ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକମ୍ପ, ସୁନାମୀ ଚେତାବନୀ ଜାରି…

ନୂଆଦିଲ୍ଲୀ: ଫିଲିପାଇନ୍ସର ମିଡାନାଓରେ ଆଜି (ଶନିବାର) ୭.୪ ତୀବ୍ରତାର ଏକ ଭୂକମ୍ପ  ହୋଇଛି । ଏହି କାରଣରୁ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଏହି ଭୂକମ୍ପ ରାତି ୮.୦୭ରେ ଘଟିଛି । ଏହାର କେନ୍ଦ୍ର ଭୂମି ଠାରୁ ୫୦ କିଲୋମିଟର ଗଭୀରରେ ରହିଥିଲା । 

 ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ, ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (EMSC) ଏହି ଭୂକମ୍ପର ତୀବ୍ରତା ୭.୫ ଏବଂ ଏହାର କେନ୍ଦ୍ର ୬୩ କିଲୋମିଟର ଗଭୀରତା ବୋଲି ରିପୋର୍ଟ କରିଛି । ରିପୋର୍ଟ ଅନୁଯାୟୀ, ଭୂକମ୍ପ ପରେ ଆମେରିକାର ସୁନାମୀ ଚେତାବନୀ ସିଷ୍ଟମ ସୁନାମି ଚେତାବନୀ ଦେଇଛି।




 ସୂଚନାଥାଉକି ଯେ ସାଧାରଣତ ରିକ୍ଟର ସ୍କେଲରେ ୭ କିମ୍ବା ଅଧିକ ତୀବ୍ରତା ସାଧାରଣ ଅପେକ୍ଷା ଅଧିକ ବିପଜ୍ଜନକ ବୋଲି ବିବେଚନା କରାଯାଏ । ଫିଲିପାଇନ୍ସରେ ହୋଇଥିବା ଏହି ଭୂକମ୍ପରେ ହୋଇଥିବା କ୍ଷୟକ୍ଷତି ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ । 

 



 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.