ନୟାଗଡ,୨୭।୫ : ନୟାଗଡ ଇଟାମାଟିଠାରେ ଏକ ଓଏସଆରଟିସି ବସ୍ ବାଇକକୁ ଧକ୍କା ଦେବାରୁ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଆର ଆଇ ପଞ୍ଚାନନ ସାହୁ ।
ଓଏସଆରଟିସି ବସ୍ ଟି କଣ୍ଟାମାଳରୁ ଭୁବନେଶ୍ବର ଯାଉଥିଲା। ବାଇକରେ ପଞ୍ଚାନନ ଯାଉଥିବା ବେଳେ ଇଟାମାଟିଠାରେ ବସଟି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପଞ୍ଚାନନଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।