ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ମେ' ୨୯ରେ ବାରିପଦା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ନେତା କର୍ମୀଙ୍କ ମଧ୍ୟରେ ଉତ୍ସାହ

ବାରିପଦା,୨୪/୦୫: ଆସନ୍ତା ୨୯ ତାରିଖ ବୁଧବାର ବାରିପଦା ଗସ୍ତରେ ଆସୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ମୟୂରଭଞ୍ଜ ଜିଲ୍ଲାରେ କରଞ୍ଜିଆ ବିଧାନସଭା ଆସନ ବ୍ୟତୀତ ମୟୂରଭଞ୍ଜ  ଲୋକସଭା ସମେତ ଅନ୍ୟ ୮ଟି ବିଧାନସଭା ଆସନରେ ଆସନ୍ତା  ଜୁନ୍‌ ୧ ରେ ମତଦାନ ଥିବାରୁ ଦଳୀୟ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କରିବାକୁ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ଆସୁଥିବା  ନେଇ ସୂଚନା ମିଳିଛି । ଶେଷ ମୁହୂର୍ତ୍ତରେ ମୋଦୀଙ୍କ  କାର୍ଯ୍ୟକ୍ରମ ବାରିପଦାରେ ହେବାକୁ ଥିବା ନେଇ ସ୍ଥିର  ହୋଇଥିବା ନିର୍ଭର ଯୋଗ୍ୟ ସୂତ୍ରରୁ ସୂଚନା ମିଳିଥିବା  ବେଳେ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ମିଳିପାରିନାହିଁ ।  

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୯ ନିର୍ବାଚନ  ପୂର୍ବରୁ ଜାନୁଆରୀ ୫ ରେ ପ୍ରଧାନମନ୍ତ୍ରୀ ମୋଦି ବାରିପଦା ଗସ୍ତରେ ଆସିଥିଲେ । ମୋଦୀଙ୍କ ଗସ୍ତ  ଫଳରେ ମୟୂରଭଞ୍ଜ ଜିଲ୍ଲାରେ ୯ ଟି ବିଧାନସଭା ମଧ୍ୟରୁ ୬ ଟି ବିଧାନସଭାରେ ବିଜେପି ବିଜୟ ଲାଭ କରିଥିବା ବେଳେ ମୟୂରଭଞ୍ଜ ସାଂସଦ ମଧ୍ୟ ବିଜୟ  ଲାଭ କରିଥିଲେ । ଏଥର ସାରା ଓଡ଼ିଶାରେ ପରିବର୍ତ୍ତନର ଧାରା ଚାଲୁଥିବାରୁ ଜିଲ୍ଲାରେ କିଭଳି ସବୁ ଆସନରେ  ବିଜେପି ପ୍ରାର୍ଥୀଙ୍କ ବିଜୟ ହେବ ଏବଂ ଓଡ଼ିଶାରେ  ଡବଲ ଇଞ୍ଜିନ ସରକାର ହେବ ସେ ନେଇ ନେତା ଓ  କର୍ମୀଙ୍କ ମନୋବଳ ବୃଦ୍ଧି କରିବା ସହିତ ଜିଲ୍ଲାବାସୀ ଙ୍କୁ  ଉଦବୋଧନ ଦେବେ । 

ସୂଚନା ଯୋଗ୍ୟ ଯେ, ତା ପୂର୍ବରୁ  ଶନିବାର ୨୫ ତାରିଖରେ କେନ୍ଦ୍ରଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ୍‌ ଶାହଙ୍କ ମୟୂରଭଂଜ ଗସ୍ତ କାର୍ଯ୍ୟକ୍ରମ  ରହିଛି । ସୂଚନା ମୁତାବକ ଶ୍ରୀ ଶାହ ହେଲିକପଟର ଯୋଗେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଶନିବାର ଦିବା ସାଢ଼େ ଦଶଟା ସମୟରେ ବାହାରି ବାରିପଦା ପୁଲିସ୍‌ ପରେଡ ପଡ଼ିଆ ଠାରେ ଦିବା ସାଢ଼େ  ୧୧ ଟା ସମୟରେ ପହଞ୍ଚିବେ। ସେଠାରୁ କାର ଯୋଗେ ଐତିହାସିକ ଛଉ ପଡ଼ିଆ ଠାରେ ପହଞ୍ଚି ବିଶାଳ ଜନସଭାକୁ ସମ୍ବୋଧିତ କରିବେ । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.