ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ଜନ୍ମରୁ ନଥିଲା ମଳଦ୍ୱାର, ୪ ଦିନ ବାଛୁରୀ ଛଟପଟ: ଜିଲ୍ଲା କାର୍ଯ୍ୟାଳୟରେ ଗୁହାରି କେହି ଶୁଣିଲେନି, ସହାୟକ ହେଲେ ସ୍ୱେଚ୍ଛାସେବୀ

ଅନୁଗୁଳ,୦୬/୦୧: ନବଜାତ ଅସୁସ୍ଥ ବାଛୁରୀ ପହଞ୍ଚିଲା ଜିଲ୍ଲାପାଳଙ୍କ ଅଫିସ୍‌ରେ । ୪  ଦିନ ହେଲା ଛଟପଟ ହେଉଥିବା ବାଛୁରୀକୁ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା ମିଳିଲାନି ବୋଲି ଫେରାଦ ହେଲେ ଗାଈ ମାଲିକ । ସୋମବାର ପୂର୍ବାହ୍ଣରେ  ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରେ ଏଭଳି ଏକ  ରୋଚକ ଦୃଶ୍ୟ ଚର୍ଚ୍ଚାର ବିଷୟ ହୋଇଛି । ବାଛୁରୀକୁ ସାଥୀରେ ଧରି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଘୂରି ବୁଲିଲେ ଗୋରୁ ମାଲିକ । ମାତ୍ର ବାଛୁରୀ ବୋଲି କେହି ତାଙ୍କ ଗୁହାରି କର୍ଣ୍ଣପାତ କଲେନି । ପ୍ରାୟ ୨ ଘଣ୍ଟା ପରେ ଜଣେ ସ୍ୱେଚ୍ଛାସେବୀ ପହଞ୍ଚି ନିଜସ୍ୱ  ଉଦ୍ୟମରେ ବାଛୁରୀର ଚିକିତ୍ସା ବ୍ୟବସ୍ଥା କରିଥିଲେ । 

ସୂଚନା ମୁତାବକ, ଗତ ଜାନୁଆରୀ ୧୮  ତାରିଖରୁ ଏକାଧିକ ଦାବି ନେଇ ସାମୂହିକ ଛୁଟିରେ  ଅଛନ୍ତି ପ୍ରାଣୀ ଚିକିତ୍ସକ । ଫଳରେ ଜିଲ୍ଲାରେ ପ୍ରାଣୀ  ଚିକିତ୍ସା ସାଂଘାତିକ ଭାବେ ପ୍ରଭାବିତ ହୋଇଛି ।  ଯାହାର ଏକ ଜ୍ୱଳନ୍ତ ଉଦାହରଣ ସୋମବାର ଜିଲ୍ଲା  କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି । ଗତ ଶୁକ୍ରବାର  ବଅଁରପାଳ ବ୍ଲକ ନୂଆହତା ଗ୍ରାମର ବିଦ୍ୟୁତ୍‌ଲତା  ସାମଲଙ୍କ ଗାଈ ଏକ ବାଛୁରୀ ଜନ୍ମ ଦେଇଥିଲା ।  ନବଜାତ ବାଛୁରୀର ମଳଦ୍ୱାର ନଥିଲା । ବାଛୁରୀର  ପେଟ ଫୁଲିଥିଲା । ଅସହ୍ୟ ଯନ୍ତ୍ରଣା ଭୋଗୁଥିଲା ।  ଫଳରେ ଶ୍ରୀମତୀ ସାମଲ ଓ ତାଙ୍କ ପୁଅ ତରୁଣ କୁମାର ସାମଲ ଏକ କାର୍‌ରେ ବାଛୁରୀକୁ ଧରି  ବଅଁରପାଳ ପ୍ରାଣୀ ଚିକିତ୍ସାଳୟରେ ପହଞ୍ଚିଥିଲେ ।  ସେଠାରେ ଥିବା ଡାକ୍ତର ଚିକିତ୍ସା ନେଇ ରୋକଠୋକ୍‌  ମନା କରିଥିଲେ । ଛୁଟିରେ ଥିବାରୁ ଚିକିତ୍ସା କରିବେ  ନାହିଁ ବୋଲି କହିଥିଲେ । ଫଳରେ ଗୁରୁତର  ବାଛୁରୀକୁ ଧରି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟକୁ  ଆଣିଥିଲେ । ସେଠାରେ ମଧ୍ୟ ସମାନ ଉତ୍ତର ଶୁଣିବାକୁ  ମିଳିଥିଲା । 

ମଳଦ୍ୱାର ପାଇଁ ଅସ୍ତ୍ରୋପଚାର କରିବାକୁ  ପ୍ରାଣୀ ଚିକିତ୍ସକ ଅମଙ୍ଗ ହୋଇଥିଲେ । ସୋମବାର  ପୂର୍ବାହ୍ଣରେ ଯନ୍ତ୍ରଣାରେ ଛଟପଟ ବାଛୁରୀକୁ ଧରି  ଶ୍ରୀମତୀ ସାମଲ ଓ ତାଙ୍କ ପୁଅ ଜିଲ୍ଲା କାର୍ଯ୍ୟାଳୟରେ  ପହଞ୍ଚିଥିଲେ । ଜିଲ୍ଲା କାର୍ଯ୍ୟାଳୟରେ ବାଛୁରୀକୁ ଦେଖି  ଲୋକଙ୍କ ଭିଡ଼ ହୋଇଥିଲା । ଘଟଣା ଚର୍ଚ୍ଚାର ବିଷୟ  ହୋଇଥିଲା । ଜିଲ୍ଲାପାଳ ମିଳିତ ଜନଶୁଣାଣି ଶିବିର  ପାଇଁ ତାଳଚେର ଯାଇଥିବାରୁ ଶ୍ରୀମତୀ ସାମଲ  ବାଛୁରୀକୁ ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ  ଯାଇଥିଲେ । ପ୍ରାଣୀ ଚିକିତ୍ସକ ଛୁଟିରେ ଥିବା କହି  ଉପଜିଲ୍ଲାପାଳ ଫେରାଇ ଦେଇଥିଲେ । ବାଛୁରୀକୁ  ଧରି ପରିସରରେ ଛିଡ଼ା ହେବା ପରେ ସ୍ୱେଚ୍ଛାସେବୀ  ଚିନ୍ମୟୀ ଦାସ ପହଞ୍ଚିଥିଲେ । ସେ ନିଜସ୍ୱ ଉଦ୍ୟମରେ  ବାଛୁରୀକୁ ନେଇ ଅସ୍ତ୍ରୋପଚାର କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.