ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅନନ୍ତ-ରାଧିକା ପ୍ରି-ୱେଡିଂ ସେଲିବ୍ରେସନ୍‌ର ସେକେଣ୍ଡ୍‌ ଇନିଂସ, କ୍ରୁଜ୍‌ରେ ଚାଲିଛି ପାର୍ଟି

ମୁମ୍ବାଇ ୩୦/୦୫: ମୁକେଶ ଅମ୍ବାନିଙ୍କ ପୁଅ ଅନନ୍ତ ଅମ୍ବାନି ଓ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଡିଂ ସେଲିବେସନ୍‌ର ସେକେଣ୍ଡ୍‌ ଇନିଂସ ଧୂମ୍‌ଧାମରେ ଆରମ୍ଭ ହୋଇଛି । ୪ ଦିନିଆ ଏହି ସେଲିବ୍ରେସନ୍‌ର ଆରମ୍ଭ ଗତ ୨୯ ତାରିଖ ଅର୍ଥାତ୍‌ ଗତ ବୁଧବାର ଇଟାଲିରେ ଏକ ୱେଲ୍‌କମ୍‌ ଲଞ୍ଚ୍‌ରୁ ଆରମ୍ଭ ହୋଇଛି । ଇଟାଲିର ପାଲେର୍ମୋ ସହରରେ ଦିନ ୧୨ଟାରୁ ସନ୍ଧ୍ୟା ୪ଟା (ଭାରତୀୟ ସମୟ ଅନୁସାରେ ଦିନ ୩.୩୦ରୁ ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ) ଭବ୍ୟ ମଧ୍ୟାହ୍ନ ଭୋଜନ ଚାଲିଥିଲା । ମଧ୍ୟାହ୍ନ ଭୋଜନ ପରେ ସମସ୍ତ ଅତିଥିଙ୍କର କ୍ରୁଜ୍‌କୁ ଯିବାର ବ୍ୟବସ୍ଥା ହୋଇଥିଲା । ସନ୍ଧ୍ୟା ୬.୩୦ (ଭାରତୀୟ ସମୟାନୁସାରେ ରାତି ୧୦ଟା)ରୁ କ୍ରୁଜ୍‌ରେ ଷ୍ଟାରୀ ନାଇଟ୍‌ (ତାରକୀୟ ସନ୍ଧ୍ୟା) ସେଲିବ୍ରେସନ୍‌ ରଖାଯାଇଥିଲା ।

ଏହି ଭବ୍ୟ ପାର୍ଟିରେ ସମସ୍ତ ଅତିଥି କ୍ରୁଜ୍‌ର ଛାତ ଉପରେ ଖୋଲା ଆକାଶ ତଳେ ପାର୍ଟି କରିବାର ସମସ୍ତ ବ୍ୟବସ୍ଥା ହୋଇଛି । ‘ସେଲିବ୍ରିଟି ଆସେଣ୍ଟ୍‌’ ନାମକ କ୍ରୁଜ୍‌ରେ ରାଧିକା-ଅନନ୍ତଙ୍କ ୨ୟ ପ୍ରି-ୱେଡିଂ ସେଲିବ୍ରେସନ୍‌ର ଆୟୋଜନ କରାଯାଇଛି । ଏହି ଜାହାଜ ଫ୍ରାନ୍ସରେ ନିର୍ମିତ ହୋଇଛି ଏବଂ ମାଲ୍‌ଟାରେ ପଞ୍ଜିକୃତ ହୋଇଛି । ଏଥିରେ ମାଲ୍‌ଟାର ପତାକା ଉଡୁଛି । ଏହି କ୍ରୁଜ୍‌ ୫ ତାରକା ସୁବିଧାସମ୍ପନ୍ନ ଏକ ଭାସମାନ ରିସର୍ଟ । ଏଥିରେ ୩୨୭୯ ଯାତ୍ରୀ ରହିପାରିବେ । କିନ୍ତୁ ପ୍ରି-ୱେଡିଂ ସେଲିବ୍ରେସନ୍‌ରେ ଏଥିରେ ୮୦୦ ଜଣ ରହିବେ । ୩୦୦ ଭିଆଇପି