ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ରାଇଘରରେ ଲଜ୍ଜାଜନକ ଘଟଣା: ଛାତ୍ରୀଙ୍କୁ ୨ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ, ପୋକ୍ସୋ ଆକ୍ଟରେ ମାମଲା ରୁଜୁ

ରାଇଘର,୧୦/୧୧: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ରେ ଲଜ୍ଜା । ପବିତ୍ର ବିଦ୍ୟାର ମନ୍ଦିରକୁ ଅପବିତ୍ର କରିଛନ୍ତି ଦୁଇ ଶିକ୍ଷାଦାତା । ଗାଧୁଆ ଘରକୁ ଯାଇଥିବା ଜଣେ ୬ଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଦୁଇ ଶିକ୍ଷକ ଦୁଷ୍କର୍ମ କରିଛନ୍ତି । ଏଭଳି ସମ୍ବେଦନଶୀଳ ଅଘଟଣ ଘଟିଛି କୁନ୍ଦେଇ ଥାନା ଅଞ୍ଚଳର ଏକ ଆଶ୍ରମ ବିଦ୍ୟାଳୟରେ । ଛାତ୍ରୀଙ୍କୁ ୨ ଶିକ୍ଷକ ଦୁଷ୍କର୍ମ କରିଥିବା ନେଇ  କୁନ୍ଦେଇ ଥାନାରେ ଅଭିଯୋଗ ହୋଇଛି। ମାମଲାରେ ସ୍କୁଲର ପ୍ରଧାନଶିକ୍ଷକ ସୁଚେନ୍ଦ୍ର ବିଶ୍ୱାସ ଓ କନିଷ୍ଠ  ଶିକ୍ଷକ କେଶବ ମାଝୀଙ୍କୁ କୁନ୍ଦେଇ ପୁଲିସ୍‌ ଥାନାରେ  ଅଟକ ରଖିଛି । ଅନ୍ୟପକ୍ଷରେ ବଳାତ୍କାର ପୀଡ଼ିତା  ଛାତ୍ରୀ ଜଣଙ୍କ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି ।  ଗୁରୁବାର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଭର୍ତ୍ତି କରାଯାଇଛି । ପୁଲିସ୍‌ ଅଭିଯୁକ୍ତ ୨ ଶିକ୍ଷକଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି ।  

ଥାନାରେ ଦିଆଯାଇଥିବା ଏତଲା ଅନୁଯାୟୀ, ଛାତ୍ରୀ ଜଣଙ୍କ ଗତ ୭ ତାରିଖରେ ସ୍କୁଲ ଯାଇଥିଲେ ।  ବାଥ୍‌ରୁମ୍‌ ଯାଇଥିବା ସମୟରେ ଉପରୋକ୍ତ ୨  ଶିକ୍ଷକ ପହଞ୍ଚି ତାଙ୍କୁ ବଳାତ୍କାର କରିଥିଲେ । ଗୁରୁବାର ଛାତ୍ରୀ ଜଣଙ୍କ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲା ।  ପେଟ କାଟୁଥିବା ପରିବାର ଲୋକଙ୍କୁ କହିଥିଲା । ତାଙ୍କୁ ଦୁଷ୍କର୍ମ କରାଯାଇଥିବା ପରିବାର ଲୋକେ  ଜାଣିବାକୁ ପାଇଥିଲେ । ପ୍ରଥମେ ତାଙ୍କୁ ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରୁ  ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଛାତ୍ରୀଙ୍କ ବାପାଙ୍କ ଏତଲା କ୍ରମେ ପ୍ରଧାନଶିକ୍ଷକ  ଶ୍ରୀ ବିଶ୍ୱାସ ଓ କନିଷ୍ଠ ଶିକ୍ଷକ ଶ୍ରୀ ମାଝୀଙ୍କୁ ପୁଲିସ୍‌  ଥାନାରେ ଅଟକ ରଖିଛି । ଛାତ୍ରୀଙ୍କ ଚିକିତ୍ସା ଚାଲିଥିବାରୁ  ଡାକ୍ତରୀ ମାଇନା ହୋଇପାରି ନାହିଁ । ଖୁବ୍‌ଶୀଘ୍ର  ମାମଲାର ପର୍ଦ୍ଦାଫାସ ହେବ ବୋଲି ପୁଲିସ କହିଛି ।

Copyright © 2022 - Summa Real Media Private Limited. All Rights Reserved.