ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ଆଇପିଏଲ ଇତିହାସର ସବୁଠୁ ବଡ଼ ସ୍କୋର, ଆରସିବିକୁ ୨୮୮ ରନ୍‌ ଟାର୍ଗେଟ ଦେଲା ହାଇଦ୍ରାବାଦ

ବେଙ୍ଗାଲୁରୁ: ଏମ. ଚିନାସ୍ବାମୀ ଷ୍ଟାଡିୟମରେ ରନ୍‌ ବର୍ଷା । ସନରାଇଜର୍ସ ହାଇଦ୍ରାବାଦ ନିଜ ରେକର୍ଡ ନିଜେ ଭାଙ୍ଗିଛି ।   ମୁମ୍ବାଇ ବିପକ୍ଷରେ ଦଳ ୨୭୭ ରନ୍‌ କରି ଆଇପିଏଲ ଇତିହାସରେ ସବୁଠୁ ବଡ଼ ସ୍କୋର କରିଥିବା ହାଇଦ୍ରାବାଦ ପୁଣି ଏକ ବଡ଼ ରେକର୍ଡ କରିଛି । ନିର୍ଦ୍ଧାରିତ ଓଭରରେ ୩ ଓ୍ବିକେଟରେ ୨୮୭ ରନ୍‌ କରିଛି ହାଇଦ୍ରାବାଦ ।  ବେଙ୍ଗାଲୁରୁ ବିପକ୍ଷରେ ହାଇଦ୍ରାବାଦ ୨୮୭ ରନ୍‌ କରିଛି । ଛକା-ଚୌକା ବର୍ଷା କରିଛି ଟିମ୍‌ । ଆଜିର ମ୍ୟାଚ୍‌ରେ ଟ୍ରେଭିସ୍‌ ହେଡ୍‌ ୪୧ ବଲରେ ଦମଦାର ୧୦୨ ରନ୍‌ କରିଥିଲେ । ହେନରିଚ କ୍ଲାସେନ୍‌ (୬୭), ଅଭିଷେକ ଶର୍ମା (୩୪), ଏବଂ ଆଡନ ମାରକ୍ରମଙ୍କ ଅପରାଜତି ୩୨ ରନ୍‌ ଓ ଅବ୍ଦୁଲ ସମଦଙ୍କ ଅପରାଜିତ ୩୭ ରନ୍‌ ବଳରେ ଦଳ ଆଇପିଏଲ ଇତିହାସରେ ସବୁଠୁ ବଡ଼ ସ୍କୋର କରିଛି । ଆରସିବି ଆଗରେ ୨୮୮ ରନ୍‌ର ଟାର୍ଗେଟ ରଖିଛି ହାଇଦ୍ରାବାଦ । 

ଆଇପିଏଲର ୩୦ ତମ ମ୍ୟାଚ୍‌ରେ ଆରସିବି ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।  ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ହାଇଦ୍ରାବାଦ ବ୍ୟାଟରଙ୍କ ଆଗରେ ଅସହାୟ ହୋଇପଡ଼ିଥିଲେ ବେଙ୍ଗାଲୁରୁ ବୋଲର । ପ୍ରଥମେ ଛକା-ଚୌକା ବର୍ଷା କରିଥିଲେ ଟ୍ରେଭିସ ହେଡ୍‌ । ମାତ୍ର ୪୧ ବଲରୁ ୮ ଛକା ଏବଂ ୯ ଚୌକା ସହ ୧୦୨  ରନ୍‌ର ବିସ୍ଫୋରକ ଇନିଂସ୍‌ ଖେଳିଥିଲେ ହେଡ୍ ।  ସେହିଭଳି ହେନରିଚ କ୍ଲାସେନ  ଏବଂ ଆଡନ ମାରକ୍ରମ ବେଙ୍ଗାଲୁରୁର ବୋଲରଙ୍କ ଉପରେ ଜମା ଦୟା କରିନଥିଲେ । ଯେଉଁ ଆଡ଼େ ଚାହିଁଲେ ଖାଲି ରନ୍‌, ରନ୍‌ ଆଉ ରନ୍‌ । ବେଙ୍ଗାଲୁରୁର ବୋଲରଙ୍କୁ ଶୋଚନୀୟ ଢ଼ଙ୍ଗରେ ଧୋଇଥିଲେ କ୍ଲାସେନ। ବିଶାଳ ଛକା ମାରି ଖେଳପ୍ରେମୀଙ୍କୁ ଖୁସି କରିଦେଇଥିଲେ କ୍ଲାସେନ । ସେହିଭଳି ଗୋଟିଏ ଇନିଂସରେ ସର୍ବାଧିକ ୨୨ ଛକା ମାରି ହାଇଦ୍ରାବାଦ ଆଉ ଏକ ବିଶାଳ ରେକର୍ଡ କରିଛି ।  

ବେଙ୍ଗାଲୁରୁ ବୋଲରଙ୍କ କଥା କହିଲେ, ଲକି ଫର୍ଗ୍ୟୁସନ ୫୨ ରନ୍‌ ଦେଇ ୨ ଟି ଓ୍ବିକେଟ ନେଇଥିଲେ।  ରିସି ଟୋପଲେ ସର୍ବାଧିକ ୬୮ ରନ୍‌ ଦେଇଥିବା ବେଳେ ଗୋଟିଏ ଓ୍ବିକେଟ ନେଇଥିଲେ । ବିଜୟକୁମାର ବୈଶାଖ ୪ ଓଭରରେ ୬୪ ରନ୍‌  ଦେଇଥିବା ବେଳେ ମହିପାଲ ଲୋମରୋର ଗୋଟିଏ ଓଭରରେ ୧୮ ରନ୍‌ ଦେଇଥିଲେ ।  ସେହିଭଳି ଓ୍ବିଲ ଜ୍ୟାକ୍ସ ୩ ଓଭରରେ ହାଇଦ୍ରାବାଦ ବ୍ୟାଟର ୩୨ ରନ୍‌ ଚୋରାଇ ନେଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.