ଗେଷ୍ଟ୍‌ ରହିବେ । ଏମାନଙ୍କର ଆତିଥ୍ୟ ଲାଗି ୬୦୦ କର୍ମଚାରୀ ରହିବେ । ୟୁରୋପୀୟ ଟୁର୍‌ ଅପରେଟର କମ୍ପାନି ଅଲୋସ୍‌ଚି ବ୍ରଦର୍ସ ଏହି ଦାୟିତ୍ୱ ହାତକୁ ନେଇଛି । ଜାହାଜଟି ଗତ ୨୯ ତାରିଖରେ ପାଲେର୍ମୋ ବନ୍ଦରରୁ ଯାତ୍ରା ଆରମ୍ଭ କରି ଆଜି ଅର୍ଥାତ୍‌ ରୋମ୍‌ର ସିଭିତାଭେକିଆ ସହରରେ ପହଞ୍ଚିବ । ସେଠାରୁ ଏହା ପୁଣି ପୋର୍ଟୋଫିନୋ ଯିବ ଏବଂ ସେଠାରୁ ସଦର୍ନ ଫ୍ରାନ୍ସ ଯାତ୍ରା କରିବ । 

ପ୍ରି-ୱେଡିଂ ସେଲିବ୍ରେସନ୍‌ରେ ସାମିଲ ହେବାକୁ ବଲିଉଡ୍‌ର ତମାମ ସେଲିବ୍ରିଟିଙ୍କ ସମେତ କ୍ରିକେଟ୍‌ ଓ ଅନ୍ୟ ବିଭିନ୍ନ କ୍ଷେତ୍ରର ଜଣାଶୁଣା ଚେହେରା ଇଟାଲିରେ ପହଞ୍ଚିଛନ୍ତି । ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ ଉତ୍ସବ ପାଇଁ ମୁମ୍ବାଇ ଓ ୟୁରୋପୀୟ ଦେଶ ମଧ୍ୟରେ ଅନେକ ବିମାନ ଯାତ୍ରା କରୁଛି । ମୁମ୍ବାଇରୁ ଅତିଥିଙ୍କୁ ନେଇ ଅନେକ ବିମାନ ପାଲେର୍ମୋ ପହଞ୍ଚି ସାରିଛି । ଏମାନଙ୍କୁ ନେଇ କ୍ରୁଜ୍‌ ‘ସେଲିବ୍ରିଟି ଆସେଣ୍ଟ୍‌’ ତା’ର ଯାତ୍ରା ଆରମ୍ଭ କରିଛି । ଏହା ପୂର୍ବରୁ ଆଟଲାସ ଏୟାର୍‌ର ବିମାନ ବୋଇଂ ୭୪୭ରେ ଅନେକ ଅତିଥି ପାଲେର୍ମୋ ପହଞ୍ଚିଥିଲେ । ଏୟାରବସ୍‌ ଏ୩୪୦ ମଧ୍ୟ ଅନେକ ଅତିଥିଙ୍କୁ ପାଲେର୍ମୋରେ ପହଞ୍ଚାଇଛି । କିଛି ବିମାନ ଭାୟା ଦୁବାଇ ଓ କିଛି ଭାୟା ବକୁ ଅତିଥିଙ୍କୁ ଡେଷ୍ଟିନେସନ୍‌ରେ ପହଞ୍ଚାଉଛନ୍ତି । ୨ୟ ପ୍ରି-ୱେଡିଂରେ ସାମିଲ ହୋଇଥିବା କିଛି ସେଲିବ୍ରିଟି ଇଟାଲିରୁ ଫଟୋ ଶେୟାର କରୁଛନ୍ତି, ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ୪ ଦିନିଆ ଏହି ଉତ୍ସବରେ ଭାରତ ଓ ବିଦେଶରୁ ଅମ୍ବାନି ଓ ମର୍ଚାଣ୍ଟ୍‌ ପରିବାରର ଅନେକ ସଦସ୍ୟ, ବନ୍ଧୁ ଓ ସେଲିବ୍ରିଟି ଇଟାଲି ପହଞ୍ଚିଛନ୍ତି । 

