ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ମିସ୍ ଇଣ୍ଡିଆ ଲିଷ୍ଟରେ ନାହାନ୍ତି ଦଳିତ, ଓବିସି : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୪/୮ : ଲୋକସଭାର ପ୍ରତିପକ୍ଷ ନେତା ଏବଂ ରାୟବରେଲୀ ସାଂସଦ ରାହୁଲ ଗାନ୍ଧୀ ପ୍ରୟାଗରାଜ ଗସ୍ତ ସମୟରେ ସମ୍ବିଧାନର ସମ୍ମାନ ଏବଂ ତାହାର ରକ୍ଷା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ସମୟରେ ସେ ସବୁଠାରୁ ପ୍ରଥମେ ସୁଲତାନପୁରର ମୋଚୀ ରାମଚ୍ୟାନର କାହାଣୀ ଶୁଣାଇଥିଲେ, ଯାହାଙ୍କୁ ସେ ଭେଟିଥିଲେ । ଏହି ସମୟରେ ସେ ପୁଣି ଥରେ ଜାତି ଜନଗଣନାର କଥା ଦୋହରାଇଥିଲେ । ସେ କହିଥିଲେ କି ଜାତି ଜନଗଣନାରେ କେବଳ ଜନସଂଖ୍ୟା ଜଣାପଡ଼ିବ ଏବଂ ଆମେ ଏହା ଜାଣିବାକୁ ଚାହଁଛୁ କି କୌଣସି ଜିନିଷରେ କେଉଁ କେଉଁ ଲୋକଙ୍କର କେତେ ଭାଗିଦାରୀ ଅଛି । ସେ କହିଥିଲେ କି ଏଥିଲାଗି ଜାତି ଜନଗଣନା କରିବାକୁ ପଡ଼ିବ । 

ଏହି ସମ୍ମିଳନୀରେ ସାଂସଦ ରାହୁଲ ଗାନ୍ଧୀ କହିଥିଲେ କି,’ ମୁଁ ମିସ୍ ଇଣ୍ଡିଆ ଲିଷ୍ଟ୍ ବାହାର କଲି । ମୋତେ ଲାଗିଲା କି ଏଥିରେ ଜଣେ ଦଳିତ, ଆଦିବାସୀ ମହିଳା ତ ହେବେ । କିନ୍ତୁ ସେହି ଲିଷ୍ଟରେ ନା ଦଳିତ ଅଛନ୍ତି, ନା ଆଦିବାସୀ, ନା ଓବିସି ଅଛନ୍ତି । ’

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଥିଲେ କି, ‘୯୦ପ୍ରତିଶତ ଲୋକ ସିଷ୍ଟମର ଭାଗିଦାରୀ ନାହାନ୍ତି । ଅଳ୍ପସଂଖ୍ୟକ ବି ଏଥିରେ ଆସୁଛନ୍ତି । ତାଙ୍କ ପାଖରେ ବହୁ ପ୍ରତିଭା ରହିଛି । କିନ୍ତୁ ତା’ ପରେ ବି ସେ ସିଷ୍ଟମ ସହ ଯୋଡ଼ି ହୋଇନାହାନ୍ତି । ଏହି କାରଣରୁ ଆମେ ଜାତି ଜନଗଣନାର ଦାବି କରୁଛୁ । ବିଜେପି କହୁଛି କି ସେ ଜାତି ଜନଗଣନା କରିବ ଏବଂ ଏଥିରେ ଓବିସି ବର୍ଗକୁ ସାମିଲ କରିବ । ପ୍ରଥମ କଥା ତ ଏହାକି ଜାତିଗତ ଜନଗଣନାରେ ଓବିସିର କଥା ଉଠାଇବା ବହୁତ ନୁହେଁ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.