ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଠାରୁ ନେଇ ଉଦୟନିଧି ଷ୍ଟାଲିନଙ୍କ ପର୍ଯ୍ୟନ୍ତ; କିପରି ନିଜ ଗୋଡ଼ରେ କୁରାଢ଼ି ମାରିଲେ ବିରୋଧି?

image courtesy: TV9

ନୂଆଦିଲ୍ଲୀ,୧୫/୦୯: ଲୋକସଭା ନିର୍ବାଚନ ପୂର୍ବରୁ ରାମଚରିତମାନସ ଠାରୁ ନେଇ ସନାତନ ଉପରେ ବିବାଦ ଥମିବାର ନାଁ ନେଉନାହିଁ। ବିହାର ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖର ପୁଣି ଥରେ ରାମଚରିତମାନସକୁ ପୋଟାସିୟମ ସାଇନାଇଟ ସହିତ ତୁଳନା କରି ବିବାଦକୁ ଆମନ୍ତ୍ରଣ କରିଛନ୍ତି। ସେ କହିଛନ୍ତି ଯେ ରାମଚରିତମାନସ ପ୍ରତି ଆମେ ବିରୋଧ ଜାରି ରଖିବୁ। ସେହିଭଳି ଉତ୍ତରପ୍ରଦେଶରେ ମଧ୍ୟ ସପା ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ରାମଚରିତମାନସ ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେହିପରି ନିକଟରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ନିଜେ ସନାତନ ଧର୍ମକୁ ହଟାଇବା କଥା କହିଛନ୍ତି।ତେବେ ଏହି ରାମଚରିତମାନସ ଏବଂ ସନାତନ ଧର୍ମ ଉପରେ କରାଯାଇଥିବା ବିବାଦୀୟ ମନ୍ତବ୍ୟ ବିରୋଧି ମେଣ୍ଟ 'ଇଣ୍ଡିଆ' ରାଜନୀତି ପାଇଁ ସଙ୍କଟ ସୃଷ୍ଟି କରିଛି।

୨୦୨୪ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) କୁ ପରାସ୍ତ କରିବାକୁ ବିରୋଧୀ ଦଳ ଏକତ୍ରିତ ହୋଇ ଅନେକ ମତଭେଦ ଭୁଲି 'ଇଣ୍ଡିଆ' ମିଳିତ ମେଣ୍ଟ ଗଠନ କରିଛନ୍ତି। ବିଜେପି ବିରୋଧରେ ମିଳିତ ପ୍ରାର୍ଥୀ ଦେବା ପାଇଁ ଏକ ରଣନୀତି ପ୍ରସ୍ତୁତ କରାଯାଉଛି, କିନ୍ତୁ ଅପରପକ୍ଷେ, ଇଣ୍ଡିଆ ସହଯୋଗୀ ଦଳର ସହଯୋଗୀ ସପାର ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏବଂ ଆରଜେଡି ନେତା ରାମଚରିତମାନସକୁ ନେଇ ଏକ ବିବାଦୀୟ ବୟାନ ଦଇଥିବା ବେଳେ ଡିଏମକେ ନେତା ସନାତନ ଧର୍ମକୁ ନେଇ ଅପ୍ରିତିକର ମତ ଦେବାରେ ବ୍ୟସ୍ତ ଅଛନ୍ତି। ତେବେ ଯଦି ଏହିପରି ଦେଖାଯାଏ ତାହେଲେ ବିରୋଧୀଦଳ ନେତାମାନେ ଏହି ପ୍ରସଙ୍ଗକୁ ନେଇ ସମାଲୋଚନା ଓ ଲୋକଲୋଚନରେ ଉଠାଇବା ପାଇଁ ବିଜେପିକୁ ଏକ ସୁଯୋଗ ଦେଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ତମାମ ବିବାଦୀୟ ବୟାନରେ କେବଳ ବିଜେପି ନେତା ନୁହଁନ୍ତି ବରଂ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ପଢ଼ନ୍ତୁ: ପୃଥିବୀ କାରଣରୁ ଚନ୍ଦ୍ରରେ ତିଆରି ହେଉଛି ପାଣି , ଚନ୍ଦ୍ରଯାନ-୧ ଖୋଲିଲା ରହସ୍ୟ

ବିଜେପିର ପ୍ରତିଜବାବ:

ବିଜେପି ନେତାମାନଙ୍କ କହିବା କଥା ହେଲା, ସାମ୍ପ୍ରତିକ ପରିସ୍ଥିତିରେ ରାମଚରିତମାନସ ଏବଂ ସନାତନ ଧର୍ମ ଉପରେ ବିତର୍କ, ହିନ୍ଦୁ ଧର୍ମ ବନାମ ହିନ୍ଦୁତ୍ୱ ଠାରୁ ସନାତନ ବନାମ ଅନ୍ୟକୁ ବଦଳୁଛି। ସେ ଅଣ ସନାତନ ହୁଅନ୍ତୁ ବା ନାସ୍ତିକ ହୁଅନ୍ତୁ। ସ୍ବାମୀ ପ୍ରସାଦ ମୌର୍ଯ୍ୟ, ଚନ୍ଦ୍ରଶେଖର ଯଦି ଏହାର ମୂଳ ଦ୍ରାବିଡ଼ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଯଦି ସନାତନ ଧର୍ମ ଉପରେ ନିଜର ଏହିପରି ବିବାଦୀୟ ବିବୃତ୍ତି ଜାରି ରଖିନ୍ତି, ତାହେଲେ ତାମିଲନାଡୁ ବାହାରେ ବିରୋଧୀ ମେଣ୍ଟ ରାଜନୈତିକ କ୍ଷତି ସହିପାରେ। ଏପରିିକି ବିରୋଧୀ ଦଳ ଇଣ୍ଡିଆର ଅନେକ ସହଯୋଗୀଙ୍କୁ ମଧ୍ୟ ଜବାବ ଦେବାକୁ ସକ୍ଷମ ନୁହଁନ୍ତି। ବିଜେପି ନେତାମାନେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳକୁ ଘେରିବାକୁ ଲାଗିଲେଣି। ଏହି ପରିପ୍ରେକ୍ଷିରେ ଇଣ୍ଡିଆ ମେଣ୍ଟର ସମନ୍ୱୟ କମିଟିର ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ କୌଣସି ପ୍ରକାରେ ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ରହିବ ନାହିଁ।

You can also read:

ମଣିଷ ଶରୀରରେ ଲାଗିଲା ଘୁଷୁରୀ କିଡନୀ, ଆମେରିକାର ଡାକ୍ତର କହିଲେ ‘ସଠିକ୍ ଭାବେ କାମ କରୁଛି’


 

s mourya
Speech
india

Copyright © 2022 - Summa Real Media Private Limited. All Rights Reserved.