ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

‘ମୁଖ୍ୟମନ୍ତ୍ରୀ ନିଜ ପକେଟ୍ରୁ ଦିଅନ୍ତୁ...’, କ୍ରିକେଟରଙ୍କୁ ୧୧ କୋଟି ଘୋଷଣା ପରେ ମହାରାଷ୍ଟ୍ର ସରକାରଙ୍କ ଉପରେ ବର୍ଷିଲା ବିରୋଧି

ମୁମ୍ବାଇ,୬।୭:  ଟି-୨୦ ବିଶ୍ବକପ୍ ଜିତିଥିବା ଭାରତୀୟ ଟିମ୍‌କୁ ୧୧ କୋଟି ଟଙ୍କାର ପୁରସ୍କାର ଦେବାକୁ ଏକନାଥ ସିନ୍ଦେଙ୍କ ସରକାରଙ୍କ ଘୋଷଣା କରିଛନ୍ତି। ଏହାକୁ ନେଇ ମହାରାଷ୍ଟ୍ରରେ ବିରୋଧି ଦଳ କଂଗ୍ରେସ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇ ଅଭିଯୋଗ କରିଛନ୍ତି ଯେ, ଏଭଳି କରି ସରକାର ନିଜକୁ ପ୍ରଶଂସା କରିବାକୁ ଚାହାନ୍ତି। ବିରୋଧି ଦଳର କହିବା ଅନୁସାରେ, ଆମେ କ୍ରିକେଟରଙ୍କ ସଫଳତାକୁ ନେଇ ଗର୍ବିତ, କିନ୍ତୁ ରାଜକୋଷରୁ ୧୧ କୋଟି ଟଙ୍କା ଦେବାର ଦରକାର ନାହିଁ। ମୁଖ୍ୟମନ୍ତ୍ରୀ ଏହି ଟଙ୍କା ନିଜ ପକେଟ୍‌ରୁ ଦେବା ଉଚିତ । ବିଜେପି ବିଧାୟକ ପ୍ରବୀଣ ଦରେକର କଂଗ୍ରେସ ଉପରେ ପାଲଟା ଆକ୍ରମଣ କରି ଏହି ପ୍ରସଙ୍ଗକୁ ରାଜନୀତିକରଣ କରିବାର ଅଭିଯୋଗ କରିଛନ୍ତି। 

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶୁକ୍ରବାର ଭାରତୀୟ କ୍ରିକେଟ ଟିମ୍ ପାଇଁ ୧ ୧ କୋଟି ଟଙ୍କାର ନଗଦ  ପୁରସ୍କାର ଘୋଷଣା କରିଛନ୍ତି। ଏହି ଘୋଷଣା ବିଧାନ ଭବନରେ କରାଯାଇଥିଲା, ଯେଉଁଠି ଟିମ୍‌ ମୁମ୍ବାଇର ଚାରି ଖେଳାଳି କ୍ୟାପଟେନ୍ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଯଶସ୍ତ୍ରୀ ଜାୟସଓ୍ବାଲ ଓ ଶିବମ ଦୁବେଙ୍କୁ ସମ୍ମାନିତ କରାଯାଇଥିଲା। ପରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ରାଜ୍ୟ ବିଧାନସଭା ବିରୋଧି ଦଳ ନେତା ବିଜୟ ଭଡେଟିଓ୍ବାର କହିଛନ୍ତି, ରାଜକୋଷରୁ ୧୧ କୋଟି ଟଙ୍କା ଦେବା କ’ଣ ଦରକାର ଥିଲା ? ରାଜକୋଷ ଖାଲି କରି, ଗରିବଙ୍କୁ ମରିବାକୁ ଛାଡିଦେଲେ। ଏଭଳି କରି ସରକାର ନିଜର ପିଠି ନିଜେ ଥାପୁଡେଇବାକୁ ଚାହାନ୍ତି।      

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.