ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଆଜି ଆକାଶରେ ଦୃଶ୍ୟମାନ ହେବ ସୁପର ବ୍ଲ୍ୟୁ ମୁନ୍‌, ୧୪ % ବଡ଼ ଓ ୩୦ ପ୍ରତିଶତ ଅଧିକ ଉଜ୍ବଳ ଦେଖାଯିବ ଚନ୍ଦ୍ର

ନୂଆଦିଲ୍ଲୀ,୧୯।୮:  ଆଜି କେବଳ ରକ୍ଷା ବନ୍ଧନ କିମ୍ବା ଶ୍ରାବଣ ମାସର ଶେଷ ସୋମବାର ନୁହେଁ, ବଂର ଆଜି ମହାକାଶରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିବ। ଆକାଶରେ ଚନ୍ଦ୍ରର ଆଲୋକ ୩୦% ଅଧିକ ହୋଇଯିବ। ଚନ୍ଦ୍ର ମଧ୍ୟ ନିଜେ ୧୪% ବଡ ହୋଇଯିବ। ଅର୍ଥାତ ଆଜି ଆକାଶରେ ଦେଖିବାକୁ ମିଳିବ ବ୍ଲୁ ସୁପରମୁନ୍। ଏହାକୁ ଷ୍ଟରଜିଓନ ସୁପରମୁନ୍ ମଧ୍ୟ କୁହାଯାଏ। 

ଗବେଷକମାନେ କହିଛନ୍ତି ଏହି ବିରଳ ‘ସୁପର ବ୍ଲ୍ୟୁ ମୁନ୍‌’ ପୂରା ବିଶ୍ୱରେ ଦେଖିବାକୁ ମିଳିବ। ବିଶ୍ୱବ୍ୟାପୀ ଅଗଷ୍ଟ ୧୮ରୁ ୨୦ ମଧ୍ୟରେ ଅଲଗା ଅଲଗା ସମୟରେ ‘ସୁପର ବ୍ଲ୍ୟୁ ମୁନ୍‌’କୁ ଦେଖାଯାଇପାରିବ। ଭାରତରେ ଏହା ସୋମବାର ରାତ୍ରି ୧୧.୫୬ରୁ ମଙ୍ଗଳବାର ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଦେଖିବାକୁ ମିଳିବ।

ବ୍ଲ୍ୟୁ ମୁନ୍‌ ୨ ପ୍ରକାରର ହୋଇଥାଏ। ଗୋଟିଏ ଋତୁଭିତ୍ତିକ ଏବଂ ଅନ୍ୟଟି ମାସଭିତ୍ତିକ ହୋଇଥାଏ ବୋଲି ନାସା ପକ୍ଷରୁ କୁହାଯାଇଛି। ତେବେ ଏହାର ନୀଳ ରଙ୍ଗ ସହ କୌଣସି ସମ୍ପର୍କ ନ ଥାଏ। ଯେତେବେଳେ କୌଣସି ଋତୁରେ ୪ଟି ପୂର୍ଣ୍ଣିମା ପଡ଼ିଥାଏ, ତୃତୀୟ ପୂର୍ଣ୍ଣିମାକୁ ଋତୁଭିତ୍ତିକ ବା ‘ସିଜନାଲ ବ୍ଲ୍ୟୁ ମୁନ୍‌’ କୁହାଯାଏ। ସେହିପରି ଦ୍ୱିତୀୟ ପ୍ରକାରର ବ୍ଲ୍ୟୁ ମୁନ୍‌ ମାସଭିତ୍ତିକ ହୋଇଥାଏ। ଯେତେବେଳେ ଗୋଟିଏ ମାସରେ ୨ଟି ପୂର୍ଣ୍ଣିମା ପଡ଼ିଥାଏ, ସେତେବେଳେ ଦ୍ୱିତୀୟ ପୂର୍ଣ୍ଣିମାକୁ ମାସଭିତ୍ତିକ ବା ‘ମନ୍ଥଲି ବ୍ଲ୍ୟୁ ମୁନ୍‌ କୁହାଯାଏ। ଚନ୍ଦ୍ର ପୃଥିବୀର ୯୦ ପ୍ରତିଶତ ନିକଟତର ରହିଲେ ଏହାକୁ ସୁପରମୁନ୍ କୁହାଯାଏ। ସୁପରମୁନ ଅନ୍ୟ ପୂର୍ଣ୍ଣିମା ଅପେକ୍ଷା ୩୦ ପ୍ରତିଶତ ଅଧିକ ଉଜ୍ଜ୍ୱଳ ଏବଂ ୧୪ ପ୍ରତିଶତ ବଡ଼ ଦେଖାଯାଏ। ଚଳିତବର୍ଷ ସେପ୍ଟେମ୍ବର ୧୭, ଅକ୍ଟୋବର ୧୭ ଏବଂ ନଭେମ୍ବର ୧୫ରେ ମଧ୍ୟ ଦୃଶ୍ୟମାନ ହେବ ଏହିଭଳି ଉଜ୍ଜ୍ୱଳ ଏବଂ ଆକାରରେ ବଡ଼ ସୁପରମୁନ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.