ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୋରାପୁଟ ଲୋକସଭା ଆସନରୁ ସପ୍ତଗିରି; ରାୟଗଡ଼ା, ବିଷମକଟକ କଂଗ୍ରେସ ପ୍ରାର୍ଥୀ ଚୂଡ଼ାନ୍ତ

ରାୟଗଡ଼ା,୨୯/୦୨: ସାଧାରଣ ନିର୍ବାଚନ ଯେତିକି ପାଖଉଛି, ଆଶାୟୀଙ୍କ ହୃଦ୍‌କମ୍ପନ ସେତିକି ବଢିବାରେ ଲାଗିଛି । ଏହି କ୍ରମରେ ବୁଧବାର  କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା ଏଆଇସିସି ସଭାପତି ମଲିକାର୍ଜୁନ ଖଡ୍‌ଗେଙ୍କୁ ସାକ୍ଷାତ କରିଛନ୍ତି । ତାଙ୍କୁ ରାୟଗଡ଼ା ଓ କୋରାପୁଟ ଜିଲ୍ଲା ଆସିବା ପାଇଁ ନିମନ୍ତ୍ରଣ ଦେଇଛନ୍ତି । ଖଡ୍‌ଗେଙ୍କ ସହିତ ଏହି ସାକ୍ଷାତ ଆଲୋଚନା ପରେ କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ସପ୍ତଗିରିଙ୍କ ଟିକଟ ଚୂଡାନ୍ତ ହୋଇଥିବା ସୂଚନା ମିଳିଛି । ଯେଉଁମାନେ ଅନଲାଇନ ଆବେଦନ କରିଥିଲେ, ସମସ୍ତଙ୍କୁ ପଛରେ ପକାଇ ସପ୍ତଗିରିଙ୍କ ଉପରେ ମୋହର ଲଗାଇଛନ୍ତି ଦଳୀୟ ହାଇକମାଣ୍ଡ । 

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାୟଗଡ଼ା ବିଧାନସଭା ଆସନରେ ଆପଲାସ୍ୱାମୀ କାଡ୍ରାକା ଓ ବିଷମକଟକ ଆସନରେ ନୀଳମାଧବ ହିକକାଙ୍କୁ ଦଳ ଫାଇନାଲ୍‌ କରିଛି । ଦଳ ତରଫରୁ ଏହି ତିନି ଜଣକୁ ସବୁଜ ସଙ୍କେତ ଦିଆଯିବା ସହ ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୁଣପୁର ଆସନରେ ପ୍ରାର୍ଥୀ ଚୟନ ହୋଇନାହିଁ । ଅନେକ ଆଶାୟୀ ରହିଥିବାରୁ ଦଳୀୟ ନେତୃତ୍ୱ ଦ୍ୱନ୍ଦ୍ୱରେ ପଡିଛନ୍ତି । ଗମାଙ୍ଗ ପରିବାରର ଜଣଙ୍କୁ ଟିକଟ ପାଇଁ ଛକାପଞ୍ଝା ଲାଗି ରହିଛି । ତଥାପି ଖୁବ୍‌ଶୀଘ୍ର ଏଠାରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଦଳ ତରଫରୁ କିନ୍ତୁ କେହି ଏ ସମ୍ପର୍କରେ କୌଣସି ମତାମତ ଦେବାକୁ ରାଜି ହୋଇନାହାନ୍ତି ।   ସୂଚନାଥାଉକି, ଆପଲାସ୍ୱାମୀ ଓ ନୀଳମାଧବଙ୍କୁ ୨୦୧୯ ନିର୍ବାଚନରେ ଦଳ ତରଫରୁ ପ୍ରାର୍ଥୀ କରାଯାଇଥିଲା । ଉଭୟ ପରାସ୍ତ ହୋଇଥିଲେ । ତଥାପି ଦଳ ସେମାନଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରି ପ୍ରାର୍ଥୀ କରିବାକୁ ମନସ୍ଥ କରିଛି । ନୀଳମାଧବ ହେଉଛନ୍ତି ବିଷମକଟକର ପୂର୍ବତନ ବ୍ଲକ ଅଧ୍ୟକ୍ଷ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.