ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଯୋଧ୍ୟାରେ ପିଏମ୍ ମୋଦୀ କଲେ ରାମଲଲାଙ୍କ ଦର୍ଶନ, ରୋଡ଼ଶୋରେ ସମର୍ଥକଙ୍କ ଭିଡ଼ ଲାଗିଲା

ନୂଆଦିଲ୍ଲୀ,୫/୫ : ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଅଯୋଧ୍ୟାରେ ପହଞ୍ଚିଛନ୍ତି । ଏହି ବର୍ଷ ଜାନୁଆରୀରେ ଭଗବାନ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପରେ ପିଏମ୍ ମୋଦୀ ଆଜି ପ୍ରଥମ ଥର ଅଯୋଧ୍ୟା ଗସ୍ତ କରିଛନ୍ତି । ପିଏମ୍ ପ୍ରଥମେ ରାମଲଲାଙ୍କ ଦର୍ଶନ କରିଥିଲେ । ଏହାପରେ ସେ ୨କିଲୋମିଟର ଲମ୍ବା ରୋଡ଼ ଶୋ କରିଥିଲେ । ରୋଡ଼ ଶୋ ଦେଖିବା ଲାଗି ବହୁ ସଂଖ୍ୟାରେ ଭିଡ଼ ଲାଗି ରହିଥିଲା । ପିଏମ୍ ମୋଦୀ ଫ୍ୟାଜାବାଦ ଲୋକସଭା କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ଲଲ୍ଲୁ ସିଂହଙ୍କ ସମର୍ଥନରେ ରୋଡ଼ ଶୋ କରିଥିଲେ । ତାଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ଉପସ୍ଥିତ ଥିଲେ  । ରୋଡ଼ ଶୋ ସମୟରେ ପିଏମ୍ ମୋଦୀ ଏକ୍ସ ହ୍ୟାଣ୍ଡେଲରେ ଟ୍ବିଟ କରିଛନ୍ତି । ଯେଉଁଥିରେ କୁହାଯାଇଛି କି ଅଯୋଧ୍ୟାବାସୀଙ୍କ ହୃଦୟ ବି ପ୍ରଭୁ ଶ୍ରୀ ରାମଙ୍କ ଭଳି ବିଶାଳ ଅଟେ । ରୋଡ଼ ଶୋରେ ଆଶୀର୍ବାଦ ଦେବାକୁ ଆସିଥିବା ଜନତା-ଜନାର୍ଦନଙ୍କୁ ଅଭିନନ୍ଦନ ! 

ରବିବାର ପିଏମ୍ ସମାଜବାଦୀ ପାର୍ଟିର ଗଡ଼ ଉତ୍ତରପ୍ରଦେଶର ଇଟାଓ୍ବାରେ ଏକ ନିର୍ବାଚନୀ ରାଲିରେ ସମ୍ବୋଦ୍ଧିତ କରିଥିଲେ । ଇଟାଓ୍ବାରେ ଏକ ସାର୍ବଜନିକ ସଭାକୁ ସମ୍ବୋଦ୍ଧିତ କରିବାକୁ ଯାଇ ପିଏମ୍ କହିଥିଲେ କି ମୋଦୀ ରୁହେ କି ନ ରୁହେ ଦେଶ ସବୁବେଳେ ରହିବ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି କ’ଣ କରୁଛନ୍ତି ? ସେ ନିଜ ଭବିଷ୍ୟତ ଏକ ନିଜ ପିଲାଙ୍କ ଭବିଷ୍ୟତ ଲାଗି ନିର୍ବାଚନ ଲଢୁଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଏହି ସମୟରେ ଜୋର-ଶୋରରେ ଲୋକସଭା ନିର୍ବାଚନ ପ୍ରଚାରରେ ଲାଗିଛନ୍ତି । ପ୍ରତ୍ୟେକ ଦିନ ସେ ଦେଶର ଭିନ୍ନ ଭିନ୍ନ ଭାଗରେ ରୋଡ଼ ଶୋ ଏବଂ ନିର୍ବାଚନୀ ସଭାକୁ ସମ୍ବୋଦ୍ଧିତ କରୁଛନ୍ତି । ଏହି କ୍ରମରେ ସେ ରବିବାର ଅଯୋଧ୍ୟାରେ ପହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.