ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ବିମାନ ଜାଳିଲେ, ଗୁଳି ବର୍ଷା କଲେ; ପାକିସ୍ତାନର ମିଆଁୱାଲି ଏୟାରବେସ ଉପରେ ଆକ୍ରମଣ କରିଥିବା ତେହେରିକ-ଇ-ଜିହାଦ ସଂଗଠନ କିଏ?

Image source: The Economic Times

ନୂଆଦିଲ୍ଲୀ,୦୫/୧୧: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ଆଜି ଆତଙ୍କୀ ଆଗରେ ଜର୍ଜରିତ। ଶନିବାର ସକାଳେ ପଞ୍ଜାବ ପ୍ରଦେଶର ପାକିସ୍ତାନୀ ବାୟୁସେନାର ମିଆଁୱାଲି ଏୟାରବେସ ଉପରେ ସଶସ୍ତ୍ର ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ସମୟରେ ଆତଙ୍କବାଦୀମାନେ ଏୟାରବେସରେ ପାର୍କିଂ ହୋଇଥିବା ତିନିଟି ଯୁଦ୍ଧ ବିମାନରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ପାକିସ୍ତାନୀ ସେନା ଅନୁଯାୟୀ ଆତଙ୍କବାଦୀ ସଂଗଠନ ତେହେରିକ-ଏ-ଜିହାଦ ପାକିସ୍ତାନ (ଟିଜେପି) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ତେହେରିକ-ଇ-ଜିହାଦ ପାକିସ୍ତାନ (ଟିଜେପି) ହେଉଛି ଏକ ନୂତନ ଆବିର୍ଭାବ ହୋଇଥିବା ଆତଙ୍କବାଦୀ ଗୋଷ୍ଠୀ ଯାହା ତେହେରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି) ସହିତ ଜଡିତ ବୋଲି ଜଣାପଡିଛି। କିଛି ମାସ ପୂର୍ବେ ପାକିସ୍ତାନର ବଲୁଚିସ୍ତାନ ମୁସଲିମ ବାଗ ଅଞ୍ଚଳରେ ଥିବା ଏଫସି କ୍ୟାମ୍ପ ଉପରେ ହୋଇଥିବା ଆକ୍ରମଣ ପାଇଁ ଉକ୍ତ ସଂଗଠନ ମଧ୍ୟ ଦାୟିତ୍ବ ନେଇଥିଲା। 

ଏହି ସଂଗଠନ ବିଷୟରେ କୁହାଯାଉଛି ଯେ ଏହା ପାକିସ୍ତାନ ପାଇଁ ନୂଆ ଅଟେ। ବଲୁଚିସ୍ତାନର ଚମାନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ସଂଗଠନ ପ୍ରଥମ ଥର ପାଇଁ ନିଜକୁ ଦାୟି କରିଥିଲା। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ମଧ୍ୟ ଏହି ସଂଗଠନ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବାରେ ସକ୍ଷମ ହୋଇ ନାହାଁନ୍ତି। ପାକିସ୍ତାନୀ ଗୁପ୍ତଚର ସଂସ୍ଥା ପାଖରେ ଆତଙ୍କୀ ସଂଗଠନର ମୁଖପାତ୍ର ତଥା ସଂଗଠନର ମୁଖ୍ୟଙ୍କ ନାମ ସହ ଜଡିତ ସୂଚନା ମଧ୍ୟ ନାହିଁ। ଅତୀତରେ ଏହି ଆତଙ୍କୀ ସଂଗଠନର ଗତିବିଧି କ'ଣ ଥିଲା ଏବଂ କେଉଁ ସଂଗଠନ ସହିତ ଜଡିତ ଥିଲେ ତାହା ମଧ୍ୟ ଜଣା ନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସଂଗଠନର ମୁଖପାତ୍ରଙ୍କ ନାମ ମୁଲ୍ଲା ମହମ୍ମଦ କାସୀମ ବୋଲି କୁହାଯାଉଛି। କାସୀମ ଗଣମାଧ୍ୟମ ସାମ୍ନାରେ ଆସି ନାହିଁ କି କାହା ସହ କଥା ହୋଇନାହିଁ। ଯେତେବେଳେ ସଂଗଠନ ଦ୍ୱାରା ଆକ୍ରମଣ କରାଯାଏ, କାସୀମ ଏକ ଲିଖିତ ବାର୍ତ୍ତା ପଠାଇ ଏ‌ଥିପାଇଁ ନିଜକୁ ଦାୟି କରେ।  

ମିଆଁୱାଲି ଏୟାରବେସ୍ ସମେତ କିଛି ଆକ୍ରମଣ ପାଇଁ ଏହି ସଂଗଠନ ନିଜକୁ ଦାୟି କରିଛି। ଏହି ଆକ୍ରମଣରେ ଖୈବର ପଖତୁନଖୱାର ସ୍ବାତ୍‌ ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୋଟ ୧୭ ଜଣଙ୍କର ମୃତ୍ୟୁ ଘଟିଛି। କିଛି ଲୋକ ବିଶ୍ବାସ କରନ୍ତି ଯେ ପାକିସ୍ତାନରେ ବେଆଇନ ଘୋଷିତ ଏକ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ କିମ୍ବା ଅଲ-କାଏଦା ସହିତ ଏହି ସଂସ୍ଥାର ଲିଙ୍କ୍ ଥାଇପାରେ, କିନ୍ତୁ ଏହାର ନେତା କେଉଁଠାରେ ରୁହନ୍ତି ଏବଂ ସେ ପୂର୍ବରୁ କଣ କରୁଥିଲେ ସେ ସମ୍ପର୍କରେ କୌଣସି ସୂଚନା ନାହିଁ।

Copyright © 2022 - Summa Real Media Private Limited. All Rights Reserved.