ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଅଁଳାନବମୀ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ: ରାତି ୧ଟାରେ ଖୋଲିବ ମନ୍ଦିର ଦ୍ୱାର, ସକାଳ ୬ଟାରୁ ସାହାଣ ମେଲା ଦର୍ଶନ

ସାକ୍ଷୀଗୋପାଳ,୧୬/୧୧: ପଞ୍ଚସଖା ପାଠାଗାରରେ ବୁଧବାର ଅପରାହ୍ଣରେ  ଅଁଳାନବମୀ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ଆୟୋଜିତ  ଏହି ବୈଠକରେ ସତ୍ୟବାଦୀ ବିଧାୟକ ଉମାକାନ୍ତ  ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ । ଅଁଳାନବମୀ ଯାତ୍ରା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ  ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ  ଆୟୋଜିତ ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ସହକାରୀ ଦେବୋତ୍ତର  ଆୟୁକ୍ତ ଗଗନ ସାହୁ ଯୋଗଦେଇ ଦେବନୀତି  ନିର୍ଘଣ୍ଟ ସମ୍ପର୍କରେ ଆଲୋଚନା କରିଥିଲେ ।  ପ୍ରାରମ୍ଭିକ ଆଲୋଚନାରେ ଦେବନୀତି ନିର୍ଘଣ୍ଟ  ସମ୍ପର୍କରେ ସେବାୟତ ସଂଘ ସଭାପତି ଶ୍ରୀବତ୍ସ  ମହାପାତ୍ର, ସମ୍ପାଦକ ବିଜୟ କୁମାର ନନ୍ଦ,  କୋଷାଧ୍ୟକ୍ଷ ଉମେଶ ନନ୍ଦ, ସଦସ୍ୟ ଓ ବରିଷ୍ଠ  ସେବାୟତମାନେ ଯୋଗଦେଇ ସେମାନଙ୍କ କିଛି  ଦାବି ଉପସ୍ଥାପନ କରିବା ସହିତ ଯାତ୍ରାରେ  ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଥିଲେ । 

ଅଁଳାନବମୀ ପୂର୍ବ ରାତ୍ର ୧ଟାରୁ ମନ୍ଦିର ଦ୍ୱାର  ଖୋଲାଯିବ । ଦେବନୀତି ସମ୍ପନ୍ନ ସହିତ  ସେବାୟତ ପରିବାର, ମନ୍ଦିର କର୍ମଚାରୀଙ୍କ ଦର୍ଶନ ପରେ ସକାଳ ୬ଟାରୁ ସାହାଣ ମେଲା ଦର୍ଶନ  ଆରମ୍ଭ ହେବ । ବିଧାୟକ ଓ ଉପଜିଲ୍ଲାପାଳ  ବିଭାଗୀୟ ଅଧିକାରୀଙ୍କ ସହିତ ଶାନ୍ତିଶୃଙ୍ଖଳା ଓ  ଯାନବାହାନ ନିୟନ୍ତ୍ରଣ, ବ୍ୟାରିକେଡ୍‌ ନିର୍ମାଣ,  ରାସ୍ତାଘାଟ ମରାମତି, ଅବିରତ ବିଦ୍ୟୁତ୍‌ ଯୋଗାଣ  ସହିତ ମନ୍ଦିର ଓ ରାସ୍ତାଘାଟ ଆଲୋକୀକରଣ  ବ୍ୟବସ୍ଥା, ସ୍ୱାସ୍ଥ୍ୟ ପରିମଳ ସହିତ ଜରୁରିକାଳୀନ  ଆମ୍ବୁଲାନ୍ସ ବ୍ୟବସ୍ଥା, ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା,  ପାନୀୟ ଜଳ, ମନ୍ଦିର, ବଜାର ଅଞ୍ଚଳ ସହିତ  ପଞ୍ଚସଖା ପଡ଼ିଆ ସଫେଇ ଆଦି କାର୍ଯ୍ୟର  ଅଗ୍ରଗତି ଓ ଶେଷ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା  କରିଥିଲେ । 

ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ  ତ୍ରିପାଠୀ ସ୍ୱାଗତ ଭାଷଣ ସହିତ ଧନ୍ୟବାଦ  ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁ ପ୍ରସାଦ ପତି,  ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିରଞ୍ଚି ନାରାୟଣ  ପତି, ବ୍ଲକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଟ୍ରଷ୍ଟ ବୋର୍ଡ ସଭାପତି ପ୍ରତାପ ମହାପାତ୍ର, ସତ୍ୟବାଦୀ  ପ୍ରଶାସନ ପକ୍ଷରୁ ତହସିଲଦାର ଜୟନ୍ତ କୁମାର  ଜୟସିଂହ, ବିଡିଓ ଲିପ୍ସା ରାୟ, ଆଇଆଇସି ବିଜୟ  କେତନ ବେହେରା, ଆରଏମ୍‌ସି ସମ୍ପାଦକ କମଳ  କୁମାର ଆଚାର୍ଯ୍ୟ, ସ୍ୱାସ୍ଥ୍ୟ ଅଧିକାରୀ ଡା. ବିଶ୍ୱଜିତ  ମିଶ୍ର, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଶଶୀ  ଭୂଷଣ ମହାନ୍ତି, ଜଳସମ୍ପଦ ଯନ୍ତ୍ରୀ ସୁରେଶ କୁମାର  ସାହୁ, ବିଦ୍ୟୁତ ଉପଖଣ୍ଡ ଅଧିକାରୀ ନୀଳାଚଳ ପାତ୍ର, ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀ ସୁଜାତା ପରିଡା  ଓ ଅନିତା ରାଜ ପଣ୍ଡାଙ୍କ ସହିତ ସ୍ଥାନୀୟ ସରପଞ୍ଚ  ଚିନ୍ମୟ ରାଉତ ଓ ଆରାଧନା ସାମନ୍ତରାୟ ପ୍ରମୁଖ  ଯୋଗଦେଇଥିଲେ ।

Copyright © 2022 - Summa Real Media Private Limited. All Rights Reserved.