ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରଥଖଳା ହାଲ୍‌ଚାଲ୍‌...ପଡ଼ିଲା ପାଞ୍ଚ ଦଣ୍ଡା କାଠ, ପହି ଓ ଅରକୁ ଅପେକ୍ଷା

ପୁରୀ, ୦୪/୦୬: ରଥର ଗୁରୁତ୍ୱପୂର୍ଣ୍ଣ  ଅଂଶ ୫ ଦଣ୍ଡା । ସୋମବାର ରଥ ଅମିନଙ୍କ ପରାମର୍ଶକ୍ରମେ ଦଣ୍ଡା କାଠ ପକାଇଛନ୍ତି  ଭୋଇସେବକ । ଆଗକୁ ଅନୁକୂଳ ପରେ ତିନି  ରଥର ପାଞ୍ଚ ଦଣ୍ଡା କାର୍ଯ୍ୟର ଶୂଭାରମ୍ଭ ହେବ । ଏପଟେ ରଥ ଖଳାରେ ଯୋକା, ଚଉତା,  ଅଖ ଓ ଖମ୍ବୀ କାମ ଜାରି ରହିଛି । ହେଲେ  ଚକ କାମ ଧିମା ପଡ଼ିଛି । ପହି କାଠ ଓ ଅର  ଅଭାବରୁ ଚକ କାର୍ଯ୍ୟ ଶେଷ ହୋଇ ପାରୁନି । ସୋମବାର ସନ୍ଧ୍ୟା ସୁଦ୍ଧା ୩୪ ଚକ ସରିଛି ।  କରତକଳରୁ ପହି ଓ ଅର ଆସିବାକୁ ଚାହିଁଛନ୍ତି  ନିର୍ମାଣକାରୀ । ଯେତେ ଶୀଘ୍ର ଅର ଓ ପହି  ପହଞ୍ଚିବ ୩ ରଥର ୪୨ ଚକ ସମ୍ପୂର୍ଣ୍ଣ ହେବ । 

ଭୋଇ ସର୍ଦ୍ଦାର ରବି ଭୋଇଙ୍କ  ତତ୍ତ୍ୱାବଧାନରେ ଭୋଇ ସେବକମାନେ  ଦଣ୍ଡା କାଠ ଆଣି ବଡ଼ଦାଣ୍ଡ ରଥଖଳାରେ  ରଖିଥିଲେ । ତିନି ରଥ ପାଇଁ ଭିନ୍ନ ଭିନ୍ନ  ସ୍ଥାନରେ ରହିଛି ୪୦ ଫୁଟିଆ ସବୁ କାଠ ।  ମୁଖ୍ୟତଃ ଧଉରା ଓ ସାହାଯ କାଠରେ ଦଣ୍ଡା  ପ୍ରସ୍ତୁତ ହୋଇଥାଏ । ଦଣ୍ଡା ହେଉଛି ରଥର  ମୂଳଦୁଆ । ତାଳଧ୍ୱଜ ଓ ନନ୍ଦିଘୋଷର ୯ଦଣ୍ଡା  ଥିବା ବେଳେ ଦେବଦଳନ ରଥର ୭ଦଣ୍ଡା  ରହିଛି । ପରକୁ ପୁଣି ରହିଛି ମୁହାଁଟ ।  ମୋଟରେ ୫ ଦଣ୍ଡାରୁ ହିଁ କାର୍ଯ୍ୟାରମ୍ଭ  ହେଉଥିବା କୁହନ୍ତି ପୁରୁଖା ନିର୍ମାଣକାରୀ ।  

ରଥ ଖଳାରେ ଚଉତା କାମ ଶେଷ  ପର୍ଯ୍ୟାୟରେ । ଚାରିନାହାକା ଉପରେ  ରହିବ ଚଉତା କାଠ । ଏସବୁ ରଥ ଉପରି  ଭାଗ ଭୂଇଁ ଗଠନରେ ଲାଗିବ । ଦଣ୍ଡା ଓ  ଗରଗରା ଉପରେ ଚାରିନାହାକା ସହ ରଥର  ଉପର ଅଂଶର ସମସ୍ତ ଭାରା ରହିବ । ତିନି  ରଥର ଅଖ କାମ ଚାଲିଛି । ଭଉଁରି ପୂର୍ବରୁ  ନାହାକା ଅଖ ଶେଷ ହୋଇଥିବା ସ୍ଥଳେ  ଏବେ ପଡ଼ିନାହାକା ଓ ବଡ଼ ଉଛୁଳା ଓ  ସାନ ଉଛୁଳା ଅଖ କାମ ଶେଷ ପର୍ଯ୍ୟାୟରେ  ପହଞ୍ଚିଛି । ରଥର କୋଣରେ ସ୍ଥାପନ ପାଇଁ  ଯୋକା ତିଆରି ଚାଲିଛି । ଗୁଜରେ ମୁଗୁର  ନିହଣ ଆଦି ଅସ୍ତ୍ର ଚଳାଇ ସିଂହବିରାଳ ମୂର୍ତ୍ତି ଖୋଦେଇ କରୁଛନ୍ତି ରୂପକାର । କମାର  ସେବକମାନେ ଶାଳରେ ରଥ ପାଇଁ ଲୁହା  ସାମଗ୍ରୀ ତିଆରୁଛନ୍ତି । ଶ୍ରୀମନ୍ଦିର ବରିଷ୍ଠ  ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ସମସ୍ତ  କାର୍ଯ୍ୟର ସଂଯୋଜନା କରୁଛନ୍ତି।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.