ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାଉଁଶ ବୁଦାରୁ ୫୮୩ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମାଲକାନଗିରି/କାଲିମେଳା,୩୦/୧ : ଆନ୍ଧ୍ର  ପ୍ରଦେଶ କୁ ଚୋରା ଚାଲାଣ ପାଇଁ ବାଉଁଶ ବୁଦା ମୂଳରେ ଲୁଚାଇ ରଖା ଯାଇଥିଲା ଗଞ୍ଜେଇ। ପୋଲିସ ଚଢାଉ କରି  ୫୮୩ କେଜି ଗଞ୍ଜେଇ ଜବତ କରିବା ସହ  ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ  କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ମାଲକାନଗିରି ସଦର ଥାନା ଏମଭି ୩୩ଗ୍ରାମର ଦୀପଙ୍କର ମାଲି ।

ସୋମବାର ବିଳମ୍ବିତ ରାତିରେ ଚିତ୍ରକୋଣ୍ଡା ବ୍ଲକ କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତ ଅନ୍ତର୍ଗତ ଗୁରଲୁର ଗ୍ରାମ ଘଞ୍ଚ ଜଙ୍ଗଲ ର ଏକ ବାଉଁଶ ବୁଦା ମୂଳେ ବିପୁଳ ପରିମାଣ ଗଞ୍ଜେଇ ଗଛିତ ଥିବାର ପୁଲିସ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଥିଲେ।   ଏସ ଆଇ ବିଜୟ କୁମାର ମାଝୀ ଙ୍କ ନେତୃତ୍ୱ ରେ  ପୁଲିସ ଟିମ ଇ  ଘଟଣା ସ୍ଥଳେ ପହଞ୍ଚି ଯାଞ୍ଚ କରି    ୨୩ଟି ଜରି ବସ୍ତା ରେ  ଗଞ୍ଜେଇ   ଜବତ କରିବା ସହ  ଜଣକୁ ଗିରଫ କରିଥିଲେ। ୨୩ଟି ବସ୍ତାରେ ୫କୁଇଣ୍ଟାଲ୮୩କେଜି ଗଞ୍ଜେଇ ଥିଲା। ଏହାର ଆନୁମାନିକ ମୂଲ୍ୟ ତିରିଶି ଲକ୍ଷରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଥାନା ଅଧିକାରୀ ଚନ୍ଦ୍ର କାନ୍ତ ତାଣ୍ଡି କହିଛନ୍ତି l ଏ ସମସ୍ତ ଗଞ୍ଜେଇ ପଡୋଶୀ ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ରାଜ୍ୟକୁ ପଠାଯିବା ପାଇଁ ଲୁଚାଇ ରଖା ଯାଇଥିଲା  ବୋଲି ପୋଲିସ କହିଛି l 

ଆହୁରି ପଢନ୍ତୁ : କ୍ୟାବିନରେ ଚାଲିଥିଲା ଗଞ୍ଜେଇ ବେପାର : ୫ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ, ୨ ଗିରଫ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.