ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଆଜିଠୁ ଏକକ ପିଜି ପ୍ରବେଶିକା ପରୀକ୍ଷା, ୬୨ ହଜାର ଶିକ୍ଷାର୍ଥୀ ଦେବେ ପରୀକ୍ଷା

ଭୁବନେଶ୍ୱର, ୦୩/୦୭ : ବୁଧବାର ଠାରୁ ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି)-୨୦୨୪ ଅନୁଷ୍ଠିତ ହେବ । ୩ଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ସିଟିଂ ପୂର୍ବାହ୍ନ ୧୦ଟାରୁ ୧୧ଟା ଯାଏ ପରୀକ୍ଷା ହେବ । ଦ୍ୱିତୀୟ ସିଟିଂ ସାଢ଼େ ୧୨ଟାରୁ ସାଢ଼େ ୧ଟା, ତୃତୀୟ ସିଟିଂ ଅପରାହ୍ନ ୩ଟାରୁ ୪ ଯାଏ ହେବ । ଭିନ୍ନକ୍ଷମ ବର୍ଗର ଶିକ୍ଷାର୍ଥୀଙ୍କୁ ଅତିରିକ୍ତ ୨୦ ମିନିଟ୍‌ ପ୍ରଦାନ କରାଯିବ । 

ପ୍ରଥମ ସିଟିଂରେ ଆନ୍ଥ୍ରୋପୋଲୋଜି (କଳା, ବିଜ୍ଞାନ) ଏବଂ ପରିସଂଖାନ ପରୀକ୍ଷା ରହିଛି । ଦ୍ୱିତୀୟ ସିଟିଂରେ ଭୂଗୋଳ ଓ ହିନ୍ଦୀ ରହିଛି । ତୃତୀୟ ସିଟିଂରେ ଏମ୍‌ବିଏ (ବିଜିନେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌) ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ରହିଛି । ୪ରେ ପ୍ରଥମ ସିଟିଂରେ ବାଣିଜ୍ୟ, ଦ୍ୱିତୀୟ ସିଟିଂରେ ଆଇନ, ପପୁଲେସନ୍‌ ଷ୍ଟଡିଜ୍‌, ତୃତୀୟ ସିଟିଂରେ ଫିଜିକ୍ସ, ମାଇକ୍ରୋବାୟୋଲୋଜିର ପରୀକ୍ଷା ରହିଛି । ଚଳିତବର୍ଷ ୧୧୨ ଉଚ୍ଚଶିକ୍ଷାନୁଷ୍ଠାନରେ ୨୮ ହଜାର ୯୦୬ ସିଟ୍‌ରେ ନାମଲେଖା ହେବ । ଏଥିପାଇଁ ରାଜ୍ୟର ୬୨ହଜାର ୫୪୪ଜଣ ପିଲା ଆବେଦନ କରିଛନ୍ତି । ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଷ୍ଟେଟ୍‌ ସିଲେକ୍ସନ୍‌ ବୋର୍ଡ କରୁଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.