ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

ୟୁକ୍ରେନୀୟ ସହର ଲିଭିଭ୍‌ରେ ଋଷର ମିସାଇଲ୍‌ ମାଡ଼; ତିନି ଶିଶୁଙ୍କ ସମେତ ୭ ମୃତ, ୪୦ ଆହତ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ରୂପ ଧାରଣ କରିଛି । ୟୁକ୍ରେନ୍‌ ଉପରେ ଆକ୍ରମଣ ଜୋରଦାର କରିଛି ଋଷ । ଗତକାଲି (ମଙ୍ଗଳବାର) ପୋଲଟାଭାରେ ଋଷର ରକେଟ ମାଡରେ ୫୧ ଲୋକଙ୍କ ଜୀବନ ଯାଇଛି । ଆଉ ଆଜି ମିଳିଥିବା ଖବର ଅନୁସାରେ, ପଶ୍ଚିମ ୟୁକ୍ରେନୀୟ ସହର ଲିଭିଭ୍‌ରେ ମିସାଇଲ ବର୍ଷା କରିଛି ଋଷୀୟ ସେନା ।  ଏଥିରେ ଗୋଟିଏ ପରିବାରର ୪ ସଦସ୍ୟଙ୍କ ସମେତ ମୋଟ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ନେଇ କହିଛନ୍ତି ଲିଭିଭ୍‌ର ମେୟର ଆଣ୍ଡ୍ରିଏ ସାଦୋଭି । 

ବୁଧବାର ସକାଳ ପାଖରୁ ସହରରେ ଲଗାତାର ସାଇରନ୍ ବାଜୁଛି । ସହରର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ କୁହାଯାଇଛି ।  ଋଷର ଏହି ଆକ୍ରମଣରେ ଲିଭିଭ୍‌ର ବିଦ୍ୟାଳୟ, ହସ୍ପିଟାଲ ଏବଂ ବିଲ୍ଡିଂ ଧ୍ବଂସ ହୋଇଛି । ଲିଭିଭ୍‌ରେ ଆକ୍ରମଣ ପରେ ଋଷିଆକୁ ଜବାବ ଦେବାକୁ ଋଷ ପାଶ୍ଚାତ୍ୟ ସହଯୋଗୀଙ୍କୁ ଆହୁରି ସାମରିକ ସହାୟତା ଯୋଗାଇ ଦେବାକୁ ଅପିଲ କରିଛି । ଋଷର କୁର୍ସକ ଅଞ୍ଚଳରେ ୟୁକ୍ରେନ୍‌ ଆକ୍ରମଣ କରିବା ପରଠାରୁ ମସ୍କୋ ଆକ୍ରମଣ ଜୋରଦାର କରିଛି । 

 ସେପଟେ ୟୁକ୍ରେନ୍‌ର ମନ୍ତ୍ରୀ କ୍ଲିମେଙ୍କୋ କହିଛନ୍ତି ଯେ, ଆକ୍ରମଣ ସ୍ଥାନରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଲିଭିଭ୍‌ ନାଟୋ ସଦସ୍ୟ ରାଷ୍ଟ୍ର ପୋଲାଣ୍ଡର ସୀମାବର୍ତ୍ତୀ ଅଞ୍ଚଳ । ଅଢ଼େଇ ବର୍ଷ ହେଲା ଜାରି ରହିଥିବା ଯୁଦ୍ଧରେ ଲିଭିଭ୍‌ ସହର ଧ୍ବଂସସ୍ତୁପରେ ପରିଣତ ହେବାକୁ ବସିଛି । ଲିଭିଭ୍‌ରେ ହୋଇଥିବା ସଦ୍ୟ ଆକ୍ରମଣରେ ଋଷ ସେନା ୧୩ଟି ମିସାଇଲ ଏବଂ ୨୯ଟି ଡ୍ରୋନ୍‌ ମାଡ କରିଛି । ୟୁକ୍ରେନୀୟ ସେନା ଦାବି କରିଛନ୍ତି ଯେ, ଏହା ଋଷର ୭ଟି ମିସାଇଲ ଏବଂ ୨୨ ଡ୍ରୋନ୍‌କୁ ମାରି ଖସାଇ ଦେଇଛି । ଅନ୍ୟପଟେ ଋଷକୁ ଏହାର ପ୍ରତିଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ୟୁକ୍ରେନ ପ୍ରଧାନମନ୍ତ୍ରୀ ଡେନିସ ଶମିହାଲ । 

 

  • Russia
  • Ukraine
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.