ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ଆଜି ବିଶ୍ଵ ପଖାଳ ଦିବସ... ହୋଟେଲ, ରେସ୍ତୋରାଁରେ ନାନା ବ୍ୟଞ୍ଜନର ଆୟୋଜନ

           ଖାଳ ଭାତରେ ଟିକେ ଦହି । ସେଥିରେ କଞ୍ଚା ଲଙ୍କା, ଅଦା ଛେଚା ଟିକେ ପକାଇ ଦିଅନ୍ତୁ । ବାର ଥିଲେ ଶୁଖୁଆ ପୋଡ଼ା ନହେଲେ ଚୁନା ମାଛ ଭଜା ସାଙ୍ଗକୁ ରସୁଣ ଦେଇ ଚିଙ୍ଗୁଡ଼ି ଛେଚା । ସାଦା ବାର ଥିଲେ ସଜନା ଶାଗ ଭଜାକୁ ବଡ଼ିଚୁରା ନହେଲେ ବାଇଗଣ-ଆଳୁ ଭର୍ତ୍ତା ହେଲେ ଆହୁରି ଭଲ । ବାର ମାସ ଯାକ ପଖାଳ ଖାଉଥିବା ଓଡ଼ିଶାବାସୀଙ୍କ ପଖାଳ ପ୍ରେମ ଖରାଦିନେ ଦୁଇଗୁଣା ବଢ଼ିଯାଏ । ହୋଟେଲଠାରୁ ଆରମ୍ଭ କରି ରେସ୍ତୋରାଁ, ତାରକା ହୋଟେଲ ନହେଲେ ଘରେ ପଖାଳ ହେବାଟା ଥୟ । ହେଲେ ଏହି ପଖାଳ ଦିବସରେ ବଇରି ସାଜିଛି ବର୍ଷା ଆଉ କୋହଲା ପାଗ । ପାଣିପାଗ ସୂଚନା ଯଦି ସତ ହୁଏ, ତେବେ ପଖାଳ କଂସା ମାଡ଼ ଖାଇବ ବୋଲି ଆଶଙ୍କା ଉପୁଜିଛି ।

ଭୁବନେଶ୍ୱର, ୨୦/୦୩ : ଖାଣ୍ଟି ଓଡ଼ିଆ ଖାଦ୍ୟ ପଖାଳ । କଂସାଏ ପଖାଳ ଧରିଲେ ଅନ୍ୟ ସବୁ ଖାଦ୍ୟ ତୁଚ୍ଛ । ଏହି ପଖାଳ କୃଷକ, ଶ୍ରମିକଙ୍କ ଠାରୁ ଆରମ୍ଭ କରି ଧନୀ ଗରିବ ସମସ୍ତଙ୍କ ପ୍ରିୟ । ପଖାଳର ଏହି ଆଦର ଏହାକୁ ସ୍ୱତନ୍ତ୍ର ପରିଚୟ ଦେଇଛି । ଏହି ଅନନ୍ୟ ଖାଦ୍ୟର ଲୋକପ୍ରିୟତାକୁ ଲକ୍ଷ୍ୟ କରି ୨୦୧୧ ମାର୍ଚ୍ଚ ୨୦ ତାରିଖକୁ ପାଳନ କରଯାଉଛି ପଖାଳ ଦିବସ ଭାବେ । ଫଳରେ ପଖାଳ ପ୍ରତି ଅନ୍ୟ ରାଜ୍ୟର ଲୋକେ ଆକର୍ଷିତ ହେଲେଣି । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅତିଥିମାନଙ୍କୁ ପଖାଳ ପରଶି ଏହାର ସ୍ୱାଦ ଓ ଗୁଣବତ୍ତାକୁ ବିଦିତ କରାଇଛନ୍ତି । ଓଡ଼ିଶାର ଘରେ ଘରେ ପରିଚିତ ପଖାଳ କଂସାକୁ ନେଇ ଅନେକ କାହାଣୀ, ଛନ୍ଦ ଆବହମାନ କାଳରୁ ରହିଆସିଛି । ଗୋବିନ୍ଦଚନ୍ଦ୍ର ତ୍ରିପାଠୀଙ୍କ ବାଟୁଆ ପ୍ରବନ୍ଧରେ ‘ସହି ହୁଏ ନାହି ଟାଣଖରାକୁ ମନ ଝୁରିଲାଣି ପଖାଳ ସଙ୍ଗେ ବଡ଼ିଚୂରାକୁ’ଏହାର ଅନ୍ୟତମ ଉଦାହରଣ । ପଖାଳ ଦିବସ ପାଳନ ପାଇଁ ଚାରିଆଡ଼େ ପ୍ରସ୍ତୁତି । ତାରକା ହୋଟେଲର ମେନୁରେ ପହଞ୍ଚିଛି ପଖାଳ ଭାତ । ଏହି ଦିନକୁ ଅଧିକ ସ୍ମରଣୀୟ କରିବା ଲାଗି ରାଜଧାନୀବାସୀଙ୍କ ସ୍ୱତନ୍ତ୍ର ଆୟୋଜନ । ସୋସିଆଲ୍‌ ମିଡିଆରେ ପଖାଳ କଂସାର ଫଟୋ ଘୁରି ବୁଲିଲାଣି । କିଛି ଅନୁଷ୍ଠାନ ଏକାଠି ହୋଇ ପଖାଳ ଦିବସ ପାଳନ କରିବେ । କିନ୍ତୁ ପାଗ ଯଦି କୋହଲା ରହିବ ତେବେ ପଖାଳ ଦିବସ ମାନ୍ଦା ପଡ଼ିବ । ଆୟୁର୍ବେଦିକ ଡାକ୍ତର ବାସୁଦେବ ପ୍ରଧାନ କୁହନ୍ତି, ପଖାଳରେ ରହିଛି ଔଷଧୀୟ ଗୁଣ । ଏହା କ୍ଲାନ୍ତି ଦୂର କରିବା ସହ ଶକ୍ତି ବର୍ଦ୍ଧକ ।

