ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ପାକିସ୍ତାନରେ ନିର୍ବାଚନ ଲଢୁଛନ୍ତି ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ, ହାଫିଜ ସଇଦର ପୁଅ ସମେତ ରହିଛନ୍ତି ଅନେକ ଆତଙ୍କବାଦୀ…

Published By : Prameya | February 8, 2024 4:55 PM

ନୂଆଦିଲ୍ଲୀ: ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଆଜି (ଗୁରୁବାର) ପାକିସ୍ତାନରେ ଚାଲିଛି ମତଦାନ । ହେଲେ ଏହାରି ଭିତରେ ଯାହା ସୂଚନା ରହିଛି, ଆତଙ୍କବାଦୀ ମାନେ ମଧ୍ୟ ସେଠାରେ ନିର୍ବାଚନ ଲଢୁଛନ୍ତି । ବର୍ତ୍ତମାନ ଏହି ଆତଙ୍କବାଦୀମାନେ ସମ୍ମାନଜନକ ହେବାକୁ ଏବଂ ବିଧାନସଭାରେ ବସିବାକୁ ଚାହୁଁଛନ୍ତି । ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ୍ ଅପରାଧୀ ହାଫିଜ ସଇଦର ଗ୍ୟାଙ୍ଗ୍ ନିର୍ବାଚନ କ୍ଷେତ୍ରକୁ ପ୍ରବେଶ କରିଛନ୍ତି । ସଇଦର ପୁଅ ହାଫିଜ ତାଲହା ସଇଦ ମରକାଜୀ ମୁସଲିମ ଲିଗ ପାର୍ଟିରୁ ନିର୍ବାଚନ ଲଢୁଛି । ସେ ଲାହୋରର ନ୍ୟାସନାଲ ଆସେମ୍ବଲି- ୧୨୨ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛି । ସମାନ ଆସନରୁ ପାକିସ୍ତାନ ମୁସଲିମ ଲିଗ୍-ନୱାଜ ନେତା ତଥା ପୂର୍ବତନ ମନ୍ତ୍ରୀ ଖାୱାଜା ସାଦ୍ ରଫିକ୍ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେହିଭଳି ସଯିଦ୍‌ର ଜ୍ବାଇଁ ହାଫିଜ ନେକ୍ ଗୁଜ୍ଜର ମରକାଜୀ ଲିଗ୍ ଟିକେଟରୁ ପ୍ରାଦେଶିକ ବିଧାନସଭା ନିର୍ବାଚନ ମଣ୍ଡଳୀ PP-୧୬୨ ରୁ ନିର୍ବାଚନ ଲଢୁଛି । 

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦର ନିଷିଦ୍ଧ ସଂଗଠନର ନୂଆ ଚେହେରା 'ପାକିସ୍ତାନ ମରକାଜୀ ମୁସଲିମ ଲିଗ' ନାମକ ଏକ ନୂତନ ଦଳ ଆକାରରେ ସାଧାରଣ ନିର୍ବାଚନରେ ପ୍ରବେଶ କରିଛି । ପାକିସ୍ତାନରେ ଏହା ପ୍ରାୟତ ଏପରି ଘଟେ ଯେ, ଯେତେବେଳେ ବିଦେଶୀ ଚାପ ଯୋଗୁଁ ଗୋଟିଏ ଆତଙ୍କବାଦୀ ସଂଗଠନ ନିଷେଧ ହୁଏ, ସେତେବେଳେ ଅନ୍ୟ ଗୋଷ୍ଠୀ ଜନ୍ମ ହୁଏ । 

ମରକାଜୀ ମୁସଲିମ୍ ଲିଗ୍‌ର ଅନେକ ପ୍ରାର୍ଥୀଙ୍କର ହାଫିଜ ସଇଦର ସମ୍ପର୍କୀୟ କିମ୍ବା ନିଷିଦ୍ଧ ଲଶ୍କର-ଇ-ତାଇବା, ଜମାତ-ଉଦ-ଦାୱା କିମ୍ବା ମିଲି ମୁସଲିମ୍ ଲିଗ୍ ସହିତ ଲିଙ୍କ୍ ଅଛି । ଆତଙ୍କବାଦୀ ଆର୍ଥିକ ସହାୟତା ମାମଲାରେ ସଇଦଙ୍କୁ ପାକିସ୍ତାନୀ କୋର୍ଟ ୩୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ମିଳିତ ଜାତିସଂଘ ତାକୁ ୧୦ ଡିସେମ୍ବର ୨୦୦୮ ରେ ବିଶ୍ୱ ଆତଙ୍କବାଦୀ ତାଲିକାରେ ଅନ୍ତର୍ଭୁକ୍ତ କରିଥିଲା । ଗତ ବର୍ଷ ଡିସେମ୍ବର ୨୯ ରେ ଭାରତ ପାକିସ୍ତାନକୁ ଅନେକ ଆତଙ୍କୀ ମାମଲାରେ ଖୋଜୁଥିବା ହାଫିଜ ସଇଦଙ୍କୁ ପ୍ରତ୍ୟର୍ପଣ କରିବାକୁ କହିଥିଲା । ବର୍ତ୍ତମାନ ସେ ଲାହୋରର ଏକ ଜେଲରେ ଅଛି ।

 


 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.