ଦିଗପହଣ୍ଡି,୧୩/୬ : ପାତ୍ରପୁର ବ୍ଲକ ଅନ୍ତର୍ଗତ କାନକଟା ଘାଟିରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ହୋଇଛି । ଆମ୍ବ ବୋଝେଇ ପିକଅପ ଗାଡି ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟିଲା । ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଅରଖା ଗାଁର ଲିଟୁ ସାହୁ, କୁରେଶ ବାଡ଼ତ୍ୟା ।
ପ୍ରକାଶ ଯେ, ଏକ ଆମ୍ବ ବୋଝେଇ ପିକଅପ ତଳିଗଡ଼ ହାଟରୁ ଫେରୁଥିଲା । ଏହି ସମୟରେ ପିକଅପ ଗାଡ଼ି ଟି ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ଡ୍ରାଇଭର ଓ ହେଲପରର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ଗାଡି ତଳେ ଚାପି ହୋଇ ରହିଛି ଡ୍ରାଇଭର । ଏହାଦେଖି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ପୋଲିସକୁ ଖବର ଦେଇଥିଲେ ।