ଚିଙ୍ଗୁଡ଼ି, ଚିକେନ୍‌ ପୋଡ଼ାର ଚାହିଦା

ରାଜଧାନୀରେ ଥିବା ବିଭିନ୍ନ ରେସ୍ତୋରାଁରେ ଓ ହୋଟେଲରେ ବିଭିନ୍ନ ପ୍ରକାରର ପଖାଳ ସାଙ୍ଗକୁ ମିଳୁଛି ଚିଙ୍ଗୁଡ଼ି ଛେଚା, ଚିକେନ୍‌ ପୋଡ଼ା, ମଟନ ପୋଡ଼ା ଆଉ ଶୁଖୁଆ ଭଜା । କେଶରୀ ହଲ୍‌ପାଖରେ ଥିବା ପେଟ ପୂଜା ହୋଟେଲରେ ପଖାଳ ଖାଇବାକୁ ଜମୁଛି ଭିଡ଼ । ଦହି ପଖାଳ ୧୨୦ଟଙ୍କାରୁ ଆରମ୍ଭ ହେଉଛି । ଏଥିରେ ଆଳୁଭର୍ତ୍ତା, ବାଇଗଣ ଭର୍ତ୍ତା, ବଡ଼ିଚୁରା, କଖାରୁ ଫୁଲ ବଡ଼ା, ପୋଦିନା ଚଟଣି, କଲରା ଭଜା, ପଣସ ଚିପ୍‌ସ ପରି ବହୁ ବ୍ୟଞ୍ଜନ ରହୁଛି । ଆମିଷ କି ଅନ୍ୟ ଖାଇବା ମଗାଇଲେ ସେହି ହିସାବରେ ଅଲଗା ଦାମ୍‌ ରହିବ ବୋଲି ମାଲିକ ପ୍ରକାଶ ବେହେରା କହିଛନ୍ତି ।

ଛାୟା ନିବାସରେ ପଖାଳ ପେ ଚର୍ଚ୍ଚା 

ପଖାଳ ଦିବସ ଅବସରରେ ବିଧାୟକ ସୁରେଶ କୁମାର ରାଉତରାୟ କରିଛନ୍ତି ସ୍ୱତନ୍ତ୍ର ବ୍ୟବସ୍ଥା । ତାଙ୍କ ବାସଗୃହ ଛାୟା ନିବାସରେ ହେବ ପଖାଳ ପେ ଚର୍ଚ୍ଚା । ପାଖାପାଖି ୨୦୦ ଜଣଙ୍କ ଲାଗି ବ୍ୟବସ୍ଥା ହୋଇଥିବା ବେଳେ ପାଗ ଖରାପ ଯୋଗୁଁ ଏହାକୁ ୧୦୦କୁ କମାଇ ଦିଆଯାଇଛି । ମଧ୍ୟାହ୍ନରେ ଛାୟା ନିବାସରେ ଦହି ଓ ସାଧା ପଖାଳ ସାଙ୍ଗକୁ ମାଛ ଭଜା, ଚୁନା ମାଛ ଭଜା, ଚିଙ୍ଗୁଡି, ଛତୁ ଭଜା, ବଡ଼ିଚୁରା, କଖାରୁ ଫୁଲ ପିଠଉ, ପୋଟଳ ଭଜା, କଲରା ଭଜା, ଆଳୁ ଭର୍ତ୍ତା, ବାଇଗଣ ଭର୍ତ୍ତା, ଆମ୍ବ ଚଟଣି ପରଶା ଯିବ । ସହିଦ ନଗର ଦୁର୍ଗାପୂଜା ସମିତି ପକ୍ଷରୁ ମଧ୍ୟ ପଖାଳ ଦିବସ ଅବସରରେ ମଧ୍ୟାହ୍ନ ୧ଟାରେ ସ୍ୱତନ୍ତ୍ର ଆୟୋଜନ କରାଯାଉଛି ।