କ୍ରୁଜ୍‌ ଯାତ୍ରାର ୨ୟ ଦିନ ଅର୍ଥାତ୍‌ ଆଜି ଅତିଥିମାନେ ରୋମ୍‌ ସହରରେ ବୁଲିବେ । କ୍ରୁଜ୍‌ରେ ରାତ୍ରିଭୋଜନ ଓ ଟୋଗା ପାର୍ଟି ହେବ । ୩ୟ ଦିନ ସମସ୍ତେ କାନ୍‌ ପହଞ୍ଚିବେ । ସେଠାରେ ବି କ୍ରୁଜ୍‌ରେ ପାର୍ଟି ହେବ । ୪ର୍ଥ ବା ଶେଷ ଦିନ ଅର୍ଥାତ୍‌ ଆସନ୍ତା ଜୁନ୍‌ ୧ ତାରିଖରେ ଅତିଥିମାନେ ଇଟାଲିର ପୋର୍ଟୋଫିନୋ ବୁଲିବେ । ସେଦିନ ଡିନର୍‌ ପାର୍ଟିରେ ଅତିଥିଙ୍କ ପାଇଁ ଖାସ୍‌ ବ୍ୟବସ୍ଥା ହୋଇଛି । ପୋର୍ଟୋଫିନୋର ମେୟର ମତେଓ ଭାୟାକାଭା କହିଛନ୍ତି, ଆସନ୍ତା ଜୁନ୍‌ ୧ ତାରିଖରେ ସହରରେ ସନ୍ଧ୍ୟା ୫ଟା ପରେ କେବଳ ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂକୁ ଆସିଥିବା ଅତିଥି ହିଁ ଭ୍ରମଣ କରିବେ । ଏଥିପାଇଁ ସମସ୍ତ ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ପାସ୍‌ ଜାରି କରାଯାଇଛି । ଏହି ସମୟରେ ସ୍ଥାନୀୟ ଲୋକେ ଘରୁ ବାହାରିବେ ନାହିଁ । ବଜାର ବି ବନ୍ଦ ରହିବ । ପୋର୍ଟୋଫିନୋକୁ ଇଟାଲିର ସବୁଠୁ ଧନୀ ସହର କୁହାଯାଏ । ଏଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ହାରାହାରି ଆୟ ୮୨ ଲକ୍ଷ ଟଙ୍କା । ରିପୋର୍ଟ ଅନୁସାରେ, ଅନନ୍ତ-ରାଧିକାଙ୍କ ୨ୟ ପ୍ରି-ୱେଡିଂ ସେରିମନିରେ ଗ୍ଲୋବାଲ୍‌ ପପ୍‌-ସିଙ୍ଗର ଶକିରାଙ୍କ ପ୍ରଦର୍ଶନ ଦେଖିବାକୁ ମିଳିପାରେ । ଏଥିପାଇଁ ସେ ୧୦-୧୫ କୋଟି ଟଙ୍କା ଚାର୍ଜ କରିଥିବା ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ଗୁଜରାଟର ଜାମନଗରରେ ଅନୁଷ୍ଠିତ ପ୍ରି-ୱେଡିଂ ସେରିମନିରେ ପପ୍‌ ଷ୍ଟାର୍‌ ରିହାନା ପ୍ରଦର୍ଶନ କରିଥିଲେ । ଏହି ବର୍ଣ୍ଣାଢ୍ୟ ପ୍ରି-ୱେଡିଂ ସେଲିବ୍ରେସନ୍‌ର ମୋଟ୍‌ ବଜେଟ୍‌ ୪୦୦- ୫୦୦ କୋଟି ବୋଲି ଚର୍ଚ୍ଚା ହେଉଛ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.