ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆରସିବିର ଟ୍ରଫି ଆଶା ଧୂଳିସାତ୍‌, ଏଲିମିନେଟର ଫାଇଟରେ ରାଜସ୍ଥାନ ବିଜୟୀ

ଅହମ୍ମଦାବାଦ: ଅଧୁରା ରହିଲା ସ୍ବପ୍ନ । ଏଥର ମଧ୍ୟ ଆରସିବିର ଆଇପିଏଲ ଟ୍ରଫି ଆଶା ଧୂଳିସାତ । ରାଜସ୍ଥାନ ପାଖରୁ ପରାଜୟ ବରଣ କରିଛି ଆରସିବି । ଆଉ ଏହା ସହ ଚଳିତ ଆଇପିଏଲରୁ ବିଦାୟ ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ହାଇଭୋଲଟେଜ୍‌ ମ୍ୟାଚ୍‌ର ନିର୍ଣ୍ଣୟ ଆସିସାରିଛି । ଶେଷରେ ବହୁ ସଂଘର୍ଷ ସତ୍ତ୍ବେ ପରାଜୟ ସ୍ବୀକାର କରିଛି ଆରସିବି । ଲଢ଼େଇ ଜୋରଦାର କିନ୍ତୁ ଫଳ ଆରସିବି ସପକ୍ଷରେ ଯାଇନାହିଁ ।

ଖେଳାଳିଙ୍କ ଆଖିରେ ଲୁହ, ଫ୍ୟାନ୍ସ ବି ଦଃଖି । ଲଗାତାର ୬ଟି ମ୍ୟାଚ୍‌ରେ ବିଜୟୀ ହେବା ପରେ ଏଲିମିନେଟର ଫାଇଟ୍‌ରେ ପରାସ୍ତ ହୋଇଛି ଆରସିବି । ଏହା ସହ ୧୭ ବର୍ଷ ପରେ ମଧ୍ୟ ଆରସିବିର ହାତ ଖାଲି । ଚେନ୍ନାଇକୁ ହରାଇ ଏଲିମିନେଟରେ ପ୍ରବେଶ କରିଥିବା ଆରସିବିର ଫ୍ୟାନଙ୍କ ମହଲରେ ଉତ୍ସାହ ଦେଖାଦେଇଥିଲା । କିନ୍ତୁ ଏ ସବୁ ଆଶା ପୁଣି ଥରେ ଧୂଳିସାତ ହୋଇଯାଇଛି ।  

ଆଇପିଏଲ ୨୦୨୪ର ଏଲିମିନେଟର ମ୍ୟାଚ୍‌ରେ ଆରସିବି ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା । ଆଜି ଟସ୍‌ ହାରି ଆରସିବି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ୧୭୨ ରନ୍‌ କରିଥିଲା । ରାଜସ୍ଥାନକୁ ୧୭୩ ରନ୍‌ର ଟାର୍ଗେଟ ଦେଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଆଉ ଏହି ଟାର୍ଗେଟକୁ ୧୯ ଓଭର ଶେଷ ସୁଦ୍ଧା ୬ ଓ୍ବିକେଟ ହରାଇ ହାସଲ କରିନେଇଛି ରାଜସ୍ଥାନ ।

ଏଲିମିନେଟର ମ୍ୟାଚ୍‌ରେ ଆରସିବି ଏକ ବଡ଼ ସ୍କୋର କରିବାକୁ ପ୍ରଚେଷ୍ଟା କରିଥିଲା । କିନ୍ତୁ ଲଗାତାର ଓ୍ବିକେଟ ଯିବା ଫଳରେ ୨୦୦ ପାର୍‌ ସ୍କୋର କରିବାକୁ ଆରସିବିର ପ୍ରଚେଷ୍ଟା ଫେଲ୍‌ ହୋଇଥିଲା । ୧୭ ରନ କରି ଫାଫ୍‌ ଡୁପ୍ଲେସିସ୍‌ ପ୍ୟାଭିଲିୟନ୍‌ ଫେରିବା ପରେ ବିରାଟ କୋହଲି ଜଗି ରଖି ଖେଳିଥିଲେ ।  ହେଲେ ୨୪ ବଲ୍‌ରେ ୩୩ ରନ୍‌ କରି ଚହଲଙ୍କ ବଲ୍‌ରେ କ୍ୟାଚ ଆଉଟ୍‌ ହୋଇଥିଲେ କୋହଲି । 

 କ୍ୟାମେରନ ଗ୍ରୀନ୍‌ (୨୭), ରଜତ ପାଟିଦାର (୩୪), ମହିପାଲ ଲାମରୋର (୩୨), ଦିନେଶ କାର୍ତ୍ତିକ (୧୧), କର୍ଣ୍ଣ ଶର୍ମା (୫)  ଏବଂ ସ୍ବପ୍ନିଳ ସିଂହଙ୍କ ଅପରାଜିତ ୫ ରନ୍‌ ବଳରେ ଦଳ ୧୭୨ ରନ୍‌ କରିଥିଲା। ଆଜିର ମ୍ୟାଚ୍‌ରେ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଖାତା ଖୋଲିପାରିନଥିଲେ । ସେପଟେ ରାଜସ୍ଥାନର ବୋଲରଙ୍କ ସାମ୍ନାରେ ଅସହାୟ ହୋଇପଡ଼ିଥିଲେ ଆରସିବି ବ୍ୟାଟର । ଆଜି ଆରସିବିର ୮ଟି ଯାକ ଓ୍ବିକେଟ କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ଆଭେଶ ଖାନ ସର୍ବାଧିକ ୩ଟି ଓ୍ବିକେଟ ନେଇଥିଲେ । ସେପଟେ ଆରସିବିର ମହମ୍ମଦ ସିରାଜ ୨ଟି ଓ୍ବିକେଟ ନେଇଥିବା ବେଳେ ଲକି ଫର୍ଗ୍ୟୁସନ୍‌, କର୍ଣ୍ଣ ଶର୍ମା ଏବଂ କ୍ୟାମେରନ୍‌ ଗ୍ରୀନ୍‌ ଗୋଟିଲ ଲେଖାଏଁ ଓ୍ବିକେଟ ନେଇଥିଲେ । 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.