ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗନ୍ଧମାର୍ଦନ ପାହାଡ଼ରେ ପୋଲିସ-ମାଓବାଦୀ ମୁହାଁମୁହିଁ, ସର୍ଚ୍ଚ ଅପରେଶନ ଜାରି

ପଦ୍ମପୁର, ୨୩/୦୨ : ଦୀର୍ଘ ଦିନ ପରେ ଉପସ୍ଥିତି ଜାହିର କଲେ ମାଓବାଦୀ। ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଗନ୍ଧମାର୍ଦନ ପାହାଡ଼ରେ ପୋଲିସ-ମାଓବାଦୀ ମୁହାଁମୁହିଁ। ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେଶନ ଜାରି ରହିଛି।  

ସୂଚନା ଅନୁସାରେ, ପାଇକମାଲ ଥାନା ଗନ୍ଧମାର୍ଦନ ପାହାଡରେ ଶୁକ୍ରବାର ସକାଳୁ ଏସଓଜି ଯବାନମାନେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀମାନେ ଗୁଳି ଚଳାଇଥିଲେ। ଫଳରେ ଯବାନମାନେ ଏହାର ପ୍ରତିଜବାବ ଦେଇଛନ୍ତି। ଦୀର୍ଘ ଦିନ ହେବ ପଦ୍ମପୁର ପାଇକମାଲ ଅଞ୍ଚଳରେ ମାଓବାଦୀମାନେ ରହିଥିବା ନେଇ କୌଣସି ସୂଚନା ନଥିଲା। ଆଜିର ଗୁଳି ବିନିମୟ ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଯବାନମାନେ ସର୍ଚ୍ଚ ଅପରେଶନ ଚଳାଇଛନ୍ତି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.