ପ୍ରମୁଖ ଖବର
  • ନୀଳଗିରି: ଭୋଟ ଦେବା ବେଳେ ବୁଥ୍‌ରେ ଟଳିପଡିଲେ ବୃଦ୍ଧ, ମୃତକ ଇଶ୍ୱରପୁର ଅଞ୍ଚଳରେ ସୁରେନ୍ଦ୍ର ମହାନ୍ତି
  • ||
  • ଓଡ଼ିଶା ଦେଉଛି ଭୋଟ: ସକାଳ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ମତଦାନ, ଜଗତସିଂହପୁରରେ ସର୍ବାଧିକ ମତଦାନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌
  • ||
  • ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ଧୂଆଁମୟ ହୋଇଗଲା ଆକାଶ
  • ||
  • ଓଡିଶା ଦେଉଛି ଶେଷ ପର୍ଯ୍ୟାୟ ଭୋଟ: ୬ ଲୋକସଭା,୪୨ ବିଧାନସଭା ସିଟ୍‌ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||
  • କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ ଦେହାନ୍ତ, କାଠ କଣ୍ଢେଇ ନୃତ୍ୟ ପାଇଁ ପାଇଥିଲେ ସମ୍ମାନ
  • ||
  • ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||

ରାଲିରେ ବାଲ୍ ମୋଦୀ- ଯୋଗୀଙ୍କୁ ଦେଖି ତାଙ୍କର ଫ୍ୟାନ୍ ହୋଇଗଲେ ପିଏମ୍ ମୋଦୀ

ନୂଆଦିଲ୍ଲୀ,୧୬/୫ :  ଲୋକସଭା ନିର୍ବାଚନର ଚତୁର୍ଥ ଚରଣର ଭୋଟିଂ ହୋଇସାରିଛି । ଏବେ କେବଳ ୩ପର୍ଯ୍ୟାୟର ମତଦାନ ବାକି ଅଛି । ଏହାମଧ୍ୟରେ ସବୁ ଷ୍ଟାର ପ୍ରଚାରକ ଖୁବ୍ ନିର୍ବାଚନ ପ୍ରଚାର କରୁଛନ୍ତି । ପିଏମ୍ ମୋଦୀ ବି ଲଗାତାର ଜନତାଙ୍କ ମଧ୍ୟରେ ପହଞ୍ଚୁଛନ୍ତି । ପିଏମ ମୋଦୀ ଆଜି ଉତ୍ତରପ୍ରଦେଶର ଜୋନୁପୁରରେ ପହଞ୍ଚିଥିଲେ । ଏହି ସମୟରେ ସେ ଏଠାରେ ଏକ ନିର୍ବାଚନୀ ପ୍ରଚାର ଜନସଭାକୁ ସମ୍ବୋଧିତ କରିଥିଲେ । ପିଏମ୍ ମୋଦୀଙ୍କ ରାଲିରେ ସବୁଠାରୁ ଅଧିକ ଧ୍ୟାନ ଦୁଇ ପିଲା ନିଜ ଆଡ଼କୁ ଟାଣିଥିଲେ । ଏହି ପିଲାମାନେ ପିଏମ୍ ମୋଦୀ ଏବଂ ୟୁପିର ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ବେଶଭୂଷାରେ ପହଞ୍ଚିଥିଲେ । ଏହି କୁନି ବିଜେପି ସମର୍ଥକଙ୍କୁ ଦେଖି ପିଏମ୍ ମୋଦୀ ବି ବହୁତ ଖୁସି ହୋଇଥିଲେ । ମଞ୍ଚରେ ପିଏମ୍ ମୋଦୀ ଉଭୟଙ୍କ ପ୍ରଶଂସା କରି କହିଥିଲେ କି ଏହା କେତେ ଭଲ ମୋଦୀ- ଯୋଗୀ ବନାଇନେଇଛନ୍ତି ଭାଇ ।

