ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁରୀ ବାଣ ଦୁର୍ଘଟଣାଗ୍ରସ୍ତ ମୃତକଙ୍କ ପରିଚୟ ଅସ୍ପଷ୍ଟ: ଆସିଲେନି ସମ୍ପର୍କୀୟ, ଆଜି ହେବ ସଂସ୍କାର

କଟକ,୦୭/୦୬: ପୁରୀ ବାଣ ବିସ୍ଫୋରଣରେ  ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଦିବ୍ୟରଞ୍ଜନ ସାହୁଙ୍କର ମୃତଦେହକୁ ନେବା ପାଇଁ କେହି ଦାବିଦାର ଆସିନାହାନ୍ତି । ଫଳରେ ଦୀର୍ଘ ୫ ଦିନ ହେଲା ଦିବ୍ୟରଞ୍ଜନଙ୍କର ମୃତଦେହ ଏସ୍‌ସିବି ଶବ ସଂରକ୍ଷଣ କକ୍ଷରେ ପଡ଼ିଛି । ଦୀର୍ଘ ୯୬ ଘଣ୍ଟା  ପରେ ମଧ୍ୟ ମୃତଦେହ ନେବାକୁ କେହି ସମ୍ପର୍କୀୟ କିମ୍ବା ଆତ୍ମୀୟ ନ ଆସିବାରୁ ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ମଙ୍ଗଳାବାଗ ଥାନା  ସୂତ୍ରରୁ ସୂଚନା ମିଳିଛି । 

ଅନ୍ୟପକ୍ଷରେ ମେଡିକୋ ଲିଗାଲ ନିୟମ ଅନୁସାରେ ମୃତ ଦିବ୍ୟରଞ୍ଜନଙ୍କ ମୃତଦେହରୁ  ଏସ୍‌ସିବି ଏଫ୍‌ଏମ୍‌ଟି ବିଭାଗ ପକ୍ଷରୁ ନମୁନା  ସଂଗ୍ରହ କରାଯାଇଛି । ଡିଏନ୍‌ଏ ଟେଷ୍ଟ୍‌ ପାଇଁ  ମୃତଦେହରୁ ବାୟୋଲୋଜିକାଲ ସାମ୍ପୁଲ୍‌ ଯଥା  ରକ୍ତ, ଚୁଟି, ଦାନ୍ତ ସଂଗ୍ରହ କରାଯାଇଥିବାର  ପୁଲିସ୍‌ ପକ୍ଷରୁ କୁହାଯାଇଛି । ଏଫ୍‌ଏମ୍‌ଟି  ବିଭାଗ ଡାକ୍ତର ମୃତଦେହରୁ ସଂଗ୍ରହ କରିଥିବା  ନମୁନାକୁ ରସୁଲଗଡ଼ସ୍ଥିତ ଷ୍ଟେଟ୍‌ ଫୋରେନସିକ୍‌ ଲାବରୋଟୋରୀ (ଏସ୍‌ଏଫ୍‌ଏଲ୍‌)କୁ ପଠାଯିବ  ବୋଲି ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି ।  

ସୂଚନାଥାଉ କି, ପୁରୀ ବାଣ ବିସ୍ଫୋରଣ  ସ୍ଥଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା  ଦିବ୍ୟରଞ୍ଜନଙ୍କର ଶରୀର ଶତପ୍ରତିଶତ ପୋଡ଼ିଯାଇଥିଲା । କ୍ୟାପିଟାଲ ହସ୍ପିଟାଲରେ ସେ  ଭର୍ତ୍ତି ହେବା ବେଳେ ନିଜର ନାମ ଦିବ୍ୟରଞ୍ଜନ  ସାହୁ ଏବଂ ବାପାଙ୍କ ନାମ ଦୁଷ୍ମନ୍ତ ସାହୁ ବୋଲି  କହିବାର କିଛି ସମୟ ପରେ ପାଟିରୁ ଆଉ  କଥା ବାହାରିନଥିଲା । ଫଳରେ ତାଙ୍କଠାରୁ ସମ୍ପୂର୍ଣ୍ଣ ଠିକଣା ସଂଗ୍ରହ କରାଯାଇପାରି ନଥିଲା ।  ଅବସ୍ଥା ଭଲ ନଥିବାରୁ କ୍ୟାପିଟାଲ୍‌ ହସ୍ପିଟାଲରୁ  ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର  କରାଯାଇଥିଲା । ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗ ବର୍ଣ୍ଣ  କେୟାର ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ  ଗତ ୧ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା ।  ସମ୍ପର୍କୀୟ କେହି ନ ଆସିବାରୁ ବ୍ୟବଚ୍ଛେଦ  କରାନଯାଇ ସଂରକ୍ଷଣ କରି ରଖାଯାଇଛି ।  ମୃତଦେହର ଅବସ୍ଥା ଦିନକୁ ଦିନ ଖରାପ  ହେଉଥିବାରୁ ଆସନ୍ତାକାଲି ବ୍ୟବଚ୍ଛେଦ ପରେ  ଦାହ କରାଯିବ ବୋଲି ପୁଲିସ୍‌ କହିଛି ।

  • prameyanews
  • PrameyaOdia
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.