ପ୍ରମୂଖ ଖବର
  • ଜଗତସିଂହପୁର : ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, କନଷ୍ଟେବଲ ମୃତ
  • ||
  • ବାସୁଦେବପୁର : ରତାଙ୍ଗ ଗ୍ରାମରେ ନବ ବଧୁର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମହାଷ୍ଟମୀରେ ମଣ୍ଡପ ବୁଲି ମହାମୟାଙ୍କ ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ବରମୁଣ୍ଡା ବ୍ରିଜ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବିଦ୍ୟୁତ ସଂପ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ
  • ||
  • ଭୁବନେଶ୍ଵର : ଦଶହରାରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ଭେଟି, ରାଜ୍ୟବ୍ୟାପୀ ପେଣ୍ଡାଲ ଭଡ଼ା ଛାଡ଼
  • ||
  • ଖୁଣ୍ଟୁଣି ରେଞ୍ଜରେ ଦନ୍ତା ଉତ୍ପାତ, ଛେଳି ଚରାଇବାକୁ ଯାଇ ମହିଳା ମୃତ
  • ||
  • ମହାଦେବ ବେଟିଙ୍ଗ ଆପ୍‌ ମାଲିକ ସୌରଭ ଚକ୍ରଧର ଦୁବାଇରେ ଅଟକ, ସପ୍ତାହେ ଭିତରେ ଅଣାଯିବ ଭାରତ !
  • ||
  • ବ୍ରହ୍ମପୁର : ୧୫୨ ଲିଟର ବିଦେଶୀ ମଦ ଜବତ, ୨ ଗିରଫ
  • ||
  • ଆରପାରିରେ ପୋଲସରାର ପୂର୍ବତନ ବିଧାୟକ, ଶୋକ ପ୍ରାକାଶ ପଲେ ନେତୃବୃନ୍ଦ
  • ||
  • ସୁନ୍ଦରଗଡ଼ : ଲେଫ୍ରିପଡା ଓ ଟାଙ୍ଗରପାଲି ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, ଶହେ ଲିଟର ଦେଶୀ ମଦ ଜବତ
  • ||
  • ମା'ଙ୍କ ଆଗମନରେ ଉତ୍ସବ ମୁଖର ଭୁବନେଶ୍ୱର, ମଣ୍ଡପରେ ମହାଷ୍ଟମୀ ଏବଂ ପୀଠରେ ଚାଲିଛି ମହାନବମୀ ପୂଜା
  • ||
  • ଜଗତପୁର : ଯୁବକଙ୍କୁ ଅପହରଣ କରିବା ବେଳେ ଧରାପଡ଼ିଲେ ଦୁର୍ବୃତ୍ତ, ୧୦ ଅଟକ
  • ||
  • କଳାହାଣ୍ଡିରେ ମା' ମାଣିକେଶ୍ବରୀଙ୍କ ଛତରଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ
  • ||

ବାଇକ୍‌ରେ ଆସି ଲୁଟ୍‌ କଲେ ଦୁର୍ବୃତ୍ତ;୧ କିଲୋ ସୁନା, ୫ କିଲୋ ରୂପା ଅଳଙ୍କାର ସହ ନଗଦ ୭୦ ହଜାର ଟଙ୍କା ଚୋରି

ମୋହନା,୨୬/୦୯: ଦୋକାନ ବନ୍ଦ କରି ଘରକୁ ଯିବା ବେଳେ ବାଇକ୍‌ରେ ଆସି ପ୍ରାୟ ୧ କିଲୋ ସୁନା, ୫ କିଲୋ ରୂପା ଅଳଙ୍କାର ସହ ନଗଦ ୭୦ ହଜାର ଟଙ୍କା ଲୁଟିନେଲେ ଲୁଟେରା । ଗଜପତି ଜିଲ୍ଲା ମୋହନା ମୁଖ୍ୟ ବଜାର ସ୍ଥିତ ଶ୍ରୀ ହରି ଜୁଏଲର୍ସରୁ ଏହି ଲୁଟ୍‌ ହୋଇଛି । 

ସୂଚନା ମୁତାବକ, ପ୍ରତିଦିନ ଭଳି ବୁଧୁବାର ରାତି ପ୍ରାୟ ୯ ଟା ସମୟରେ ଦୋକାନ ମାଲିକ ବି.ମୋହନ ରାଓ ଆଚାରୀ ଦୋକାନ ବନ୍ଦ କରି ସମସ୍ତ ସୁନା, ରୂପା ଅଳଙ୍କାର ସହ ଟଙ୍କା ବ୍ୟାଗ ଧରି ଘରକୁ ଯିବାପାଇଁ ବାହାରିଥିଲେ । ଦୋକାନ ସମ୍ମୁଖରେ ବ୍ୟାଗଟି ରଖିଥିବା ବେଳେ ଦୁଇଜଣ ଲୁଟେରା ବାଇକରେ ଆସି ଅଳଙ୍କାର ଏବଂ ଟଙ୍କା ଭର୍ତ୍ତି ବ୍ୟାଗଟିକୁ ନେଇ ଚମ୍ପଟ ମାରିଥିଲେ । ଏନେଇ ଦୋକାନ ମାଲିକ ମୋହନା ଥାନାରେ ଅଭିଯୋଗ କରିଛନ୍ତି । ୧ କିଲୋ ସୁନା, ୫ କିଲୋ ରୂପା ଅଳଙ୍କାର ସହ ନଗଦ ୭୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ଦୋକାନ ମାଲିକ । 

ତେବେ ଗତ କିଛି ଦିନ ଧରି ମୋହନା ଅଞ୍ଚଳରେ ସିରିଜ ଚୋରି ଚାଲିଥିବା ବେଳେ ସୁନା ଦୋକାନରୁ ଜନ ଗହଳିପୂର୍ଣ୍ଣ ବଜାରରୁ ଲୁଟ୍ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ଦୋକାନ ମାଲିକଙ୍କ ଅଭିଯୋଗ ଆଧାରରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିକଟସ୍ଥ ଦୋକାନ ଗୁଡିକର ସିସି ଟିଭି ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.