ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁରୀ ସାହିଯାତ ଶାନ୍ତି କମିଟି ବୈଠକ: ହରଚଣ୍ଡୀ ସାହିରୁ ବାହାରନ୍ତି ନାକ, କାନ

ପୁରୀ,୧୩/୦୪: ସାହିଯାତରେ ସାମିଲ ହେଉଥିବା ଆଠ ସାହି ମଧ୍ୟରେ ହରଚଣ୍ଡୀ ସାହିର ଭୂମିକା ପ୍ରମୁଖ ।  ସାହିଯାତର ତୃତୀୟ ଦିନରେ ହରଚଣ୍ଡୀ ସାହି ତରଫରୁ ନାକ,  କାନ ବାହାରିଥାନ୍ତି । ନାକ, କାନ ହେଉଛନ୍ତି ଶୂର୍ପଣଖା ଲୀଳାର ସନ୍ତକ । ନାକ କାନଙ୍କୁ କେହି ଖର ଓ ଦୂଷଣ ଚରିତ୍ରରେ  ଜାଣିଥାନ୍ତି ତ କେହି ଏମାନଙ୍କୁ ସୁବାହୁ ଓ ମାରିଚ ବୋଲି ମାନିଥାନ୍ତି । ଦଶମୀ ତିଥିରେ ନାକ, କାନଙ୍କ ଦ୍ୱାରା ଋଷ୍ୟଶୃଙ୍ଘ ଯାତ୍ରା ଓ ଯଜ୍ଞ  ରକ୍ଷା ନୀତି ଅନୁଷ୍ଠିତ ହୁଏ । ସନ୍ଧ୍ୟା ଧୂପ ପରେ ଦକ୍ଷିଣିଘର ଭୋଗ ସରିବା ପରେ ଆଜ୍ଞାମାଳ ପାଇ ରାମଲକ୍ଷ୍ମଣ ବିଗ୍ରହ ପାଲିଙ୍କିରେ ବିଜେ ହୋଇ  ଜଗନ୍ନାଥ ବଲ୍ଲଭ ମଠକୁ ଯାଇଥାନ୍ତି । ସେଠାରେ ହରଚଣ୍ଡୀ  ସାହିରୁ ଯାଇଥିବା ନାକ, କାନ ପ୍ରସ୍ତାବ ରଖିବା ପରେ ରାମ ଲକ୍ଷ୍ମଣ ଶ୍ରୀମନ୍ଦିର ଫେରି ଆସନ୍ତି । ନାକ, କାନ ପ୍ରସ୍ତାବର  ମୂଳ ରହସ୍ୟ ରାବଣର ସୈନ୍ୟବଳ କଳନା କରି ଫେରିବା ।  

ଶୃଙ୍ଖଳିତ ଭାବେ ସାହିଯାତ ପାଳନ କରିବା ପାଇଁ  ବାଲିସାହି ଆଖଡ଼ା ଓ ହରଚଣ୍ଡୀ ସାହି ଆଖଡ଼ା ତରଫରୁ  ଶୁକ୍ରବାର ହରଚଣ୍ଡି ସାହି ଆଖଡ଼ା ପରିସରରେ ମିଳିତ  ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ  ଉଭୟ ଆଖଡ଼ାର ମୁରବୀଙ୍କ ସମେତ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ସାହିବାସିନ୍ଦା ଭାବରେ ସାମିଲ ହୋଇଥିଲେ । ସନ୍ଧ୍ୟା ୮ଟା ସୁଦ୍ଧା ସମସ୍ତ ମେଢ଼ କାଢ଼ିବାକୁ ବୈଠକରେ  ନିଷ୍ପତ୍ତି ଗ୍ରହଣ ହୋଇଛି । ଏହାଛଡ଼ା ସାହି ଗଳିକନ୍ଦିରେ  ଖଟ ପକାଇ ମେଢ଼କୁ ଅଟକାଉଥିବାରୁ ଏଥିପ୍ରତି ଅଧିକ ଯତ୍ନଶୀଳ ହେବାକୁ ନିଷ୍ପତ୍ତି ନିଆଯାଇଛି । ସାହିଯାତ ସମୟରେ ଅନେକ  ଗାଡ଼ି ଗଳି ଭିତରେ ପ୍ରବେଶ  କରିବାରୁ ଟ୍ରାଫିକ ଜାମ୍‌ ସୃଷ୍ଟି  ହେଉଛି । ଏଣୁ ଚଳିତବର୍ଷ  ପ୍ରତ୍ୟେକ ଛକରେ ପୁଲିସ  ଜଗି ରହି ସାହି ମଧ୍ୟକୁ ଗାଡ଼ି ପ୍ରବେଶ କରେଇ ନ  ଦେବାକୁ ଜାଗା ଆଖଡ଼ା ତରଫରୁ ପୁଲିସକୁ କୁହାଯିବ ।  

ଗୌଡ଼ବାଡ଼ ସାହି ଓ ମାର୍କଣ୍ଡେଶ୍ୱର ସାହି ମଧ୍ୟରେ  ବିଗତ କିଛିବର୍ଷ ଧରି ଲାଗି ରହିଥିବା ବିବାଦର ସମାଧାନ  କରିବାକୁ ମଧ୍ୟ ସାହି ମୁରବିମାନେ ଅଣ୍ଟା ଭିଡ଼ିଛନ୍ତି । ଉଭୟ  ସାହି ମଧ୍ୟରେ ଆପୋଷ ବୁଝାମଣା କରି ପୂର୍ବ ବିବାଦକୁ ଭୁଲି ଉଭୟ ସାହିର ମେଢ଼, ସହଚାରୀ ପରସ୍ପରର ସାହି  ବୁଲିବା ପରମ୍ପରା ଚଳିତବର୍ଷଠାରୁ ପୁଣି ଆରମ୍ଭ କରିବାକୁ  ପ୍ରୟାସ ହୋଇଛି । ବିବାଦ ଯୋଗୁ କିଛିବର୍ଷ ହେଲା ଏହି  ବାଦି ସାହିର ମେଢ଼ ପରସ୍ପରର ସାହିକୁ ଆସୁନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.