ପ୍ରକାଶ ଯେ, ଜୋନପୁର ରାଲିରେ ପହଞ୍ଚିଥିବା ଏକ ଛୋଟ ପିଲା ପିଏମ ମୋଦୀଙ୍କ ଭଳି କୁର୍ତ୍ତା ଏବଂ ତା ଉପରେ ଜାକେଟ ପିନ୍ଧିଥିଲେ । ତାଙ୍କର ଚୁଟି ଏବଂ ଦାଢୀ ବି ଠିକ୍ ପିଏମ୍ ମୋଦୀଙ୍କ ଭଳି ଦେଖାଯାଉଥିଲା । ସେ ପଦ୍ମ ଫୁଲ ଥିବା ଏକ ଉତ୍ତରୀୟ ବେକରେ ପିନ୍ଧିଥିଲେ ଏବଂ ଏହାସହ ଠିକ୍ ସେହିଭଳି ଚିହ୍ନ ତାଙ୍କ ଜାକେଟରେ ବି ନଜର ଆସୁଥିଲା । ଏହି ପିଲା ପିଏମ ମୋଦୀଙ୍କ ଭଳି ହାତ ଦେଖାଇ ସମସ୍ତଙ୍କ ଅଭିବାଦନ କରୁଥିଲେ ।

ପିଏମ୍ ମୋଦୀ କହିଥିଲେ କି କେତେ ବଢିଆ ମୋଦୀ-ଯୋଗୀ ବନାଇଛନ୍ତି ଭାଇ । ମୋଦୀ ତ ବହୁତ ସୁନ୍ଦର ଲାଗୁଛନ୍ତି । କେତେ ବଢିଆ ମେକଅପ କରିଛ ଭାଇ... ହାତ ବି ବଢିଆ । ଉଭୟ ମୋଦୀ- ଯୋଗୀ ହୋଇ ଆସିଥିଲେ । ପିଏମ୍ ମୋଦୀଙ୍କ କଥା ଶୁଣି ସେଠାରେ ହସର ଏକ ଗୁଞ୍ଜରଣ ଉଠିଥିଲା । ପିଏମ୍ ମୋଦୀ କହିଥିଲେ କି , ସାବାସ୍ , ବହୁତ ବଢିଆ କରିଛନ୍ତି ଆପଣମାନେ । ପିଏମ ମୋଦୀ କହିଥିଲେ କି ସବୁ ସାମ୍ବାଦିକଙ୍କ ନଜର ମୋଠାରୁ ହଟିଗଲା ଏବଂ ଆପଣଙ୍କ ଉପରେ ଆସିଗଲା । ବଢିଆ ଅଟେ ଏହି ମୋଦୀଙ୍କୁ ତ ହାତ ମିଳାଇବାକୁ ଆସିଗଲା । ଉଭୟ ପିଲାଙ୍କୁ ପିଏମ୍ ମୋଦୀ ତାଙ୍କର ଫ୍ୟାନ୍ ହୋଇଯାଇଥିଲେ ।

ସେହିଭଳି ଅନ୍ୟ ଜଣେ ପିଲା ୟୁପିର ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ଗେଟଅପରେ ଥିଲେ । ଉକ୍ତ ପିଲାଟି ଯୋଗୀଙ୍କ ଭଳି କମଳା ରଙ୍ଗର କୁର୍ତ୍ତା ପିନ୍ଧିଥି‌ଲେ । ସେ ଦେଖିବାକୁ ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ଭଳି ଲାଗୁଥିଲେ । ସେ ନିଜ ମଥା‌ରେ ଟିକା ଲଗାଇଥିଲେ । ଯୋଗୀଙ୍କ ଗେଟଅପରେ ରାଲିରେ ପହଞ୍ଚିଥିବା ପିଲା ବି ନିଜ ହାତ ଦେଖାଇ ଲୋକଙ୍କୁ ଅଭିବାଦନ କରୁଥିବା ନଜର ଆସିଥିଲେ । ଉଭୟ ପିଲାଙ୍କୁ ଦେଖି ପିଏମ୍ ମୋଦୀ ବହୁତ ଖୁସି ହୋଇଥିଲେ । ସେ ଏହି ଦୁଇ ପିଲାଙ୍କ ଗେଟଅପର ଖୁବ୍ ପ୍ରଶଂସା କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.