ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ନୂଆ ପୋଲିସ କମିଶନର ଭାବେ ଦାୟିତ୍ଵ ଗ୍ରହଣ କଲେ IPS ସଞ୍ଜୀବ ପଣ୍ଡା

ଭୁବନେଶ୍ଵର, ୨୯/୦୧ : ନୂଆ ପୋଲିସ କମିଶନର ଭାବେ ଦାୟିତ୍ଵ ଗ୍ରହଣ କଲେ IPS ସଞ୍ଜୀବ ପଣ୍ଡା। କମିଶନରେଟ ପୋଲିସ କାର୍ଯ୍ୟାଳୟରେ ସେ ଦାୟିତ୍ଵ ଗ୍ରହଣ କରିଛନ୍ତି। ନୂଆ କମିଶନରଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି। 

କମିଶନରେଟ ପୋଲିସ କାର୍ଯ୍ୟାଳୟରେ ପହଞ୍ଚି IPS ସଞ୍ଜୀବ ପଣ୍ଡା ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଠାରୁ ସେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ସମୟରେ କଟକ- ଭୁବନେଶ୍ବରର ପୋଲିସ ଅଧିକାରୀମାନେ ନୂଆ କମିଶନରଙ୍କୁ ଭେଟିଛନ୍ତି। ଟ୍ଵିନ୍ ସିଟିରେ ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ, ନିଶା କାରବାର, ଟ୍ରାଫିକ୍ ସମସ୍ୟା ଉପରେ ତାଙ୍କର ନଜର ରହିବ। ୧୯୯୪ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୀବ୍‌ ଗୁଇନ୍ଦା ନିର୍ଦ୍ଦେଶକ ସହ କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ସେ ୧୦ମ ପୁଲିସ କମିଶନର ଭାବେ କଟକ-ଭୁବନେଶ୍ୱରର ସୁରକ୍ଷା ଦାୟିତ୍ୱ ସମ୍ଭାଳିବେ। ପୋଲିସ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ସେ କାର୍ଯ୍ୟ କରିବେ। ଅପରାଧ ନିୟନ୍ତ୍ରଣ ପାଇଁ ଏଆଇର ବ୍ୟବହାର କରାଯିବ ବୋଲି ସେ କହିଛନ୍ତି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.