ପ୍ରମୂଖ ଖବର
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ଭାରତରେ ମିଳୁଥିବା ଏହି ସ୍ବତନ୍ତ୍ର କାକୁଡିର ହୁଏ ଚୋରା ଚାଲାଣ, ଲକ୍ଷାଧିକ ଟଙ୍କାରେ କରାଯାଏ ବିକ୍ରି

ନୂଆଦିଲ୍ଲୀ,୨୪।୬: ଦୁନିଆରେ ବିଭିନ୍ନ ପ୍ରକାରର ଫଳ ଏବଂ ପନିପରିବା ଅଛି। ତା ଭିତରେ କାକୁଡି ଅନ୍ୟତମ।ସ୍ବାସ୍ଥ୍ୟ ପାଇଁ କାକୁଡିର ଅନେକ ଉପକାରିତା ରହିଛି। ଏଥିରେ କାର୍ବୋହାଡ୍ରେଟ୍, ପ୍ରୋଟିନ୍ ଓ  ଫାଇବର ପ୍ରଚୁର ମାତ୍ରାରେ ରହିଥାଏ। ଓଜନ ହ୍ରାସ କରିବା ସହ ଶରୀରରେ ଜଳୀୟଅଂଶ ବୃଦ୍ଧି କରିଥାଏ। ତେବେ ଭାରତରେ ଏକ ନିଆରା କାକୁଡି କାକୁଡି ରହିଛି, ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା। ଏହା ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ କିନ୍ତୁ ସତ।

ଭାରତରେ ମିଳୁଥିବା ଏହି ସମୁଦ୍ର କାକୁଡ଼ିର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କାରୁ ଅଧିକ ଅଛି। ଏହାକୁ କିଣିବା ବା ତ ଦୂରର କଥା ଜଣେ ସାଧାରଣ ଲୋକ ମଧ୍ୟ ଏହାର ସ୍ୱପ୍ନ ଦେଖିପାରିବ ନାହିଁ। ଭାରତରେ ଥିବା ଏହି ଦାମୀ କାକୁଡି ଏବଂ ଏହାର ମୂଲ୍ୟ ଜାଣିବା ପରେ ନିହାତି ପକ୍ଷେ ଚକିତ ହୋଇଯିବେ। 

ଭାରତର ସାମୁଦ୍ରିକ ଅଞ୍ଚଳରେ ବହୁ ପରିମାଣରେ ଏହି କାକୁଡିର ଚୋରା ଚାଲାଣ କରାଯାଏ | ଦକ୍ଷିଣ ଭାରତରେ ତାମିଲନାଡୁ ଓ ଶ୍ରୀଲଙ୍କାରେ ସମୁଦ୍ର କାକୁଡି ଚୋରା ଚାଲାଣ କରାଯାଏ। ଆପଣ ଏହାର ନାଁ ଶୁଣି ଭାବୁଥିବେ ସମୁଦ୍ରରେ କିଭଳି କାକୁଡି ହେଉଛି ? ତେବେ ଏହା କୌଣସି ପରିବା ନୁହେଁ, ଏହା ସ୍ବତନ୍ତ୍ର ପ୍ରକାରର ଏକ ସାମୁଦ୍ରିକ ଜୀବ, ଯାହାର ଅନ୍ତର୍ଜାତୀୟ ସ୍ତରରେ ଚୋରା ଚାଲାଣ ହେଉଛି।

ଭାରତୀୟ ତଟରକ୍ଷୀ ବାହିନୀ ବହୁବାର ଏହି ବିଲୁପ୍ତପ୍ରାୟ ପ୍ରଜାତିର ସମୁଦ୍ର କାକୁଡି ଚୋରା ଚାଲାଣକୁ ଧରିଛନ୍ତି। କିଛି ବର୍ଷ ପୂର୍ବେ ଭାରତୀୟ ତଟରକ୍ଷୀ ବାହିନୀ ୨୦୦୦ କିଲୋଗ୍ରାମ ସମୁଦ୍ର କାକୁଡି ଜବତ କରିଥିଲା ଯାହାର ମୂଲ୍ୟ ୮ କୋଟି ଟଙ୍କା ବୋଲି କୁହାଯାଉଛି। ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ  ଏଥିରେ ଏମିତି କ’ଣ ଅଛି ଯେ, ଏତେ ଦାମ୍‌ରେ ବିକ୍ରି ହେଉଛି ?

ଏହି ସାମୁଦ୍ରିକ ଜୀବକୁ ସମୁଦ୍ର କାକୁଡି ବୋଲି କୁହାଯାଏ। ଏବେ ଏହାର ଅସ୍ତିତ୍ୱ ବିପଦରେ ଅଛି ବୋଲି ବିଚାର କରି ଏହାକୁ ବିଲୁପ୍ତ ସାମୁଦ୍ରିକ ପ୍ରଜାତିରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ସାମୁଦ୍ରିକ ଜୀବର ମୂଲ୍ୟ କିଲୋଗ୍ରାମ ପ୍ରତି ୨.୫ ଲକ୍ଷ ଟଙ୍କା ରହିଛି। ଏହାକୁ ଔଷଧ ତିଆରିରେ ବ୍ୟବହୃତ ହୁଏ। କିଛି ବଡ଼ ବଡ଼ ଧନୀ  ଲୋକ ଏହାକୁ ଖାଦ୍ୟ ଭାବରେ ମଧ୍ୟ ବ୍ୟବହାର କରନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.