରହ ପ୍ରକାଶ କରୁଛନ୍ତି । କାରଣ ସେଠାରେ  ବିଭିନ୍ନ ବିଷୟ ପଢାଉଥିବା ଶିକ୍ଷକମାନେ  ଆସି ପଢ଼ାଇଥାନ୍ତି । ଜଣେ ସ୍ୱଳ୍ପ ଆୟ ବର୍ଗର  ଶିକ୍ଷାର୍ଥୀଟିଏ ଏହି ମାଧ୍ୟମରେ ଶିକ୍ଷାଗ୍ରହଣ  କରିପାରୁଛି । ରାଜଧାନୀକୁ ପ୍ରତିଯୋଗିତାମୂଳକ  ପରୀକ୍ଷା ଦେବା ପାଇଁ ଆସୁଥିବା ଅନେକ  ଶିକ୍ଷାର୍ଥୀ ବିଭିନ୍ନ ଘରୋଇ ପାଠାଗାରରେ  ଭର୍ତ୍ତି ହୋଇ ଅନଲାଇନରେ ପାଠପଢ଼ୁଛନ୍ତି ।  କାରଣ ଏହି ପାଠାଗାରଗୁଡ଼ିକରେ ସେମାନଙ୍କୁ  ୱାଇଫାଇ ସୁବିଧା ମିଳୁଛି ଯାହା ସେମାନଙ୍କୁ  ଅନଲାଇନ୍‌ ଶିକ୍ଷା ଲାଭ କରିବାରେ ସୁବିଧା  ହେଉଛି ।  

ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ  ହେଉଥିବା ପ୍ରତୀକ ସାହୁ କହନ୍ତି, ମୋତେ  ଅନଲାଇନ ମାଧ୍ୟମରେ ଶିକ୍ଷା ନେବାକୁ ବେଶ  ଭଲ ଲାଗେ । କାରଣ ମୁଁ ଦେଶର ବିଭିନ୍ନ  ଶିକ୍ଷକଙ୍କଠାରୁ ଶିକ୍ଷାଗ୍ରହଣ କରିବାର ସୁଯୋଗ  ପାଇଥାଏ । ଏଥିସହ ମୁଁ ଯେଉଁ ପାଠଟିକୁ  ବୁଝିନପାରେ ସେହି ପାଠର ଭିଡିଓ ବାରମ୍ବାର  ଦେଖି ପାଠକୁ ବୁଝିପାରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.