ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ପେଟ୍ରୋଲ-ଡିଜେଲକୁ ଜିଏସଟି ପରିସରରେ ଆଣି ପାରନ୍ତି ମୋଦି ସରକାର , ଅର୍ଥମନ୍ତ୍ରୀ କହିଲେ ...

ନୂଆଦିଲ୍ଲୀ – ଯଦି ସବୁକିଛି ଠିକ୍ ରହେ ତ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଭୁକ୍ତ କରି ପାରନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ସର୍ବଦା ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଲାଗୁ କରିବାରେ ରହିଛି ଏବଂ ଏବେ ରାଜ୍ୟ ଗୁଡ଼ିକୁ ଏକାଠି ଆସି ଏହାର ମୂଲ୍ୟ ସ୍ଥିର କରିବାର ଅଛି। 

ଅର୍ଥମନ୍ତ୍ରୀ କହିଛନ୍ତି, ପୂର୍ବତନ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଆଇନରେ ସାମିଲ କରିବାର ପ୍ରାବଧାନ ପୂର୍ବରୁ ହିଁ କରି ସାରିଛନ୍ତି। ଏବେ କେବଳ ରାଜ୍ୟ ଗୁଡ଼ିକୁ ଏକା ସାଥିରେ ଆସି ମୂଲ୍ୟ ସ୍ଥିର କରିବାକୁ ଆଲୋଚନା କରିବାର ଅଛି।

କହି ରଖୁଛୁ  କି, ଜିଏସଟିକୁ ଯେବେ ୧ ଜୁଲାଇ, ୨୦୧୭ରେ ଲାଗୁ କରାଯାଇ ଥିଲା, ଏଥିରେ ଏକ ଡର୍ଜନରୁ ଅଧିକ କେନ୍ଦ୍ରୀୟ ଓ ରାଜ୍ୟ ଶୁଳ୍କକୁ ସାମିଲ କରାଯାଇ ଥିଲା। ହେଲେ, ଏହି ନିଷ୍ପତ୍ତି କରାଯାଇଛି କି, ୫ ବସ୍ତୁ -  ଅଶୋଧିତ ତୈଳ , ପ୍ରାକୃତିକ ଗ୍ୟାସ , ପେଟ୍ରୋଲ , ଡିଜେଲ ଓ ବିମାନ ଇନ୍ଧନ (ଏଟିଏଫ)ରେ ଜିଏସଟି ଆଇନ ଅନୁସାରେ କର ଲଗାଯିବ ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.