ଏକାମ୍ର ହାଟରେ ପଖାଳ 

ଏକାମ୍ର ହାଟରେ ଥିବା ହୋଟେଲମାନଙ୍କରେ ପଖାଳ ଖାଇବା ପାଇଁ ଭିଡ଼ ଲାଗିବ । ପଖାଳ କଂସାର ବିଭିନ୍ନ ପ୍ରକାର ଦାମ୍‌ ରହିଛି ସେଥିରେ ନିରାମିଷ ପଖାଳ ଦାମ୍‌ ୧୨୦ରୁ ଆରମ୍ଭ । ଆମିଷ ୩୦୦ ଟଙ୍କା । ଏଠାରେ ଥିବା କାକା ହୋଟେଲର ମାଲିକ ଶ୍ରୀମୟ କିଶୋର ଜେନା କହିଛନ୍ତି, ପ୍ରତିଦିନ ୧୦୦ରୁ ଅଧିକ ପଖାଳ କଂସା ବିକ୍ରି ହେଉଛି । ଆଜି କିନ୍ତୁ ସଂଖ୍ୟା ଅଧିକ ହେବ ।

ମାଳମାଳ ପୋଷ୍ଟ୍‌ 

ଫୁଡ଼ ବ୍ଲଗରମାନେ ମଧ୍ୟ ପଖାଳ ଦିବସକୁ ନେଇ ବିଭିନ୍ନ ପ୍ରକାର ପୋଷ୍ଟ କରୁଛନ୍ତି । କିଏ କେଉଁଠି କେମିତି ପଖାଳ ପରଶୁଛି ତାକୁ ନେଇ ପୋଷ୍ଟ ଆରମ୍ଭ ହେଲାଣି । ବିଭିନ୍ନ ହୋଟେଲ ମଧ୍ୟ ପଖାଳ ଦିବସ ପାଳିବାକୁ ନେଇ ପୋଷ୍ଟ କରିଛନ୍ତି । ସାଧାରଣ ଲୋକେ ମଧ୍ୟ ପଖାଳ ଖାଇଲାବେଳେ ପଖାଳ କଂସା ସହ ଫଟୋ ପୋଷ୍ଟ କରୁଛନ୍ତି ।

ରବି ଭାଇଙ୍କ ୨୦ଟଙ୍କିଆ ପଖାଳ 

ପଖାଳ କଂସା ତା’ସାଙ୍ଗକୁ ଆଳୁ ଭର୍ତ୍ତା, ଭଜା, ଚିପସ୍‌, ଲେମ୍ବୁ, ପିଆଜ । ଦାମ୍‌ ମାତ୍ର ୨୦ଟଙ୍କା । ପଛରେ ଭାତ ମାଗିଲେ ଆଉ ୫ଟା ଟଙ୍କା ଅଧିକ ନିଅନ୍ତି । ତା’ପୁଣି ଭୋର୍‌ ୫ଟାରୁ ମିଳିଯାଉଛି । ଏହି ମହରଗ ଦୁନିଆରେ ଏମିତି ଶସ୍ତା ପେଟପୂରା ଖାଇବା ଦେୁଛନ୍ତି ରବି ଭାଇନା । କଳ୍ପନା ଛକ ତାରିଣୀ ବସ୍ତ୍ରାଳୟ ପାଖରେ ଖୋଲା ହେଇଛି ରବି ଭାଇନାଙ୍କ ପଖାଳ ଷ୍ଟଲ । ଖଟିଖିଆ, ଦିନମଜୁରିଆଙ୍କ ଭୋକ ମେଣ୍ଟାଉଛନ୍ତି ରବି ଭାଇନା ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.