ପ୍ୟାରିସ୍,୦୯/୦୭: ରେସଲିଂରେ ଭାରତର ଅମନ ଶେରାୱତ (୫୭କିଲୋ) ସେମି ଫାଇନାଲ୍ରେ ପ୍ରବେଶ କରି ପଦକ ଆଶା ଦେଇଥିଲେ। ମାତ୍ର ସେମିରେ ହାରି ସ୍ୱର୍ଣ୍ଣ/ରୌପ୍ୟ ପଦକ ଆଶା ଧୂଳିସାତ୍ କରିଛନ୍ତି । ସେ ୦-୧୦ରେ ଜାପାନର ରେଇ ହିଗୁଚିଙ୍କ ଠାରୁ ପରାଜିତ ହୋଇଥିଲେ । ଏବେବି ତାଙ୍କ ନିକଟରେ ଅଲିମ୍ପିକ୍ସ ପଦକ ସ୍ୱପ୍ନ ପୂରଣ କରିବାର ସୁଯୋଗ ରହିଛି । ଶୁକ୍ରବାର ସେ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବେ । ଏହି ମ୍ୟାଚ୍ରେ ସେ ପୁଏର୍ଟୋ ରିକୋର ଡାରିଆନ୍ ଟୋଇ କ୍ରୁଜ୍ଙ୍କୁ ଭେଟିବେ । କ୍ରୁଜ୍ କ୍ୱାର୍ଟର ଫାଇନାଲ୍ରେ ହିଗୁଚିଙ୍କ ନିକଟରୁ ୧୨-୨ରେ ପରାଜିତ ହୋଇଥିଲେ ।
ଆଜି ଅମନ ପ୍ରି-କ୍ୱାର୍ଟର ଫାଇନାଲ୍ରେ ଏକତରଫା ୧୦-୦ରେ ନର୍ଥ ମାସିଡୋନିଆର ଭ୍ଲାଦିମିର ଇଭୋରୋଭଙ୍କୁ ହରାଇ ଅଭିଯାନ ଆରମ୍ଭ କରିଥିଲେ । ଏହାପରେ କ୍ୱାର୍ଟର ମୁକାବିଲାରେ ସେ ୧୨-୦ରେ ଆଲ୍ବାନିଆର ଜେଲିମଖାନ୍ ଅବାକାରୋଭଙ୍କୁ ପରାଜିତ କରି ସେମି ଫାଇନାଲ୍ରେ ସ୍ଥାନ ପକ୍କା କରିଥିଲେ। ମାତ୍ର ସେମିରେ ଜାପାନ ପ୍ରତିଯୋଗୀ ହିଗୁଚି ତାଙ୍କ ଉପରେ ଭାରି ପଡ଼ିଥିଲେ । ସେ ପ୍ରଥମ ରାଉଣ୍ଡ୍ରେ କ୍ରମାନ୍ୱୟରେ ୧୦ପଏଣ୍ଟ ହାତେଇ ଫାଇନାଲ୍ରେ ପ୍ରବେଶ କରିଥିଲେ । ଅମନଙ୍କ ବଡ଼ ପଦକ ସ୍ୱପ୍ନ ମଉଳି ଯାଇଥିଲା ।